Floodwater inundates roads, farmland and villages across northern and coastal Odisha

ଉତ୍ତର ଓ ଉପକୂଳ ଓଡ଼ିଶାରେ ପୁଣି ବନ୍ୟା ଆତଙ୍କ, ଫୁଲୁଛି ନଦୀ; ଜଳବନ୍ଦୀ ଅନେକ ଗାଁ

ଉତ୍ତର ଓ ଉପକୂଳ ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରୁ ଚାଷଜମି, ତଳିଆ ଅଞ୍ଚଳ, ରାସ୍ତା ଓ ଗାଁ ଜଳମଗ୍ନ ହୋଇଛି। ଭଦ୍ରକର ବାସୁଦେବପୁରରେ କାଂସବାଂଶ ଓ ଗମେଇ ନଦୀ ଫୁଲିବାରୁ ହଜାର ହଜାର ହେକ୍ଟର ଚାଷଜମି ପୁଣି ପାଣିରେ ବୁଡ଼ିଛି। କେନ୍ଦୁଝରର ଆନନ୍ଦପୁରରେ ବୈତରଣୀ ତୃତୀୟ ଥର ପାଇଁ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି।

ଉତ୍ତର ଓ ଉପକୂଳ ଓଡ଼ିଶାରେ ପୁଣି ଫେରିଛି ବନ୍ୟାର ଭୟ। ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରୁ ଅନେକ ଜିଲ୍ଲାରେ ଚାଷଜମି, ତଳିଆ ଅଞ୍ଚଳ, ରାସ୍ତା ଓ ଗାଁ ଜଳମଗ୍ନ ହୋଇଛି। ଫଳରେ ସାଧାରଣ ଜନଜୀବନ ପୁଣିଥରେ ପ୍ରଭାବିତ ହୋଇଛି।

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବନ୍ୟା ପାଣି ହ୍ରାସ ପାଇବାର ନାଁ ନେଉନାହିଁ। କାଂସବାଂଶ ଓ ଗମେଇ ନଦୀର ଜଳସ୍ତର ବଢ଼ିବାରୁ ଅଞ୍ଚଳରେ ପୁଣି ବନ୍ୟା ସ୍ଥିତି ଦେଖାଦେଇଛି। ତୃତୀୟ ଥର ବନ୍ୟାର ପାଣି ସମ୍ପୂର୍ଣ୍ଣ ହ୍ରାସ ପାଇବା ପୂର୍ବରୁ ପୁଣି ହଜାର ହଜାର ହେକ୍ଟର ଚାଷଜମି ପାଣିରେ ବୁଡ଼ିଯାଇଛି। ଏଥିରେ ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।

ବାସୁଦେବପୁର ବ୍ଲକ୍‌ର ସୁଦର୍ଶନପୁର, ବରଣ୍ଡୁଆ, ଜଗନ୍ନାଥପ୍ରସାଦ ଓ ଲୁଙ୍ଗା ପଞ୍ଚାୟତର ଅନେକ ଗାଁ ଏବେବି ବନ୍ୟା ପାଣି ଘେରରେ ରହିଛି। ଅନେକ ଚାଷଜମି ମଧ୍ୟ ପାଣି ତଳେ ରହିଛି।

ଏପଟେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ତୃତୀୟ ଥର ପାଇଁ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ପୁଣି ବଢ଼ିବାରୁ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ସମସ୍ୟା ବଢ଼ିଛି।

ଆନନ୍ଦପୁର ପୌରପାଳିକାର ୫ ଓ ୬ ନମ୍ବର ୱାର୍ଡର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିବା ଆରମ୍ଭ କରିଛି। ପରିସ୍ଥିତି ଉପରେ ଆନନ୍ଦପୁର ଉପଜିଲ୍ଲାପାଳ ନଜର ରଖିଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲାର କରମୂଳ ପଞ୍ଚାୟତର ଦାଉଦେଶ୍ୱର ମନ୍ଦିରକୁ ମଧ୍ୟ ବ୍ରାହ୍ମଣୀ ନଦୀର ବନ୍ୟା ପାଣି ପ୍ରବେଶ କରିଛି। ମନ୍ଦିର ବେଢ଼ା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ପାଣିରେ ବୁଡ଼ିଯାଇଛି।

ଉତ୍ତର ଓ ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି ଜଟିଳ ହେଉଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

Latest News
ଫ୍ଲୋରେସ୍‌ରେ ଭୟଙ୍କର ଭୂକମ୍ପ: ରିଲିଫ୍‌ ଓ ଔଷଧ ଅଭାବ, ଭୋକରେ ହଜାର ହଜାର ବିସ୍ଥାପିତ

ଫ୍ଲୋରେସ୍‌ରେ ଭୟଙ୍କର ଭୂକମ୍ପ: ରିଲିଫ୍‌ ଓ ଔଷଧ...

