ମହାରାଷ୍ଟ୍ରର ଏକ ଛୋଟ ଗାଁର ସାଧାରଣ ପରିବାରରୁ ଆସିଥିବା ବାପୁସାହେବ ଗାଏକୱାଡଙ୍କ ସଫଳତାର କାହାଣୀ ଆଜି ଅନେକଙ୍କୁ ପ୍ରେରଣା ଦେଇଛି। ଘରର ଆର୍ଥିକ ଅବସ୍ଥା ଖୁବ ଦୁର୍ବଳ ଥିଲା। ତାଙ୍କ ମା’ ଅନ୍ୟ ଘରେ କାମ କରୁଥିବା ବେଳେ ବାପା ଜଣେ ୱାଚମ୍ୟାନ୍ ଭାବେ ପରିବାର ଚାଲାଉଥିଲେ। ସେମାନଙ୍କର ଏକମାତ୍ର ସ୍ବପ୍ନ ଥିଲା ପିଲାମାନେ ପଢ଼ି ଜୀବନରେ ଭଲ କିଛି କରନ୍ତୁ।
ବାପୁସାହେବ ମଧ୍ୟ ପିତାମାତାଙ୍କ କଷ୍ଟ ଦେଖି ଦୃଢ଼ ସଙ୍କଳ୍ପ କରିଥିଲେ। କଲେଜ ପଢ଼ା ସମୟରେ ସେ ମୁମ୍ବାଇରେ ଅଫିସଗୁଡ଼ିକୁ ଟିଫିନ୍ ଡେଲିଭରି କରୁଥିଲେ ଏବଂ ରାତିରେ ପଢ଼ା କରୁଥିଲେ। ପରେ ଏକ ଫାଇନାନ୍ସ କମ୍ପାନୀରେ ଚାକିରି ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ସିଆରପିଏଫ୍ରେ କମାଣ୍ଡାଣ୍ଟ ପଦ ପାଇଥିଲେ।
ତଥାପି ତାଙ୍କର ମନର ଲକ୍ଷ୍ୟ ଥିଲା UPSC ପରୀକ୍ଷା ଉତ୍ତୀର୍ଣ୍ଣ ହେବା। ଅନେକ ବାର ବିଫଳତା ସତ୍ତ୍ୱେ ସେ ହାର ମାନିନଥିଲେ। ଶେଷରେ ଚତୁର୍ଥ ଚେଷ୍ଟାରେ UPSC ପରୀକ୍ଷା କ୍ରାକ୍ କରି ୨୦୨୫-୨୬ରେ ଅଲ୍ ଇଣ୍ଡିଆ ରାଙ୍କ ୫୬୧ ପାଇଥିଲେ। ତାଙ୍କର ଏହି ସଫଳତା ସଂଘର୍ଷ, ଧୈର୍ଯ୍ୟ ଓ ଦୃଢ଼ ଆତ୍ମବିଶ୍ୱାସର ଜୀବନ୍ତ ଉଦାହରଣ ଭାବେ ସମସ୍ତଙ୍କ ପାଇଁ ପ୍ରେରଣା।
୧୦ ଜିଲ୍ଲାକୁ Yellow Warning ଅକ୍ଟୋବର ୨୬ ଓ ୨୭ ପାଇଁ...
‘India’s biggest rebel soldier’...
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ତଥ୍ୟ...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
ଘୋଣ୍ଡା ଓ ନାଙ୍ଗଲୋଇରେ ଚଢ଼ାଉ ଦିଲ୍ଲୀ ପୋଲିସ କ୍ରାଇମ୍...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...