ଭୁବନେଶ୍ୱର: ଦୀପାବଳି ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷାକୁ ନେଇ କଡ଼ା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ସହରର ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରି ବାସି ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯାଞ୍ଚ କରିଛି ଖାଦ୍ୟ ସୁରକ୍ଷା ଟିମ୍। ଏହି ଅଭିଯାନରେ ପ୍ରାୟ ୪୦ କେଜି ବାସି ଓ ଅନୁପଯୋଗୀ ଖାଦ୍ୟ ନଷ୍ଟ କରାଯାଇଥିବା ବେଳେ ପ୍ରାୟ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।
ସୈଳଶ୍ରୀ ବିହାରରେ ଥିବା ବେଙ୍ଗଲୀ ସୁଇଟ୍ସ ବା ବେଙ୍ଗଲୀ ଗଙ୍ଗୁରାମ ନାମକ ଦୋକାନରେ ଚଢ଼ାଉ ବେଳେ ଅନେକ ଖାଦ୍ୟ ସାମଗ୍ରୀ ନିମ୍ନମାନର ଓ ଖାଇବା ଅନୁପଯୋଗୀ ଥିବା ଜଣାପଡ଼ିଥିଲା। ଏଠାରୁ ୨୦ କେଜିରୁ ଅଧିକ ରସଗୋଲା ଓ ଅନ୍ୟାନ୍ୟ ମିଠା ନଷ୍ଟ କରାଯାଇଥିଲା।
ଏହା ସହ ଗୁଲାବ ଜାମୁନ୍, ବାସି ଚିନି ସିରା, କାଜୁ ବର୍ଫି, ଛେନା ଝିଲି, ଅଟା, ମଇଦା ଓ ସସ୍ ଭଳି ସାମଗ୍ରୀ ମଧ୍ୟ ଯାଞ୍ଚ ବେଳେ ମିଳିଥିଲା। କିଛି ଦୋକାନରେ ଖୋଲାରେ ରଖାଯାଇଥିବା ବାସି ମିଠା ଓ ଭଜା ବରା ମଧ୍ୟ ନଷ୍ଟ କରାଯାଇଥିଲା।
ଯାଞ୍ଚ ସମୟରେ ଶୋ’କେସ୍ରେ ତାଜା ଭଳି ଦେଖାଯାଉଥିବା କିଛି ମିଠାରୁ ପଚା ଗନ୍ଧ ବାହାରୁଥିବା ଅଧିକାରୀମାନେ ଦେଖିଥିଲେ। କେତେକ ଖାଦ୍ୟ ସାମଗ୍ରୀରେ ଏକ୍ସପାୟରି ତାରିଖ ମଧ୍ୟ ଉଲ୍ଲେଖ ନଥିଲା। ଏଭଳି ଖାଦ୍ୟ ଗ୍ରାହକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇପାରେ ବୋଲି ଚିନ୍ତା ପ୍ରକାଶ ପାଇଛି।
BMCର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଦୀପାବଳିକୁ ଦୃଷ୍ଟିରେ ରଖି ସହରରେ ଯାଞ୍ଚ ଅଭିଯାନ ଜୋରଦାର କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୪୦ କେଜି ବାସି ଖାଦ୍ୟ ନଷ୍ଟ କରାଯିବା ସହ ବିଭିନ୍ନ ନିୟମ ଉଲ୍ଲଂଘନ ପାଇଁ ପ୍ରାୟ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।
ସମ୍ପୃକ୍ତ ଦୋକାନୀଙ୍କୁ ୨ ହଜାର ଟଙ୍କା ଜରିମାନା କରାଯାଇଥିବା ଜଣାପଡ଼ିଛି। ଦୋକାନୀମାନଙ୍କୁ ଖାଦ୍ୟର ମାନ ଓ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଚେତାବନୀ ଦିଆଯାଇଛି। ନିୟମ ଉଲ୍ଲଂଘନ ଜାରି ରହିଲେ ଦୋକାନ ସିଲ୍ କରିବା ସହ ଲାଇସେନ୍ସ ବାତିଲ ଭଳି କଡ଼ା ପଦକ୍ଷେପ ନିଆଯାଇପାରେ ବୋଲି ଅଧିକାରୀମାନେ ଚେତାଇଛନ୍ତି।
ଦୀପାବଳି ସମୟରେ ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ଗ୍ରାହକମାନେ ମିଠା କିଣିବା ବେଳେ ଏହାର ତାଜାପଣ, ଗୁଣବତ୍ତା ଓ ପ୍ୟାକେଟ୍ରେ ଥିବା ତାରିଖ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
ଦେଶରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...
ତାମିଲନାଡୁ ରାଜନୀତିରେ ଅଭିନେତାରୁ ରାଜନେତା ଏବଂ ଏବେ ମୁଖ୍...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...