ବାଲେଶ୍ୱର:ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ମିଳିବା ଘଟଣାକୁ ନେଇ ତନାଘନା ଜାରି ରହିଛି। ଓରାଙ୍ଗଉଟାନ୍ମାନେ କେଉଁଠାରୁ ଆସିଲେ, କିଏ ସେମାନଙ୍କୁ ଆଣିଥିଲା ଏବଂ କେଉଁ ରାସ୍ତା ଦେଇ ସେମାନେ ଭୋଗରାଇରେ ପହଞ୍ଚିଲେ, ତାହାର ଖୋଳତାଡ଼ କରୁଛି ସ୍ପେଶାଲ୍ ଟାସ୍କ ଫୋର୍ସ (STF)।
ବାଲେଶ୍ୱର ଭୋଗରାଇରେ ଓରାଙ୍ଗଉଟାନ୍ ଠାବ ହେବା ପରେ STF ଟିମ୍ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଆରମ୍ଭ କରିଛି। ବିଚିତ୍ରପୁର ପରେ ଟିମ୍ ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଉଦୟପୁର ବୋର୍ଡରରେ ପହଞ୍ଚିଛି।
ସୀମାରେ ମୁତୟନ ବେଙ୍ଗଲ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସେଠାରେ ଲାଗିଥିବା CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ବିଚିତ୍ରପୁରରୁ ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ ଦେଇ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଓରାଙ୍ଗଉଟାନ୍ମାନଙ୍କ ଯାତ୍ରାପଥ ସମ୍ପର୍କରେ ସୁରାକ୍ ପାଇବା ପାଇଁ ବିଭିନ୍ନ ସ୍ଥାନର ଫୁଟେଜ୍ ଖୋଜାଯାଉଛି।
ଏହି ତଦନ୍ତରେ ଗୋଟିଏ କଳା ଥାର୍ ଗାଡ଼ି ଉପରେ ମଧ୍ୟ ସନ୍ଦେହ ରହିଥିବା ଜଣାପଡ଼ିଛି। ଗାଡ଼ିଟି ଓରାଙ୍ଗଉଟାନ୍ମାନଙ୍କୁ ନେବାଆଣିବାରେ ବ୍ୟବହୃତ ହୋଇଥିଲା କି ନାହିଁ, ସେନେଇ ଯାଞ୍ଚ କରାଯାଉଛି।
ଅନ୍ୟପକ୍ଷରେ, STF ତଦନ୍ତ ସମୟରେ ସ୍ଥାନୀୟ ଫରେଷ୍ଟ ଗାର୍ଡ ନିରାକାର ପଣ୍ଡା ଘଟଣାସ୍ଥଳରେ ଅନୁପସ୍ଥିତ ଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତାଙ୍କ ଅନୁପସ୍ଥିତିର କାରଣ ନେଇ ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।
ଏବେ ୫ଟି ଓରାଙ୍ଗଉଟାନ୍ଙ୍କୁ ନନ୍ଦନକାନନର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ହାଉସରେ ରଖାଯାଇଛି। ସେମାନଙ୍କ ଉପରେ ୨୪ ଘଣ୍ଟିଆ ମେଡିକାଲ୍ ଅବଜର୍ଭେସନ୍ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ୫ଟି ଓରାଙ୍ଗଉଟାନ୍ଙ୍କ ମଧ୍ୟରୁ ୩ଟି ଅଣ୍ଡିରା ଓ ୨ଟି ମାଈ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ଥିବା ବେଳେ ଆଉ ଦୁଇଟିରେ ଥଣ୍ଡାର ଲକ୍ଷଣ ଦେଖାଦେଇଛି।
ଓରାଙ୍ଗଉଟାନ୍ମାନେ ଇଣ୍ଡୋନେସିଆର ବୋର୍ଣ୍ଣିଓ ଅଞ୍ଚଳରୁ ଆସିଥିବା ସନ୍ଦେହ କରାଯାଉଛି। ତେବେ ସେମାନଙ୍କ ପ୍ରକୃତ ଉତ୍ସ, ପ୍ରଜାତି ଏବଂ ଭୋଗରାଇର ବିଚିତ୍ରପୁରରେ ପହଞ୍ଚିବାର ରୁଟ୍ ଜାଣିବା ପାଇଁ DNA ପରୀକ୍ଷା କରାଯିବ।
ଓରାଙ୍ଗଉଟାନ୍ମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। DNA ରିପୋର୍ଟ ଆସିବା ପରେ ଏହି ରହସ୍ୟମୟ ଘଟଣାର ଅନେକ ଦିଗ ସ୍ପଷ୍ଟ ହୋଇପାରେ।
ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ରେଡ୍‌-ବଲ୍&zwnj...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭୁଏଲ୍ଟା ଆ ଏସ୍ପାନାରେ ଗ୍ରେଟ୍ ବ୍ରିଟେନ୍ର ଯୁବ ସାଇକ୍ଲିଷ୍...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମହିଳା ଟେନିସ୍‌ରେ ନୂଆ ଇତିହାସ ରଚିଛନ୍ତି ଏଲେନା ରିବ...
ଚେନ୍ନାଇରେ ଚାଲିଥିବା ଦୁଲୀପ ଟ୍ରଫି ୨୦୨୬ ଫାଇନାଲ୍‌ର...