ମିନିଟ୍‌ରେ ମିଳୁଛି ଡିଜିଟାଲ୍ ଲୋନ୍! ଆବେଦନ ପୂର୍ବରୁ ଜାଣନ୍ତୁ ଏହି ୭ଟି ଜରୁରୀ କଥା

Digital Loan
Digital Loan

ନୂଆଦିଲ୍ଲୀ: ଜରୁରୀ ସମୟରେ ଟଙ୍କାର ଆବଶ୍ୟକତା ପଡ଼ିଲେ ଅନେକ ଲୋକ ଏବେ ବ୍ୟାଙ୍କକୁ ନଯାଇ ମୋବାଇଲ୍ ଆପ୍‌ ମାଧ୍ୟମରେ ଡିଜିଟାଲ୍ ଲୋନ୍ ନେଉଛନ୍ତି। ମାତ୍ର କିଛି ତଥ୍ୟ ଦେବା ଓ KYC ପ୍ରକ୍ରିୟା ପୂରଣ କରିବା ପରେ କିଛି ମିନିଟ୍‌ରେ ଆକାଉଣ୍ଟକୁ ଟଙ୍କା ଆସିଯାଉଛି। ହେଲେ ତୁରନ୍ତ ଲୋନ୍ ମିଳିବା ଅର୍ଥ ଏହା ଏକ ଭଲ ଡିଲ୍ ବୋଲି ନୁହେଁ। ଲୋନ୍ ନେବା ପୂର୍ବରୁ ଏହାର ପ୍ରକୃତ ଖର୍ଚ୍ଚ, ସୁଧ, ଲୁକ୍କାୟିତ ଶୁଳ୍କ ଓ ଆପ୍‌ର ବିଶ୍ୱସନୀୟତା ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ।

Fintech Association for Consumer Empowerment (FACE) ପକ୍ଷରୁ CRIF High Mark ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍ ତ୍ରୈମାସିକ ମଧ୍ୟରେ ୧୧୦ରୁ ଅଧିକ ଡିଜିଟାଲ୍ NBFC ପ୍ରାୟ ୩.୪ କୋଟି ବ୍ୟକ୍ତିଗତ ଋଣ ମଞ୍ଜୁର କରିଛନ୍ତି। ଏହି ଋଣର ମୋଟ ମୂଲ୍ୟ ୬୪,୬୫୬ କୋଟି ଟଙ୍କା। ସଂଖ୍ୟା ଅନୁସାରେ ମୋଟ ମଞ୍ଜୁର ହୋଇଥିବା ବ୍ୟକ୍ତିଗତ ଋଣର ୭୦ ପ୍ରତିଶତ ଡିଜିଟାଲ୍ ଋଣଦାତାଙ୍କ ଅଂଶ ଥିବାବେଳେ ମୂଲ୍ୟ ଅନୁସାରେ ଏହା ୨୨ ପ୍ରତିଶତ। ଜୁନ୍ ୨୦୨୬ ସୁଦ୍ଧା ଏହି ଋଣଦାତାଙ୍କ ମୋଟ ବକେୟା ଋଣ ପୋର୍ଟଫୋଲିଓ ବର୍ଷକୁ ପ୍ରାୟ ୨୮ ପ୍ରତିଶତ ବୃଦ୍ଧି ପାଇ ୧.୫୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଡିଜିଟାଲ୍ ଲୋନ୍ ନେବା ପୂର୍ବରୁ ଜାଣନ୍ତୁ ୭ଟି ଜରୁରୀ କଥା

୧. ପ୍ରକୃତରେ କିଏ ଦେଉଛି ଲୋନ୍?

