ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟାଇ ଓଡ଼ିଶାରେ ଏବେ ସ୍ଥାପିତ ହେବ ଅତ୍ୟାଧୁନିକ ESI ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍। ଭୁବନେଶ୍ୱର ଉପକଣ୍ଠ ଆନ୍ଧାରୁଆରେ ଏହି ପ୍ରକଳ୍ପ ଗଢ଼ିଉଠିବାକୁ ଯାଉଥିବାବେଳେ ଏହା ପାଇଁ ରାଜ୍ୟର ଶ୍ରମ ଓ ESI ବିଭାଗ ଏବଂ ଏମ୍ପ୍ଲୟିଜ୍ ଷ୍ଟେଟ୍ ଇନ୍ସୁରାନ୍ସ କର୍ପୋରେସନ୍ (ESIC) ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି।
ଏହି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବା ପାଇଁ ଚନ୍ଦ୍ରଶେଖରପୁରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲ୍କୁ ESICଙ୍କ ହସ୍ତାନ୍ତର କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ୨୨୦ ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପିଟାଲ୍ରେ ପରିଣତ କରାଯିବ ବୋଲି ସୂଚନା ମିଳିଛି। ଏଠାରେ ଡାଏାଲିସିସ୍, ସୁପର ସ୍ପେସିଆଲିଟି ଚିକିତ୍ସା ସହ ବିଭିନ୍ନ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବ।
ଏହି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ କେବଳ ଚିକିତ୍ସା ସେବାକୁ ଶକ୍ତିଶାଳୀ କରିବ ନୁହେଁ, ବରଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି କରିବ। ସାଧାରଣ ଛାତ୍ରଛାତ୍ରୀ ଓ ESIC ସୁବିଧାଭୋଗୀଙ୍କ ପରିବାର ସଦସ୍ୟମାନେ ଏଠାରେ ମେଡିକାଲ୍ ଶିକ୍ଷା ଗ୍ରହଣ କରିପାରିବେ। ଏହା ସହ ସମଗ୍ର ରାଜ୍ୟର ରୋଗୀଙ୍କ ପାଇଁ ଏହି ହସ୍ପିଟାଲ୍ ଏକ ରେଫରାଲ୍ ଓ ଟର୍ସିଆରି କେୟାର ସେଣ୍ଟର୍ ଭାବେ କାର୍ଯ୍ୟ କରିବ।
ରାଜ୍ୟ ସରକାର ପକ୍ଷରୁ ଶ୍ରମ ବିଭାଗର ଅତିରିକ୍ତ ସଚିବ ରାଜେଶ କୁମାର ଅଗ୍ରୱାଲ ଏବଂ ESIC ସ୍କିମ୍ର ନିର୍ଦ୍ଦେଶିକା ମଧୁମିତା ନାୟକ ଏହି MoUରେ ସ୍ୱାକ୍ଷର କରିଛନ୍ତି।
ଓଡ଼ିଶାରେ ESI ମେଡିକାଲ୍ କଲେଜ୍ ସ୍ଥାପନ ଦୀର୍ଘଦିନର ଦାବି ଥିଲା। ୨୦୦୮ ମସିହାରେ ESIC ପକ୍ଷରୁ ପ୍ରତ୍ୟେକ ରାଜ୍ୟରେ ମେଡିକାଲ୍ କଲେଜ୍ ସ୍ଥାପନ ସହ ସ୍ନାତକ ଓ ସ୍ନାତକୋତ୍ତର ଚିକିତ୍ସା ଶିକ୍ଷା ଆରମ୍ଭ କରିବାକୁ ପ୍ରସ୍ତାବ ଆସିଥିଲା। ଏହି ପ୍ରକଳ୍ପ ପାଇଁ ଭୁବନେଶ୍ୱର ଉପକଣ୍ଠରେ ୨୫ ଏକର ଜମି ରାଜ୍ୟ ସରକାର ଆବଣ୍ଟନ କରିଥିଲେ।
ଯଦିଓ ରାଉରକେଲାର ବିଭିନ୍ନ ସଂଗଠନ ଏହି ମେଡିକାଲ୍ କଲେଜ୍କୁ ଷ୍ଟିଲ୍ ସିଟିରେ ସ୍ଥାପନ କରିବାକୁ ଦାବି କରିଥିଲେ, ଶେଷରେ ରାଜ୍ୟ ସରକାର ଭୁବନେଶ୍ୱରକୁ ଉପଯୁକ୍ତ ସ୍ଥାନ ଭାବେ ସୁପାରିଶ କରିଥିଲେ।
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ପଞ୍ଜାବର ଜେଲ୍‌ଗୁଡ଼ିକରେ ନିଶାସକ୍ତିର ଚିତ୍ର ଚିନ୍ତା...
ଦାର୍ଜିଲିଂର ଐତିହାସିକ ଟୟ ଟ୍ରେନ୍‌ ଲୋକୋସେଡ୍‌...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ରକ୍ଷାବନ୍ଧନର ଖୁସି ମୁହୂର୍ତ୍ତ ଉତ୍ତରପ୍ରଦେଶର ଝାନ୍ସୀରେ ଶ...
ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ରାମ ଜନ୍ମଭୂମି ଟ୍ରଷ...