ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଏକ ବୟାନ ବିଶ୍ୱ ଫୁଟବଲ୍ରେ ନୂଆ ବିବାଦ ସୃଷ୍ଟି କରିଛି। ଟ୍ରମ୍ପ୍ ଦାବି କରିଛନ୍ତି ଯେ, ଆମେରିକୀୟ ଫୁଟବଲର୍ ଫୋଲାରିନ୍ ବାଲୋଗୁନ୍ଙ୍କୁ ରେଡ୍ କାର୍ଡ ଦିଆଯିବା ପରେ ସେ ସିଧାସଳଖ ଫିଫା ଅଧ୍ୟକ୍ଷ ଜିଆନି ଇନଫାଣ୍ଟିନୋଙ୍କ ସହ ଯୋଗାଯୋଗ କରିଥିଲେ।
ନ୍ୟୁୟର୍କର ଟ୍ରମ୍ପ୍ ଟାୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ୍ କହିଥିଲେ ଯେ, ବାଲୋଗୁନ୍ଙ୍କୁ ରେଡ୍ କାର୍ଡ ମିଳିବା ପରେ ସେ ଫିଫା ମୁଖ୍ୟଙ୍କୁ ଫୋନ୍ କରି ଏହାର ପରିଣାମ ଗୁରୁତର ହୋଇପାରେ ବୋଲି କହିଥିଲେ। ତେବେ ପରବର୍ତ୍ତୀ ସମୟରେ ଫିଫା ନିଜର ପୂର୍ବ ନିଷ୍ପତ୍ତିକୁ ବଦଳାଇଥିବା ନେଇ ସେ ଦାବି କରିଛନ୍ତି।
ବୋସନିଆ ଏବଂ ହର୍ଜେଗୋଭିନା ବିପକ୍ଷ ମ୍ୟାଚ୍ରେ ଆମେରିକାର ଷ୍ଟାର୍ ଫରୱାର୍ଡ ଫୋଲାରିନ୍ ବାଲୋଗୁନ୍ଙ୍କୁ ରେଡ୍ କାର୍ଡ ଦେଖାଯାଇଥିଲା। ନିୟମ ଅନୁଯାୟୀ, ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଥିଲା। ମାତ୍ର ପରେ ଫିଫା ତାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଥିଲା, ଫଳରେ ସେ ବେଲଜିୟମ୍ ବିପକ୍ଷ ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ଖେଳିବାର ସୁଯୋଗ ପାଇଥିଲେ।
ଯଦିଓ ଏହି ମ୍ୟାଚ୍ରେ ଆମେରିକା ୪-୧ ଗୋଲ୍ରେ ପରାସ୍ତ ହୋଇ ବିଶ୍ୱକପ୍ରୁ ବିଦାୟ ନେଇଥିଲା, ତଥାପି ଫିଫାର ନିଷ୍ପତ୍ତି ପରିବର୍ତ୍ତନ ଏବଂ ଏଥିରେ ଟ୍ରମ୍ପ୍ଙ୍କ ସମ୍ଭାବ୍ୟ ହସ୍ତକ୍ଷେପକୁ ନେଇ ବ୍ୟାପକ ବିତର୍କ ଦେଖାଦେଇଛି।
ଖେଳକୁ ରାଜନୀତିରୁ ଦୂରରେ ରଖିବାକୁ ଫିଫା ସବୁବେଳେ ଗୁରୁତ୍ୱ ଦେଇଆସିଛି। ତେବେ ଜଣେ ରାଷ୍ଟ୍ରପତିଙ୍କ ଏଭଳି ହସ୍ତକ୍ଷେପ ଏବଂ ଏହା ପରେ ନିଷ୍ପତ୍ତି ପରିବର୍ତ୍ତନ ଘଟଣା ଫିଫାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ସୋସିଆଲ ମିଡିଆରେ କ୍ରୀଡ଼ାପ୍ରେମୀମାନେ ଟ୍ରମ୍ପ୍ଙ୍କ ଏହି ବୟାନକୁ ନେଇ ତୀବ୍ର ସମାଲୋଚନା କରୁଥିବାବେଳେ ଫିଫାର ସ୍ୱାଧୀନତା ଏବଂ ନିୟମ ପ୍ରୟୋଗର ନିରପେକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଫିଫା ବିଶ୍ୱକପ୍ ଫାଇନାଲ୍ର ରୋମାଞ୍ଚ ମଧ୍ୟରେ ଏହି ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ବଲିଉଡ୍ ଓ ହଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥ...
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏବେ ପ୍ରକୃତିର...
ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ...
ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ତଥା ତାମି...
ଭାରତରେ ଖୁବଶୀଘ୍ର ପ୍ଲାଷ୍ଟିକ୍ (ପଲିମର) ବ୍ୟାଙ୍କନୋଟ୍ ଚଳନ...
ଜୁଲାଇ ୧ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ...
ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ...
ଲଘୁଚାପ ଜନିତ ବର୍ଷା ଯୋଗୁଁ ଓଡ଼ିଶାର ଜନଜୀବନ ଅସ୍ତବ୍ୟସ୍ତ...
ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନ ଉପରେ ପୋଲିସର...
ବୟସ କେବେ ମଧ୍ୟ ଶିକ୍ଷା ଓ ସ୍ୱପ୍ନ ପୂରଣରେ ବାଧା ହୋଇପାରେ...
ଆମାଜନ୍ ପ୍ରାଇମ୍ ଭିଡିଓର ଲୋକପ୍ରିୟ ରିଆଲିଟି ଶୋ‘ଆଲ...
ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ନୂଆ...