ଗଞ୍ଜାମ-କନ୍ଧମାଳ ସୀମାରେ ରାଇକିଆ ବ୍ଲକ ଅଧୀନ ଢେପାଗୁଡ଼ା ଗାଁରେ ରାସ୍ତା ଧସିଯିବା ପରେ ଭୂସ୍ଖଳନକୁ ନେଇ ଆଶଙ୍କା ବଢ଼ିଛି। ଲଗାତାର ବର୍ଷା ପରେ ରାସ୍ତାର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଅଗଷ୍ଟ ୬ ତାରିଖରେ କିଛି ଶିଶୁ ରାସ୍ତା ନିକଟରେ ଖେଳୁଥିବା ବେଳେ ହଠାତ୍ ରାସ୍ତାର ଏକ ଅଂଶ ଧସିଯାଇଥିଲା। ଫଳରେ ଦୁଇ ଶିଶୁ ଅଳ୍ପକେ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ।
ପ୍ରବଳ ବର୍ଷା ଯୋଗୁଁ କଂକ୍ରିଟ୍ ରାସ୍ତା ଧସିଯିବା ପରେ ପ୍ରାୟ ୨୦ ଫୁଟ ବ୍ୟାସ ଓ ପ୍ରାୟ ୫ ଫୁଟ ଗଭୀର ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ନେଇ ଗାଁରେ ଆତଙ୍କ ଦେଖାଦେଇଛି।
ଗ୍ରାମବାସୀଙ୍କ କହିବା ଅନୁସାରେ, ୨୦୧୬ ମସିହାରେ ଗାଁରେ ଏଭଳି ୩ଟି ଗର୍ତ୍ତ ସୃଷ୍ଟି ହୋଇଥିଲା। ପୁଣି ଚାରି ଦିନ ତଳେ ପ୍ରବଳ ବର୍ଷା ପରେ ଆଉ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ଏହି ଅଞ୍ଚଳରେ ପାଣି ଭରିଯାଇଥିଲା।
ବର୍ତ୍ତମାନ ଘର ଓ ଜୀବନର ସୁରକ୍ଷାକୁ ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି। ରାତିରେ ମଧ୍ୟ ଜୀବନ ରକ୍ଷା ପାଇଁ ଜାଗି ରହିବାକୁ ପଡ଼ୁଥିବା ସେମାନେ କହିଛନ୍ତି। ଏଭଳି ବିପଦପୂର୍ଣ୍ଣ ସ୍ଥିତିରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ତୁରନ୍ତ ସହାୟତା ଯୋଗାଇଦେବାକୁ ସେମାନେ ମୋହନ ମାଝୀ ସରକାରଙ୍କୁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...