ଗଭୀର ଅବପାତରେ ଉଜୁଡ଼ିଲା ଚାଷ; ବନ୍ୟା ପାଣିରେ ବୁଡ଼ିଲା ଧାନ ଓ ପନିପରିବା

ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଦେଖାଦେଇଛି। ବନ୍ୟା ପାଣି ଜମିରେ ପଶିବାରୁ ଧାନ ସମେତ ବିଭିନ୍ନ ପନିପରିବା ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରମ୍ଭା ଅଞ୍ଚଳର କେତେକ ଗାଁରେ ଫୁଲକୋବି ଓ ଲଙ୍କା ଚାଷ ନଷ୍ଟ ହୋଇଥିବା ଚାଷୀମାନେ କହିଛନ୍ତି।
Floodwater submerges paddy and vegetable crops in Ganjam Odisha
Floodwater submerges paddy and vegetable crops in Ganjam Odisha

ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ଯୋଗୁଁ ହୋଇଥିବା ପ୍ରବଳ ବର୍ଷାର ପ୍ରଭାବ ଚାଷ ଉପରେ ପଡ଼ିଛି। ଲଗାଣ ବର୍ଷା ପରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ଜମିରେ ପଶିବାରୁ ଧାନ ଓ ପନିପରିବା ଫସଲ ଜଳମଗ୍ନ ହୋଇଛି।

ବିଶେଷକରି ରମ୍ଭା ଅଞ୍ଚଳର ଝାରେଡ଼ି, ସିପକୁଦା, ରାଧାଗୋବିନ୍ଦପୁର ଓ ମିଞ୍ଚିନିପାଟଣାରେ ଚାଷଜମିରେ ବନ୍ୟା ପାଣି ମାଡ଼ିଯାଇଛି। ଫଳରେ ଫୁଲକୋବି ଓ ଲଙ୍କା ଭଳି ପନିପରିବା ଫସଲ ନଷ୍ଟ ହେବା ସହ କେତେକ ଜମିରେ ଫସଲ ସଢ଼ିବା ଆରମ୍ଭ ହୋଇଥିବା ଚାଷୀମାନେ କହିଛନ୍ତି।

ଚାଷୀମାନଙ୍କ ଅନୁସାରେ, ପ୍ରାୟ ୫୦୦ରୁ ୬୦୦ ଏକର ଜମିର ଫୁଲକୋବି ଚାଷ ପ୍ରଭାବିତ ହୋଇଛି। ଏହାସହ ଲଙ୍କା ଚାଷରେ ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଗଞ୍ଜାମ ସମେତ ରାଜ୍ୟର ଅନେକ ଅଞ୍ଚଳରେ ଗଭୀର ଅବପାତଜନିତ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବା ରିପୋର୍ଟ ଆସିଛି।

ଫସଲ କ୍ଷୟକ୍ଷତିର ଶୀଘ୍ର ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+