ପ୍ରଥମେ ଜାଣନ୍ତୁ ଯେ ଆପଣଙ୍କୁ ଲୋନ୍ ଦେଉଥିବା ସଂସ୍ଥା କିଏ। ଅନେକ ଡିଜିଟାଲ୍ ଲୋନ୍ ଆପ୍ କେବଳ ମଧ୍ୟସ୍ଥ ଭାବେ କାମ କରନ୍ତି। ସେମାନେ ଗ୍ରାହକଙ୍କୁ ବ୍ୟାଙ୍କ କିମ୍ବା Non-Banking Financial Company (NBFC) ସହ ଯୋଡ଼ିଥାନ୍ତି। ତେଣୁ ଆପ୍‌ରେ ପ୍ରକୃତ ଋଣଦାତା ବ୍ୟାଙ୍କ କିମ୍ବା NBFCର ନାମ ସ୍ପଷ୍ଟ ଭାବେ ଥିବା ଦରକାର।

ଋଣ ନେବା ପୂର୍ବରୁ ସଂସ୍ଥାଟି RBI ଦ୍ୱାରା ନିୟନ୍ତ୍ରିତ କି ନୁହେଁ, ତାହା ଯାଞ୍ଚ କରନ୍ତୁ। ଏଥିସହ ଋଣ ଚୁକ୍ତିରେ ସ୍ୱାକ୍ଷର କରିବା ପୂର୍ବରୁ ଋଣଦାତାଙ୍କଠାରୁ Key Fact Statement (KFS) ନିଶ୍ଚୟ ନିଅନ୍ତୁ। ଏଥିରେ ମୋଟ ବାର୍ଷିକ ଋଣ ଖର୍ଚ୍ଚ (APR), ସମସ୍ତ ଶୁଳ୍କ ଓ ଋଣ ପରିଶୋଧର ସମୟସୂଚୀ ଉଲ୍ଲେଖ ରହିଥାଏ।

୨. କେବଳ ସୁଧ ହାର ଦେଖି ଲୋନ୍ ନିଅନ୍ତୁ ନାହିଁ

କୌଣସି ଆପ୍ ୧୨ କିମ୍ବା ୧୮ ପ୍ରତିଶତ ସୁଧ ହାରରେ ଲୋନ୍ ଦେବାକୁ କହିଲେ ତାହା ଆକର୍ଷଣୀୟ ଲାଗିପାରେ। କିନ୍ତୁ ପ୍ରକୃତ ଖର୍ଚ୍ଚ କେବଳ ସୁଧ ହାର ଉପରେ ନିର୍ଭର କରେନାହିଁ। ପ୍ରୋସେସିଂ ଫି, GST, କନଭିନିଏନ୍ସ ଚାର୍ଜ, ପ୍ଲାଟଫର୍ମ ଫି ଏବଂ ଅତିରିକ୍ତ ବୀମା ଶୁଳ୍କ ମଧ୍ୟ ଯୋଡ଼ି ହୋଇପାରେ।

ତେଣୁ ଲୋନ୍ ତୁଳନା କରିବା ସମୟରେ କେବଳ ସୁଧ ହାର ନୁହେଁ, ବରଂ Annual Percentage Rate (APR) ଦେଖନ୍ତୁ। ଏହା ଋଣର ସମସ୍ତ ଖର୍ଚ୍ଚକୁ ଧ୍ୟାନରେ ରଖି ପ୍ରକୃତ ଋଣ ଖର୍ଚ୍ଚ ବୁଝିବାରେ ସାହାଯ୍ୟ କରେ।

ଉଦାହରଣ ସ୍ୱରୂପ, ୫୦,୦୦୦ ଟଙ୍କାର ଲୋନ୍‌ରେ ୧୮ ପ୍ରତିଶତ ସୁଧ ସହ ୩ ପ୍ରତିଶତ ପ୍ରୋସେସିଂ ଫି ଓ GST ଯଦି ଆଗୁଆ କଟାଯାଏ, ତେବେ ୬ ମାସର ଋଣର ପ୍ରକୃତ ବାର୍ଷିକ ଖର୍ଚ୍ଚ ପ୍ରାୟ ୩୧ ପ୍ରତିଶତ ହୋଇପାରେ। ୩ ମାସର ଋଣ ପାଇଁ ଏହା ପ୍ରାୟ ୪୦ ପ୍ରତିଶତ ନିକଟରେ ପହଞ୍ଚିପାରେ। ଏହା ରିପୋର୍ଟରେ ଦିଆଯାଇଥିବା ଏକ ଉଦାହରଣ ମାତ୍ର।

୩. ଛୋଟ ଲୋନ୍ ମଧ୍ୟ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ପ୍ରଭାବିତ କରିପାରେ

