ଗୋଆରେ ସଂଗ୍ରହ କରାଯାଇଥିବା ନମୁନାରେAzoxystrobin ଓ Thiamethoxamନାମକ କୀଟନାଶକ ଅବଶେଷ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମିଳିଥିଲା। ପ୍ରଥମ ଲାବରେଟୋରୀ ପରୀକ୍ଷା ପରେ ରେଫରାଲ୍ ଲାବରେଟୋରୀ ମଧ୍ୟ ନମୁନାକୁ ‘UNSAFE’ ବୋଲି ନିଶ୍ଚିତ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।
FSSAI ଅନୁଯାୟୀ, ଗୋଆରRiverside Resorts & Holiday Homes Pvt. Ltd.ପରିସରରୁ Everestର ପ୍ରି-ପ୍ୟାକ୍ଡ ଜିରା ପାଉଡର୍ର ଏକ regulatory sample ସଂଗ୍ରହ କରାଯାଇଥିଲା। ଏହି ନମୁନାର ପରୀକ୍ଷାରେAzoxystrobin ଏବଂ Thiamethoxamନାମକ ଦୁଇଟି pesticide residue ନିର୍ଦ୍ଧାରିତ maximum limit ଠାରୁ ଅଧିକ ଥିବା ଜଣାପଡ଼ିଥିଲା।
Food Analystଙ୍କ ରିପୋର୍ଟରେ ନମୁନାକୁFood Safety and Standards Act, 2006ଅନୁସାରେ ‘UNSAFE’ ଘୋଷଣା କରାଯାଇଥିଲା। ଏହା ପରେ Everest Food Productsକୁ ରିପୋର୍ଟ ବିରୋଧରେ appeal କରିବାର ସୁଯୋଗ ଦିଆଯାଇଥିଲା।
ପ୍ରଥମ ପରୀକ୍ଷା ପରେ ନମୁନାକୁReferral Food Laboratoryକୁ ପଠାଯାଇଥିଲା। ସେଠାରେ ମଧ୍ୟ Azoxystrobin ଓ Thiamethoxamର ମାତ୍ରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ମିଳିଥିଲା ଏବଂ ନମୁନାକୁ ପୁଣିଥରେ ‘UNSAFE’ ଘୋଷଣା କରାଯାଇଥିଲା।
ଏହି ନିଶ୍ଚିତକରଣ ପରେ FSSAI ସମ୍ପୃକ୍ତସମଗ୍ର ପ୍ରଭାବିତ ବ୍ୟାଚ୍କୁ ବଜାରରୁ ତୁରନ୍ତ recall କରିବାକୁEverest Food Productsକୁ ନିର୍ଦ୍ଦେଶ ଦେଇଛି।
Batch No.: E080668761
FSSAI ପକ୍ଷରୁ Everest Food Productsକୁ recall କରାଯାଇଥିବା ଉତ୍ପାଦର ସମ୍ପୂର୍ଣ୍ଣ ରେକର୍ଡ ରଖିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ recall ସମ୍ପର୍କିତ ତଥ୍ୟ ଓ status report ଦାଖଲ କରିବାକୁ କୁହାଯାଇଛି। ଏହା ସହିତ ଏଭଳି ଘଟଣା ପୁଣି ନଘଟିବା ପାଇଁ corrective measures ନେଇ ତାହାର compliance report ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ଏହି ଆଦେଶନିର୍ଦ୍ଦିଷ୍ଟ ପ୍ରଭାବିତ batchସମ୍ପର୍କିତ। ତେଣୁ Everestର ପ୍ରତ୍ୟେକ ପ୍ୟାକେଟ୍କୁ ଅସୁରକ୍ଷିତ ବୋଲି ଧରିନେବା ଠିକ୍ ନୁହେଁ। ଗ୍ରାହକମାନେ ନିଜ ପାଖରେ ଥିବା Everest Cumin Powderରbatch numberଯାଞ୍ଚ କରିବା ଉଚିତ। ପ୍ରଭାବିତ batch ସହ ମେଳ ହେଲେ ତାହା ବ୍ୟବହାର ନକରିବା ଏବଂ recall ସମ୍ପର୍କିତ ନିର୍ଦ୍ଦେଶ ଅନୁସରଣ କରିବା ଉଚିତ।
ଏହି ଘଟଣା ମଧ୍ୟରେ FSSAI ଖାଦ୍ୟ ସୁରକ୍ଷା ନିୟମ ପାଳନ ଉପରେ ନିଜର enforcement କାର୍ଯ୍ୟକୁ ଜୋରଦାର କରୁଥିବା କହିଛି।
ନୂଆଦିଲ୍ଲୀ:ଦୀର୍ଘ ଦିନର ରୋମାଞ୍ଚକର ଷ୍ଟଣ୍ଟ ଓ ଚ୍ୟାଲେଞ୍ଜ...
ବଲିଉଡ୍ର ତିନି ଦିଗ୍ଗଜଅମିତାଭ ବଚ୍ଚନ, ଜୟା ବଚ୍ଚନ ଓ ଗୁଲଜା...
ନୂଆଦିଲ୍ଲୀ:ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ଏକ ମନ୍ତବ୍ୟକ...
Maharashtra Food and Drug Administration (FDA) Pun...
ଭାରତ ବର୍ଷକାଳ ଧରି “Pharmacy of the World&rdqu...
AI ବ୍ୟବହାର କରି ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓରେ ପରିବର୍ତ...
ଭୁବନେଶ୍ୱର: ଘରେ ଛୋଟ ପିଲା ଥିଲେ ହଠାତ୍ ଜ୍ୱର ସହ ଦେହରେ ଲ...
ୱାଶିଂଟନ୍: NASA ଓ SpaceXର Crew-13 mission ସଫଳତାର ସହ...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...