ରଥଯାତ୍ରା ନିକଟତର ହେଉଥିବା ବେଳେ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ସତର୍କ କରିଛି ଶ୍ରୀମନ୍ଦିର ପ୍ରଶାସନ। ସୋସିଆଲ ମିଡିଆରେ'ଶ୍ରୀମନ୍ଦିର' ନାମରେ ଭାଇରାଲ୍ ହେଉଥିବା ଏକ ଦାନ ଅଭିଯାନକୁ ନେଇ ଠକେଇର ସନ୍ଦେହ ପ୍ରକାଶ କରାଯାଇଛି।
ଭାଇରାଲ୍ ବିଜ୍ଞାପନରେ ଦାବି କରାଯାଉଛି ଯେ,ରଥଯାତ୍ରା ସମୟରେ ଗୁଣ୍ଡିଚା ଯାତ୍ରାର ପ୍ରଥମ ଦିନ ୧୦୧ କିଲୋଗ୍ରାମ ଖେଚୁଡ଼ି ବଣ୍ଟନ କରାଯିବଏବଂ ଭକ୍ତମାନେ୧୨୧ ଟଙ୍କା ଦାନକରି ଏହି ସେବାରେ ସାମିଲ ହୋଇପାରିବେ।
ଏହି ପୋଷ୍ଟ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବା ପରେ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଥିଲା।
ଏହା ଉପରେ ପ୍ରତିକ୍ରିୟା ରଖିଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକକହିଛନ୍ତି ଯେ, ପ୍ରାଥମିକ ତଥ୍ୟ ଅନୁଯାୟୀ ଏହାଏକ ସନ୍ଦେହଜନକ ଠକେଇହୋଇପାରେ। କୌଣସି ଅନଲାଇନ୍ ଦାନ କିମ୍ବା ସେବାରେ ଟଙ୍କା ପଠାଇବା ପୂର୍ବରୁ ଭକ୍ତମାନେ ନିଶ୍ଚିତ ଭାବେ ତାହାର ସତ୍ୟତା ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପ୍ରତିବର୍ଷ ରଥଯାତ୍ରା ସମୟରେ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ନାମରେ ବିଭିନ୍ନ ଦାନ ଆବେଦନ ଓ ବିଜ୍ଞାପନ ଭାଇରାଲ୍ ହୋଇଥାଏ। ଅଭଦା, ପୂଜା, ଭୋଗ ଓ ଅନ୍ୟାନ୍ୟ ଧାର୍ମିକ ସେବା ନାମରେ ଅନେକ ଠକ ସଂଗଠନ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ମଧ୍ୟ ପୂର୍ବରୁ ଆସିଛି।
ଏପଟେ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ ଓ ସାଇବର ସେଲ୍ ଏଭଳି ଠକେଇ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। କ୍ରାଇମ୍ବ୍ରାଞ୍ଚ ଆଇଜିସାର୍ଥକ ଷଡ଼ଙ୍ଗୀସୂଚନା ଦେଇଛନ୍ତି ଯେ,ଅଭଦା, ପୂଜା ଓ ମନ୍ଦିର ସେବା ନାମରେ ଠକେଇ କରୁଥିବା ୪ଟି ୱେବସାଇଟ୍କୁ ବନ୍ଦ କରାଯାଇଛି।
ସେ ଆହୁରି କହିଛନ୍ତି ଯେ,ପୁରୀ ଏସ୍ପି ପ୍ରାୟ ୭୦ଟି ପ୍ରାମାଣିକ ୱେବସାଇଟ୍ର ତାଲିକା ଜାରି କରିଛନ୍ତି।ଏହାଛଡ଼ା୨୧୨ଟି ୱେବପେଜ୍ ଓ ୪୨ଟି ୱେବସାଇଟ୍କୁ ବ୍ଲକ୍ କରାଯାଇଛି।ଅଭଦା ଦାନ ନାମରେ ଟଙ୍କା ମାଗୁଥିବା ଅନ୍ୟାନ୍ୟ ପେଜ୍ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଉଛି।
କ୍ରାଇମ୍ବ୍ରାଞ୍ଚ ଭକ୍ତମାନଙ୍କୁ ଅନୁରୋଧ କରିଛି ଯେ,କେବଳ ସରକାରୀ ଓ ଯାଞ୍ଚିତ ପ୍ଲାଟଫର୍ମ ମାଧ୍ୟମରେ ଦାନ କରନ୍ତୁ।ସେହିପରି ହୋଟେଲ ବୁକିଂ କରିବା ପୂର୍ବରୁ ସମ୍ପୃକ୍ତ ହୋଟେଲ ସହ ଫୋନ୍ରେ କଥା ହୋଇ ସତ୍ୟତା ଯାଞ୍ଚ କରିବାକୁ ଏବଂ କେବଳ ଗୁଗୁଲ୍ ସର୍ଚ୍ଚରେ ଦେଖାଯାଉଥିବା ୱେବସାଇଟ୍ ଉପରେ ଭରସା ନକରିବାକୁ ପରାମର୍ଶ ଦିଆଯାଇଛି।
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...