ଢେଙ୍କାନାଳ: ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅନିୟମିତତା ଓ ଦୁର୍ନୀତି ମାମଲାରେ ଢେଙ୍କାନାଳ ଭିଜିଲାନ୍ସ କୋର୍ଟ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀଙ୍କ ମଧ୍ୟରେ ପୂର୍ବତନ ଢେଙ୍କାନାଳ କଲେକ୍ଟର ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ PD DRDA ସୂର୍ଯ୍ୟନାରାୟଣ ଦାସ ଏବଂ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଅଛନ୍ତି।
ସେପ୍ଟେମ୍ବର ୩, ୨୦୨୬ରେ କୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ୩ ଜଣଙ୍କୁ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କ ଉପରେ ଜରିମାନା ଲଗାଇଛନ୍ତି।
ଏହି ମାମଲା ୨୦୦୧-୦୨ ମସିହାର। ସେତେବେଳେ ନିତ୍ୟାନନ୍ଦ ମହାନ୍ତି ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଭିଜିଲାନ୍ସ ଅନୁସାରେ, ଢେଙ୍କାନାଳ FCI ଗୋଦାମରୁ ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟକୁ ଚାଉଳ ଓ ଗହମ ପରିବହନ ପାଇଁ ସୂର୍ଯ୍ୟନାରାୟଣ ଦାସ ପ୍ରସ୍ତାବ ଦେଇଥିବା ଅଧିକ ପରିବହନ ଦରକୁ ମହାନ୍ତି ଅନୁମୋଦନ କରିଥିଲେ।
ତଦନ୍ତ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ ଓଡ଼ିଶା ସିଭିଲ୍ ସପ୍ଲାଏସ୍ କର୍ପୋରେସନ୍, ଢେଙ୍କାନାଳର ନିର୍ଦ୍ଧାରିତ ପରିବହନ ଦର ଅନୁସରଣ କରାଯାଇନଥିଲା। ଏହା ସହିତ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ହାତଲେଖା କୋଟେସନ୍କୁ ସରକାରୀ ନିୟମ ଉଲ୍ଲଂଘନ କରି ଗ୍ରହଣ କରାଯାଇଥିବା ଏବଂ ତାଙ୍କୁ ଅଧିକ ଅର୍ଥ ପ୍ରଦାନ କରାଯାଇଥିବା ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଥିଲା।
ଏହି ମାମଲାରେ ୩ ଜଣଙ୍କ ବିରୋଧରେ Prevention of Corruption Act, 1988 ସହିତ IPCର ଧାରା ୪୬୮, ୪୭୧, ୪୨୦ ଏବଂ ୧୨୦-B ଅଧୀନରେ ଚାର୍ଜଶିଟ୍ ଦାଖଲ ହୋଇଥିଲା।
କୋର୍ଟଙ୍କ ଦୋଷୀ ସାବ୍ୟସ୍ତ ରାୟ ପରେ ଅବସରପ୍ରାପ୍ତ ଦୁଇ ସରକାରୀ ଅଧିକାରୀ ନିତ୍ୟାନନ୍ଦ ମହାନ୍ତି ଓ ସୂର୍ଯ୍ୟନାରାୟଣ ଦାସଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...
ଦିଲ୍ଲୀରେFire Safety NOC (No Objection Certificate)...
ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...
ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...