ଓଡ଼ିଶାରେ ଜାରି ରହିଥିବା ତୀବ୍ର ଗ୍ରୀଷ୍ମପ୍ରବାହ ମଧ୍ୟରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ବିଦ୍ୟୁତ ସମସ୍ୟା ଲୋକଙ୍କ ଦୁର୍ଭୋଗକୁ ଦୁଇଗୁଣା କରିଦେଇଛି। ୪୦ ଡିଗ୍ରୀ ସେଲସିଅସ୍ରୁ ଅଧିକ ତାପମାତ୍ରା ମଧ୍ୟରେ ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟାରେ ଲୋକମାନେ ଅସହ୍ୟ ପରିସ୍ଥିତିରେ ଦିନ କାଟୁଛନ୍ତି।
ବିଶ୍ୱନାଥ ନଗର ଓ ପାଖପାଖି ଅଞ୍ଚଳରେ ଗତ ୪ରୁ ୫ ଦିନ ଧରି ବିଦ୍ୟୁତ ଯୋଗାଣ ଅନିୟମିତ ରହିଥିବା ଅଭିଯୋଗ ହୋଇଛି। ତୀବ୍ର ଗରମ ଯୋଗୁଁ ବୃଦ୍ଧ, ଶିଶୁ ଓ ସାଧାରଣ ପରିବାରମାନଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଣି ମୋଟର ଚାଲୁନଥିବାରୁ ଅନେକ ଘରେ ପାଣି ସମସ୍ୟା ମଧ୍ୟ ଦେଖାଦେଇଛି।
ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି ଯେ ଗତ ସାତ ଦିନ ଧରି ଭୋଲଟେଜ୍ ୭୦ରୁ ୨୪୦ ଭୋଲ୍ଟ ମଧ୍ୟରେ ଉଠାନମା ହେଉଛି ଏବଂ ସ୍ଥିର ରହୁନାହିଁ। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଅଧିକାରୀମାନେ ଅଞ୍ଚଳକୁ ଆସିନଥିବା ସେ ଅଭିଯୋଗ କରିଛନ୍ତି। ଲୋ ଭୋଲଟେଜ୍ କାରଣରୁ ଅନେକ ଘରର ଏସି, ଫ୍ରିଜ୍, ମୋଟର ଓ ବିଭିନ୍ନ ବିଦ୍ୟୁତ ଉପକରଣ ନଷ୍ଟ ହୋଇଥିବା ମଧ୍ୟ କୁହାଯାଇଛି।
ଏପଟେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି ଯେ ବିଶ୍ୱନାଥ ନଗର ଅଞ୍ଚଳରେ ଥିବା ଟ୍ରାନ୍ସଫର୍ମର ଦୂରରେ ଥିବାରୁ ସମସ୍ୟା ଦେଖାଦେଇଥିଲା। ନୂଆ ୨୫୦ କେଭିଏ ଟ୍ରାନ୍ସଫର୍ମର ସ୍ଥାପନ ପ୍ରସ୍ତାବ ରହିଥିବା ବେଳେ କେତେକ ସ୍ଥାନରେ ରାଇଟ୍ ଅଫ୍ ୱେ (R.O.W.) ସମସ୍ୟା ଯୋଗୁଁ କାମ ବିଳମ୍ବ ହୋଇଥିଲା। ପୁରୁଣା କେବୁଲ ନଷ୍ଟ ହୋଇଥିବାରୁ ବିଦ୍ୟୁତ ବାଧା ସୃଷ୍ଟି ହେଉଥିଲା ବୋଲି ସେ କହିଛନ୍ତି।
ଗତକାଲି ୫ଟି ସ୍ପାନ୍ କେବୁଲ ପରିବର୍ତ୍ତନ କରାଯାଇଥିବା ବେଳେ ଆଜି ଆହୁରି ୧୦ଟି ସ୍ପାନ୍ କେବୁଲ ବିଛାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। କାମ ସମ୍ପୂର୍ଣ୍ଣ ହେବା ପରେ ପାରଳାଖେମୁଣ୍ଡିର ବିଭିନ୍ନ ଅଞ୍ଚଳର ଦୀର୍ଘଦିନର ବିଦ୍ୟୁତ ସମସ୍ୟାର ସମାଧାନ ହେବ ବୋଲି ବିଦ୍ୟୁତ ବିଭାଗ ଆଶ୍ୱାସନ ଦେଇଛି।
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...