୧୦ ହଜାର ଟଙ୍କାର ଛୋଟ ଡିଜିଟାଲ୍ ଲୋନ୍ ଆପଣଙ୍କୁ ସାଧାରଣ ଲାଗିପାରେ। କିନ୍ତୁ ଏହା ଆପଣଙ୍କ କ୍ରେଡିଟ୍ ଇତିହାସ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇପାରେ। ଠିକ୍ ସମୟରେ EMI ପରିଶୋଧ କଲେ ଭଲ କ୍ରେଡିଟ୍ ରେକର୍ଡ ତିଆରି ହୋଇପାରେ। ଅନ୍ୟପଟେ EMI ଦେବାରେ ବିଳମ୍ବ କିମ୍ବା ଅବହେଳା କଲେ ଭବିଷ୍ୟତରେ ଋଣ ନେବା କଷ୍ଟକର ହୋଇପାରେ।

RBI ନିୟନ୍ତ୍ରିତ ଋଣଦାତାଙ୍କଠାରୁ ନିଆଯାଇଥିବା ଡିଜିଟାଲ୍ ଲୋନ୍‌ର ତଥ୍ୟ ମଧ୍ୟ ଅନ୍ୟ ଔପଚାରିକ ଋଣ ଭଳି କ୍ରେଡିଟ୍ ବ୍ୟୁରୋକୁ ପଠାଯାଏ। ତେଣୁ ଛୋଟ ଋଣକୁ ମଧ୍ୟ ଗୁରୁତ୍ୱର ସହ ନିଅନ୍ତୁ।

୪. ଏକାଧିକ ଆପ୍‌ରେ ଏକାସାଙ୍ଗରେ ଲୋନ୍ ପାଇଁ ଆବେଦନ କରନ୍ତୁ ନାହିଁ

ଅଧିକ ଟଙ୍କା ମିଳିବା ଆଶାରେ ଏକାଧିକ ଲୋନ୍ ଆପ୍‌ରେ ଅଳ୍ପ ସମୟ ମଧ୍ୟରେ ଆବେଦନ କରିବା ଠିକ୍ ନୁହେଁ। ଏପରି ଆବେଦନ ଯୋଗୁଁ ଆପଣଙ୍କ କ୍ରେଡିଟ୍ ରିପୋର୍ଟରେ ଏକାଧିକ କ୍ରେଡିଟ୍ ଇନକ୍ୱାରି ରେକର୍ଡ ହୋଇପାରେ। ଏହା ଭବିଷ୍ୟତରେ ଋଣଦାତାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିପାରେ।

ସେହିପରି ବକେୟା ଋଣଠାରୁ କମ୍ ଟଙ୍କା ଦେଇ ଋଣ ସମାଧାନ କରିବା (Settlement) ମଧ୍ୟ ଆପଣଙ୍କ କ୍ରେଡିଟ୍ ରିପୋର୍ଟରେ ପ୍ରଭାବ ପକାଇପାରେ।

୫. ମୋବାଇଲ୍ ଆପ୍‌କୁ ଅନାବଶ୍ୟକ ଅନୁମତି ଦିଅନ୍ତୁ ନାହିଁ

ଲୋନ୍ ଆପ୍ ଯଦି ଆପଣଙ୍କ ଫୋନ୍‌ର କଣ୍ଟାକ୍ଟ, କଲ୍ ଲଗ୍ କିମ୍ବା ବ୍ୟକ୍ତିଗତ ଫଟୋ ଓ ଫାଇଲ୍‌ର ଅନୁମତି ମାଗୁଛି, ତେବେ ସତର୍କ ହୁଅନ୍ତୁ। ଏହି ତଥ୍ୟଗୁଡ଼ିକ ଲୋନ୍ ଦେବା ପାଇଁ କାହିଁକି ଆବଶ୍ୟକ, ତାହା ଆପ୍‌କୁ ପଚାରନ୍ତୁ।

KYC ପ୍ରକ୍ରିୟାରେ କ୍ୟାମେରା କିମ୍ବା ମାଇକ୍ରୋଫୋନ୍‌ର ଅନୁମତି ଆବଶ୍ୟକ ହୋଇପାରେ। କିନ୍ତୁ ଅନାବଶ୍ୟକ ଭାବେ ଫୋନ୍‌ର ବ୍ୟକ୍ତିଗତ ତଥ୍ୟ ଦେଖିବାର ଅନୁମତି ଦିଅନ୍ତୁ ନାହିଁ। ଆପ୍‌ର Privacy Policy ପଢ଼ନ୍ତୁ ଏବଂ ଆପଣଙ୍କ ତଥ୍ୟ କିପରି ବ୍ୟବହାର ହେବ ଜାଣନ୍ତୁ।