ଇଣ୍ଡୋନେସିଆର ଫ୍ଲୋରେସ୍‌ ଦ୍ୱୀପରେ ଶନିବାର ସକାଳେ ଘଟ...

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ...

ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...

ଓଡ଼ିଶାରେ ରେଡ୍ ଆଲର୍ଟ: ଶକ୍ତିଶାଳୀ ହେଉଛି ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଓଡ଼ିଶାରେ ରେଡ୍ ଆଲର୍ଟ: ଶକ୍ତିଶାଳୀ ହେଉଛି ଲଘୁଚାପ,...

ଓଡ଼ିଶା ଉପରେ ପୁଣି ବର୍ଷା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଲଘ...

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...

ଓଡ଼ିଶାରେ ପୁଣି ଭୀଷଣ ବର୍ଷା ଆଶଙ୍କା: ବଙ୍ଗୋପସାଗରରେ ଲଘୁଚାପ, ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାରେ ପୁଣି ଭୀଷଣ ବର୍ଷା ଆଶଙ୍କା: ବଙ୍ଗୋପସାଗରରେ...

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ...

ସାପ୍ତାହିକ ରାଶିଫଳ: ୧୦ ଅଗଷ୍ଟରୁ ୧୭ ଅଗଷ୍ଟ ଯାଏଁ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୦ ଅଗଷ୍ଟରୁ ୧୭ ଅଗଷ୍ଟ...

ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...

Batwara 1947 ରିଭ୍ୟୁ: ଆଶା ପୂରଣ କରିପାରିଲେନି ସନି ଦେଓଲ-ପ୍ରୀତି ଜିଣ୍ଟାଙ୍କ ଫିଲ୍ମ

Batwara 1947 ରିଭ୍ୟୁ: ଆଶା ପୂରଣ କରିପାରିଲେନି...

ରାଜକୁମାର ସନ୍ତୋଷୀ ଓ ସନି ଦେଓଲଙ୍କ ଯୋଡ଼ି ‘ଘାୟଲ&r...

ରାମଙ୍କ ବଦଳରେ ରାବଣ କାହିଁକି? ୟଶ କହିଲେ- ‘ମୋଠାରୁ ଭଲ ରାବଣଙ୍କୁ କେହି ଚିତ୍ରଣ କରିପାରିବେନି’

ରାମଙ୍କ ବଦଳରେ ରାବଣ କାହିଁକି? ୟଶ କହିଲେ-...

‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...

Awarapan 2 ରିଭ୍ୟୁ: ଦମଦାର କମବ୍ୟାକ୍ କଲେ ଇମ୍ରାନ ହାଶମି, ଆକ୍ସନ୍ ସହ ଭାବନାର ଭରପୂର ମସାଲା

Awarapan 2 ରିଭ୍ୟୁ: ଦମଦାର କମବ୍ୟାକ୍ କଲେ...

ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...

ପାନ୍ ମସଲା ସଂଯୁକ୍ତ ବ୍ରାଣ୍ଡ ବିଜ୍ଞାପନ ମାମଲା: ଶାହରୁଖ, ଅଜୟ ଦେବଗନ ଓ ଟାଇଗର ଶ୍ରଫଙ୍କୁ FDA ନୋଟିସ୍

ପାନ୍ ମସଲା ସଂଯୁକ୍ତ ବ୍ରାଣ୍ଡ ବିଜ୍ଞାପନ ମାମଲା:...

ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...

ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ: ୧୦ ଜିଲ୍ଲାକୁ ସତର୍କତା, ସୁନ୍ଦରଗଡ଼-କେନ୍ଦୁଝରରେ ଅତିପ୍ରବଳ ବର୍ଷା ଆଶଙ୍କା

ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ: ୧୦...

ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଭା...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+