ଗଜପତି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଛି ଗୁରୁତର ଚିତ୍ର। ମୋହନା ବ୍ଲକ ଡମ୍ବଗୁଡ଼ା ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଗଛ ତଳେ ବସି ମଧ୍ୟାହ୍ନ ଭୋଜନ କରିବାକୁ ପଡ଼ୁଛି।
ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବା ବେଳେ ମାତ୍ର ୩ଟି ଶ୍ରେଣୀଗୃହ ରହିଛି। ଫଳରେ ସମସ୍ତ ଶ୍ରେଣୀର ପିଲାଙ୍କୁ ଉପଯୁକ୍ତ ଭାବେ ପଢ଼ାଇବା ଶିକ୍ଷକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ସମସ୍ୟା ହୋଇଛି।
ଏହାସହ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଅଲଗା ଡାଇନିଂ ହଲ୍ ନାହିଁ। ତେଣୁ ପିଲାମାନେ ଖରା, ବର୍ଷା ଓ ପାଗର ପ୍ରତିକୂଳତା ମଧ୍ୟରେ ଗଛ ତଳେ ବସି ମଧ୍ୟାହ୍ନ ଭୋଜନ କରୁଛନ୍ତି।
ସ୍କୁଲ କର୍ତ୍ତୃପକ୍ଷ ଅନେକଥର ପ୍ରଶାସନକୁ ଭିତ୍ତିଭୂମି ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଅତିରିକ୍ତ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।
ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସ୍ପନ୍ଦନା ଭୂୟାଁଙ୍କ କହିବା ଅନୁସାରେ, ଶିକ୍ଷକ ଓ ଶ୍ରେଣୀଗୃହର ଅଭାବ ଯୋଗୁଁ ପାଠପଢ଼ାରେ ସମସ୍ୟା ହେଉଛି। ସ୍କୁଲରେ ପାଚେରି ନଥିବାରୁ ପିଲାମାନେ ବେଳେବେଳେ ସ୍କୁଲ ବାହାରେ ଚାଲିଯାଉଥିବା ସେ କହିଛନ୍ତି।
ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ କହିଛନ୍ତି ଯେ ଅତିରିକ୍ତ ଶ୍ରେଣୀଗୃହ ଆବଶ୍ୟକ ଥିବା ସ୍କୁଲଗୁଡ଼ିକର ତାଲିକା ପ୍ରଶାସନକୁ ଦିଆଯାଉଛି। BDOଙ୍କ ସହ ଆଲୋଚନା କରି ଡମ୍ବଗୁଡ଼ା ସ୍କୁଲକୁ ଅତିରିକ୍ତ ଶ୍ରେଣୀଗୃହ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗତ ସପ୍ତାହରେ ଘଟିଥିବା ଟନେ...
ବିହାରର ସିୱାନରେ ଛାତ୍ର ଆନ୍ଦୋଳନ ସମୟରେ AK-47ରୁ ଗୁଳିଚାଳ...
ପଶ୍ଚିମବଙ୍ଗରେ ଏକ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ମୌଳିକ ସୁବ...
‘ବସ୍ ସ୍କାମ୍’ ନାମରେ ଏକ ନୂଆ ସାଇବର ଠକେଇ କ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...