ଗଞ୍ଜାମ: ଗିଡିପାବାଲି ଭୂସ୍ଖଳନ ଦୁର୍ଘଟଣାରେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଚାଲିଥିବା ବହୁସଂସ୍ଥାଗତ ଉଦ୍ଧାର ଅଭିଯାନକୁ ପ୍ରଶାସନ ସ୍ଥଗିତ ରଖିଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା ଏହି ଗାଁରେ ଭୂସ୍ଖଳନ ଯୋଗୁଁ ଘରଦ୍ୱାର ମାଟି ଓ ବିଶାଳ ପଥର ତଳେ ପୋତି ହୋଇଯାଇଛି। ନିଖୋଜଙ୍କୁ ଖୋଜିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଥିଲେ ମଧ୍ୟ ଆବର୍ଜନାର ଗଭୀରତା ଓ ପାହାଡ଼ର ଅସ୍ଥିର ସ୍ଥିତି ଯୋଗୁଁ ଉଦ୍ଧାରକାରୀ ଦଳ ବଡ଼ ସଫଳତା ପାଇପାରିନାହାନ୍ତି।
ନଭେମ୍ବର ୪ରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାପାଳ ଗିଡିପାବାଲିର ନିଖୋଜ ଲୋକଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପରିବାରଗୁଡ଼ିକ ନିଜର ଦୁଃଖ, ଚିନ୍ତା ଓ ଆଗାମୀ ଜୀବନ ସମ୍ପର୍କରେ ମତ ରଖିଥିଲେ। ପରିସ୍ଥିତିକୁ ବିଚାର କରି ନିଖୋଜଙ୍କ ସନ୍ଧାନ ଅଭିଯାନକୁ ସ୍ଥଗିତ ରଖିବା ନିଷ୍ପତ୍ତି ହୋଇଛି।
ଭୂସ୍ଖଳନ ପରେ ଗାଁର ଅନେକ ଘର ମାଟି, ଗଛ ଓ ବିଶାଳ ପଥର ତଳେ ପୋତି ହୋଇଯାଇଛି। କେତେକ ସ୍ଥାନରେ ଆବର୍ଜନାର ଉଚ୍ଚତା ପ୍ରାୟ ୩୦ ଫୁଟ୍ ଥିବା ଆକଳନ କରାଯାଇଛି। ଏହା ସହ ଅଞ୍ଚଳରେ ପୂର୍ବରୁ ଏକାଧିକ ଥର ଭୂସ୍ଖଳନ ହୋଇଥିବାରୁ ପୁଣି ପଥର ଓ ମାଟି ଖସିବାର ଆଶଙ୍କା ରହିଛି।
ଉଦ୍ଧାର କାର୍ଯ୍ୟରେ ଜୀବନ ଚିହ୍ନଟ ଯନ୍ତ୍ର, ଡଗ୍ ସ୍କ୍ୱାଡ୍, NDRF, ରେଳବାଇର ବିଶେଷଜ୍ଞ ଦଳ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ନିୟୋଜିତ କରାଯାଇଥିଲା। ବଡ଼ ପଥରଗୁଡ଼ିକୁ ଭାଙ୍ଗିବା ପାଇଁ ନିୟନ୍ତ୍ରିତ ବିସ୍ଫୋରଣ ମଧ୍ୟ କରାଯାଇଥିଲା। ତଥାପି ଆଶାନୁରୂପ ଫଳ ମିଳିନଥିଲା। ଅଧିକ ବିସ୍ଫୋରଣ କଲେ ପୁଣି ଭୂସ୍ଖଳନ ହୋଇ ଉଦ୍ଧାରକାରୀଙ୍କ ଜୀବନ ବିପଦରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।
ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶେଷକୃତ୍ୟ ଓ ପରବର୍ତ୍ତୀ ଧାର୍ମିକ କାର୍ଯ୍ୟ ନିଜ ନିଜ ପରମ୍ପରା ଅନୁସାରେ କରିବାକୁ ପ୍ରଶାସନ ସହଯୋଗ କରିବ ବୋଲି ଜଣାଇଛି। ଯେଉଁ ମୃତଦେହଗୁଡ଼ିକର ପରିଚୟ ଚିହ୍ନଟ ହୋଇପାରିନାହିଁ, ସେଗୁଡ଼ିକୁ ନିୟମ ଅନୁସାରେ ସମାଧି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭୂସ୍ଖଳନରେ ଘରଦ୍ୱାର ଓ ଜୀବିକା ହରାଇଥିବା ପରିବାରଗୁଡ଼ିକର ପୁନର୍ବାସକୁ ନେଇ ମଧ୍ୟ ପ୍ରଶାସନ ପଦକ୍ଷେପ ନେଇଛି। ଯେଉଁ ପରିବାର ଗଞ୍ଜାମ ଜିଲ୍ଲାରେ ରହିବାକୁ ଚାହିଁବେ, ସେମାନଙ୍କୁ ସେଠାରେ ରହିବାର ବ୍ୟବସ୍ଥା କରାଯିବ। ସେହିପରି କନ୍ଧମାଳ ଜିଲ୍ଲାରେ ରହିବାକୁ ଇଚ୍ଛା କରୁଥିବା ପରିବାରଙ୍କୁ ମଧ୍ୟ ସେଠାରେ ଥଇଥାନ କରାଯିବ ବୋଲି ଆଶ୍ୱାସନା ଦିଆଯାଇଛି।
ଏହାସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସଲମାନଙ୍କ ଯାଆଁଳା ସନ୍ତାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ବହନ କରିବାରେ ପ୍ରଶାସନ ସହାୟତା କରିବ ବୋଲି କହିଛି।
ସାଇକ୍ଲୋନ୍ ଅର୍ଣ୍ଣବ ପରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଅକ୍ଟୋବର ୨୮ ତାରିଖ ରାତିରେ ଗିଡିପାବାଲି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଥିଲା। ପାହାଡ଼ରୁ ମାଟି, ପଥର ଓ ଗଛ ଧସି ଗାଁର ଘରଗୁଡ଼ିକୁ ପୋତି ଦେଇଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ହୋଇଥିବାବେଳେ କିଛି ଲୋକ ଜୀବନ ବଞ୍ଚାଇ ପାହାଡ଼ ଉପରକୁ ଚାଲିଯାଇଥିଲେ। ପରେ ସେମାନଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଦୁର୍ଘଟଣା କେବଳ ଜୀବନହାନି ନୁହେଁ, ବରଂ ବଞ୍ଚିଯାଇଥିବା ପରିବାରଙ୍କ ଜୀବନ ଓ ଭବିଷ୍ୟତକୁ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ଏବେ ସେମାନଙ୍କ ପାଇଁ ସୁରକ୍ଷିତ ଆଶ୍ରୟ, ଜୀବିକା ଓ ପିଲାମାନଙ୍କ ଶିକ୍ଷାର ବ୍ୟବସ୍ଥା କରିବା ପ୍ରଶାସନ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ହୋଇଛି।
ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ବୈଠ...
ନୂଆଦିଲ୍ଲୀ: ଅଦାଲତଙ୍କ ରାୟରେ ଅଜାଣତରେ ହୋଇଥିବା ଟାଇପ୍ କି...
ରିଲିଜ୍ ପୂର୍ବରୁ ‘ରାମାୟଣ’ର ବଡ଼ ରେକର୍ଡ...
ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘King’ ରିଲିଜ...
ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ସଙ୍କଟ ଦୀପାବଳି...
ପାଟନା: ବିହାରରେ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ନେଇ...
ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SI...