୬. ଠକେଇ କିମ୍ବା ଧମକ ମିଳିଲେ ଅଭିଯୋଗ କରନ୍ତୁ

କୌଣସି ନକଲି ଲୋନ୍ ଆପ୍ ଯଦି ଆପଣଙ୍କ ଫଟୋ କିମ୍ବା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରେ, ଧମକ ଦିଏ କିମ୍ବା ଅସଦାଚରଣ କରେ, ତେବେ ଚୁପ୍ ରୁହନ୍ତୁ ନାହିଁ। ଏପରି ଘଟଣାରେ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦କୁ ଫୋନ୍ କରିପାରିବେ। ଏହା ସହିତ cybercrime.gov.in ପୋର୍ଟାଲ୍‌ରେ ଅଭିଯୋଗ କରନ୍ତୁ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନ୍‌ରେ ଜଣାନ୍ତୁ।

ଅନିୟନ୍ତ୍ରିତ ଋଣ କାରବାର ସମ୍ପର୍କରେ RBIର Sachet Portal ମାଧ୍ୟମରେ ମଧ୍ୟ ଅଭିଯୋଗ ଜଣାଇପାରିବେ।

୭. ନିଜ ସାମର୍ଥ୍ୟ ଅନୁସାରେ ହିଁ ଋଣ ନିଅନ୍ତୁ

ଲୋନ୍ ଆପ୍ ଆପଣଙ୍କୁ ଅଧିକ ଟଙ୍କା ଋଣ ଦେବାକୁ ଅନୁମୋଦନ କରିପାରେ। କିନ୍ତୁ ଆପଣଙ୍କ ଆୟ ଓ ମାସିକ ଖର୍ଚ୍ଚକୁ ଦେଖି କେତେ EMI ଦେଇପାରିବେ, ତାହା ପ୍ରଥମେ ହିସାବ କରନ୍ତୁ। କେବଳ ଅଧିକ ଲୋନ୍ ମିଳୁଛି ବୋଲି ଆବଶ୍ୟକତାଠାରୁ ଅଧିକ ଋଣ ନିଅନ୍ତୁ ନାହିଁ।

ଡିଜିଟାଲ୍ ଲୋନ୍ ଜରୁରୀ ସମୟରେ ସହାୟକ ହୋଇପାରେ। କିନ୍ତୁ ଲୋନ୍ ନେବା ପୂର୍ବରୁ ଋଣଦାତାଙ୍କ ପରିଚୟ ଯାଞ୍ଚ, APR ତୁଳନା, KFS ପଢ଼ିବା ଏବଂ ପରିଶୋଧ ନିୟମ ବୁଝିବା ଆବଶ୍ୟକ। ମନେରଖନ୍ତୁ, ମାତ୍ର କିଛି ମିନିଟ୍‌ରେ ଲୋନ୍ ମିଳିପାରେ, କିନ୍ତୁ ତାହା ପରିଶୋଧ କରିବାର ଦାୟିତ୍ୱ ଦୀର୍ଘ ସମୟ ରହିପାରେ।

LIVE TV
LIVE
Latest News
ବୁମ୍‌ରାଙ୍କୁ ନେଇ ଭୟରେ ନ୍ୟୁଜିଲାଣ୍ଡ! ପ୍ରଥମ ଟେଷ୍ଟ ପୂର୍ବରୁ ଟମ୍ ଲାଥମ୍ ଦେଲେ ବଡ଼ ବୟାନ

ବୁମ୍‌ରାଙ୍କୁ ନେଇ ଭୟରେ ନ୍ୟୁଜିଲାଣ୍ଡ! ପ୍ରଥମ ଟେଷ୍ଟ...

ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟ୍...

