ପୂର୍ବତନ ସେଲିବ୍ରିଟି ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ମୋଡ଼ ଆସିଛି। ମାମଲାରେ CBI ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବୁଧବାର ଜଷ୍ଟିସ୍ ସାରଙ୍ଗ କୋତୱାଲ ଓ ଜଷ୍ଟିସ୍ ରଣଜିତସିଂହ ରାଜା ଭୋସଲେଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କ ବାପା ସତୀଶ ସାଲିଆନ ତାଙ୍କ ଝିଅଙ୍କ ମୃତ୍ୟୁର ପରିସ୍ଥିତି ନେଇ ସନ୍ଦେହ ପ୍ରକାଶ କରି ଆବେଦନ କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, CBI ମାମଲାରେ FIR ରୁଜୁ କରିବ ଏବଂ ସତୀଶ ସାଲିଆନଙ୍କ ବୟାନ ରେକର୍ଡ କରିବ।
ଏହାସହ ତଦନ୍ତ ଜଣେ ଅଭିଜ୍ଞ ଓ ବରିଷ୍ଠ ଅଧିକାରୀଙ୍କୁ ଦେବାକୁ CBIକୁ କୋର୍ଟ କହିଛନ୍ତି। ତଦନ୍ତ ପରେ CBI ଦେଉଥିବା ରିପୋର୍ଟକୁ ଚ୍ୟାଲେଞ୍ଜ କରିବା ପାଇଁ ସତୀଶ ସାଲିଆନଙ୍କୁ ସ୍ୱାଧୀନତା ରହିବ ବୋଲି ମଧ୍ୟ କୋର୍ଟ କହିଛନ୍ତି।
ଦିଶା ସାଲିଆନଙ୍କର ୨୦୨୦ ଜୁନ୍ ୮ ତାରିଖରେ ମୁମ୍ବାଇର ମାଲାଡ ଅଞ୍ଚଳର ଏକ ଆବାସିକ କୋଠାର ୧୪ତମ ମହଲାରୁ ଖସିପଡ଼ି ମୃତ୍ୟୁ ହୋଇଥିଲା।
ଘଟଣା ପରେ ପୁଲିସ ଏହାକୁ ନେଇ Accidental Death Report (ADR) ରୁଜୁ କରି ତଦନ୍ତ କରିଥିଲା। ପରବର୍ତ୍ତୀ ତଦନ୍ତରେ ପୁଲିସ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା।
ତେବେ ଦିଶାଙ୍କ ବାପା ସତୀଶ ସାଲିଆନ ଏହି ନିଷ୍କର୍ଷ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଗତବର୍ଷ ସେ ହାଇକୋର୍ଟରେ ଆବେଦନ କରି ତାଙ୍କ ଝିଅଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ।
ଏହି ଅଭିଯୋଗର ସତ୍ୟତା ଏଯାବତ୍ ପ୍ରମାଣିତ ହୋଇନାହିଁ। ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ CBI ମାମଲାର ତଦନ୍ତ କରିବ।
ବୁଧବାର ଭାରତୀୟ ଇକ୍ୱିଟି ବଜାରରେ ଆରମ୍ଭରୁ ବିକ୍ରି ଚାପ ଦେ...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଆମେରିକାରେ ଚାକିରି କରି ଗ୍ରୀନ୍ କାର୍ଡ ମାଧ୍ୟମରେ ସ୍ଥାୟୀ...
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ସ୍ନାତକୋତ୍ତର (PG)...
ବୁଧବାର ଭାରତୀୟ ଶେୟାର ବଜାର ଦୁର୍ବଳ ଭାବେ କାରବାର ଆରମ୍ଭ...
ଭୁବନେଶ୍ୱର: ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁ...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ଆମେରିକାର ସର୍ବବୃହତ୍ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସ୍ପେସି...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...