ଝାରସୁଗୁଡ଼ାର ପୂର୍ବତନ ବିଜେଡି ବିଧାୟିକାଅଳକା ମହାନ୍ତିଶନିବାର ନବୀନ ନିବାସରେ ବିଜେଡି ସଭାପତିନବୀନ ପଟ୍ଟନାୟକଙ୍କୁ ଭେଟି ପୁଅପୁରୁଷୋତ୍ତମ ମହାନ୍ତିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।
ଗଣମାଧ୍ୟମ ସହ ଆଲୋଚନା ବେଳେ ଅଳକା ମହାନ୍ତି କହିଛନ୍ତି ଯେ, ତାଙ୍କ ପୁଅ ଭାବପ୍ରବଣ ହୋଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରେ ଦଳର ଅବଦାନ ଏବଂ ପରିସ୍ଥିତିକୁ ବୁଝି ନିଜ ଭୁଲ ଅନୁଭବ କରି ସେହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ।
ଅଳକା ମହାନ୍ତି ସ୍ପଷ୍ଟ କରି କହିଛନ୍ତି ଯେ, ତାଙ୍କ ପରିବାର ଓ ଝାରସୁଗୁଡ଼ା ବିଧାୟିକାଦୀପାଳି ଦାସଙ୍କ ମଧ୍ୟରେ କୌଣସି ରାଜନୈତିକ ମତଭେଦ ନାହିଁ। ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟକୁ ନେଇ ଅନାବଶ୍ୟକ ଚର୍ଚ୍ଚା କରାଯାଉଛି ବୋଲି ସେ କହିଛନ୍ତି।
ଏହି ବିବାଦ ଶୁକ୍ରବାର ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ପ୍ରତିବାଦ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା। ସେହି ସଭାରେ ବିଜେଡି ନେତ୍ରୀଇପ୍ସିତା ସାହୁଦିବଙ୍ଗତ ନେତାନବ ଦାସଙ୍କୁ "ବିକାଶ ପୁରୁଷ" ବୋଲି ସମ୍ବୋଧନ କରିଥିବା ବେଳେ ଦିବଙ୍ଗତ ବରିଷ୍ଠ ବିଜେଡି ନେତାକିଶୋର ମହାନ୍ତିଙ୍କୁ କେବଳ ଅଞ୍ଚଳର ବରିଷ୍ଠ ନେତା ଭାବେ ଉଲ୍ଲେଖ କରିଥିଲେ।
ଏହାକୁ ନେଇ ପୁରୁଷୋତ୍ତମ ମହାନ୍ତି ଫେସବୁକ୍ରେ ପୋଷ୍ଟ କରି କିଶୋର ମହାନ୍ତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ଝାରସୁଗୁଡ଼ାର ଲୋକଙ୍କୁ ନିଜ ପରିବାର ଭାବେ ଦେଖୁଥିବା ଜଣେ ନେତାଙ୍କୁ ଯଥୋଚିତ ସମ୍ମାନ ମିଳିନାହିଁ।
ପରେ ସେହି ପୋଷ୍ଟକୁ ହଟାଇ ଦିଆଯାଇଥିଲେ ମଧ୍ୟ ଏହାକୁ ନେଇ ଝାରସୁଗୁଡ଼ା ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ବିଜେଡି ନେତ୍ରୀ ଇପ୍ସିତା ସାହୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...