ଧାର୍ମିକ ପରମ୍ପରା ନାଁରେ ପଶୁବଳି ବନ୍ଦ ଦାବି ଖାରଜ କଲେ ସୁପ୍ରିମକୋର୍ଟ! ନିର୍ଦ୍ଦୋଷ ପଶୁ ହତ୍ୟାକୁ ‘ପାପ’ କହି ଯାଚିକାରେ ଦିଆଯାଇଥିଲା ଯୁକ୍ତି

ଧାର୍ମିକ ପରମ୍ପରା ନାଁରେ ପଶୁବଳି ବନ୍ଦ ଦାବି...

ଧାର୍ମିକ ପରମ୍ପରା ନାଁରେ ପଶୁବଳି ବନ୍ଦ ଦାବି ଖାରଜ କଲେ ସୁ...

ବାତ୍ୟା ‘ଅକଭାନ୍‌’ ପାଇଁ ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ! ନଭେମ୍ବର ୨୩ ଯାଏଁ ମୁଖ୍ୟାଳୟ ଛାଡ଼ିବା ମନା

ବାତ୍ୟା ‘ଅକଭାନ୍‌’ ପାଇଁ ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ...

ବାତ୍ୟା ‘ଅକଭାନ୍‌’ ପାଇଁ ଖୋର୍ଦ୍ଧାରେ...

ଭୟଙ୍କର ରୂପ ନେଉଛି ବାତ୍ୟା ‘ଅକଭାନ୍‌’! ୨୦ରେ ଆନ୍ଧ୍ର ଉପକୂଳ ଛୁଇଁବ, ଓଡ଼ିଶାରେ ୪ ଦିନ ବର୍ଷା ଓ ପବନ ଆଲର୍ଟ

ଭୟଙ୍କର ରୂପ ନେଉଛି ବାତ୍ୟା ‘ଅକଭାନ୍‌’! ୨୦ରେ...

ଭୟଙ୍କର ରୂପ ନେଉଛି ବାତ୍ୟା ‘ଅକଭାନ୍’! ୨୦ରେ...

ମହାକାଶରେ ଇତିହାସ ରଚିଲା NASAର Voyager-1! ପୃଥିବୀଠାରୁ ଏବେ ଗୋଟିଏ ଆଲୋକ-ଦିନ ଦୂରରେ, ସଙ୍କେତ ପହଞ୍ଚିବାକୁ ଲାଗିବ ୨୪ ଘଣ୍ଟା

ମହାକାଶରେ ଇତିହାସ ରଚିଲା NASAର Voyager-1! ପୃଥିବୀଠାରୁ...

ମହାକାଶରେ ଇତିହାସ ରଚିଲା NASAର Voyager-1! ପୃଥିବୀଠାରୁ...

୨୦ ବଲ୍‌ରେ ଶ୍ରେୟଙ୍କାଙ୍କ ଧମାକାଦାର ଅର୍ଦ୍ଧଶତକ! ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଚୟନକର୍ତ୍ତାଙ୍କୁ ଦେଲେ ବଡ଼ ସଙ୍କେତ

୨୦ ବଲ୍‌ରେ ଶ୍ରେୟଙ୍କାଙ୍କ ଧମାକାଦାର ଅର୍ଦ୍ଧଶତକ! ଟିମ୍...

ଭାରତୀୟ ମହିଳା କ୍ରିକେଟ୍ର ଅଲରାଉଣ୍ଡର ଶ୍ରେୟଙ୍କା ପାଟିଲ ନ...

ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବ ବାତ୍ୟା ‘ଅକଭାନ୍‌’! ୧୯ ଓ ୨୦ରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା

ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବ ବାତ୍ୟା...

ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହେବ ବାତ୍ୟା ‘ଅକ...

୩୮ ବର୍ଷରେ ଫୁଟବଲ୍‌କୁ ଅଲବିଦା କହିଲେ ଜୁଆନ୍ ମାତା! ଶେଷ ହେଲା ୨୦ ବର୍ଷର ଚମକପ୍ରଦ କ୍ୟାରିୟର୍

୩୮ ବର୍ଷରେ ଫୁଟବଲ୍‌କୁ ଅଲବିଦା କହିଲେ ଜୁଆନ୍...

ନୂଆଦିଲ୍ଲୀ: ଫୁଟବଲ୍ ଜଗତରୁ ଆସିଛି ଏକ ବଡ଼ ଖବର। ସ୍ପେନ୍&z...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+