ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗୁରୁବାର ଆସନ୍ତା ଆନିମେଟେଡ୍ ଚଳଚ୍ଚିତ୍ର **‘ମହାପ୍ରଭୁ ଜଗନ୍ନାଥ’**କୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଜୀବନ ଓ ମହିମାକୁ ଆଧାର କରି ନିର୍ମିତ ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ପ୍ରଚାର ପାଇବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଗଜପତି ମହାରାଜ କହିଛନ୍ତି ଯେ, ଟ୍ରେଲରରେ ଦେଖାଯାଇଥିବା କାହାଣୀ ଓ ଘଟଣାବଳୀ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଧାର୍ମିକ ଶାସ୍ତ୍ରରେ ବର୍ଣ୍ଣିତ ତଥ୍ୟ ସହ ମେଳ ଖାଉନାହିଁ। ତାଙ୍କ ମତରେ, ପ୍ରଭୁଙ୍କ ମହିମା ଓ ଐତିହ୍ୟକୁ କେବଳ ଶାସ୍ତ୍ର ସମ୍ମତ ଭାବରେ ଉପସ୍ଥାପନ କରାଯିବା ଉଚିତ।
ସେ ଆହୁରି କହିଛନ୍ତି ଯେ, କୌଣସି କଳ୍ପିତ କିମ୍ବା ବିକୃତ ଚିତ୍ରଣ ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇପାରେ। ସେଥିପାଇଁ ଫିଲ୍ମଟିକୁ ସିନେମା ହଲ୍ କିମ୍ବା କୌଣସି ସୋସିଆଲ ମିଡିଆ ମାଧ୍ୟମରେ ମୁକ୍ତି ଦେବା ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ନିଯୁକ୍ତ ବିଶେଷଜ୍ଞଙ୍କ ସମୀକ୍ଷା ଓ ପ୍ରମାଣୀକରଣ ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।
ତେବେ ଏପର୍ଯ୍ୟନ୍ତ ଫିଲ୍ମର ନିର୍ମାତା ପକ୍ଷରୁ ଗଜପତି ମହାରାଜଙ୍କ ଆପତ୍ତି ଉପରେ କୌଣସି ପ୍ରତିକ୍ରିୟା ଆସିନାହିଁ। ଉପଲବ୍ଧ ସୂଚନା ଅନୁଯାୟୀ,‘Mahaprabhu Jagannath’ଚଳଚ୍ଚିତ୍ର ଜୁଲାଇ ୧୦ ତାରିଖରେ ମୁକ୍ତି ପାଇବାର କାର୍ଯ୍ୟକ୍ରମ ରହିଛି।
ଆଗାମୀ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦ...
ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ଜଜଙ୍କୁ କେନ୍ଦ୍ର କରି ଆସି...
ପଶ୍ଚିମବଙ୍ଗ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପରେ ଭାରତୀୟ ଜ...
ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସମ୍ଭ...
ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ନିକଟସ୍ଥ ଏକ...
ବ୍ରାଜିଲୀୟ ସାମ୍ବାଦିକ ଓ ଭୂ-ରଣନୈତିକ ବିଶ୍ଳେଷକ ପେପେ ଏସ୍...
ରୁଷ ପକ୍ଷରୁ ପରମାଣୁ ଅସ୍ତ୍ରର ଗୁରୁତ୍ୱକୁ ନେଇ ଦିଆଯାଇଥିବା...
ସାଇବର ନିର୍ଯାତନା ଏବଂ ମର୍ଫଡ୍ ଫଟୋ ଭାଇରାଲ୍ ଘଟଣାରେ ଭରତପ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ର...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଅଭି...
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ...