୨୦୨୦ ଫେବୃଆରୀରେ ଘଟିଥିବା ଦିଲ୍ଲୀ ଦଙ୍ଗା ପଛରେ ଥିବା କଥିତ ବୃହତ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଥିବା ଛାତ୍ର ନେତା ଶାର୍ଜିଲ୍ ଇମାମଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ପ୍ରତିଭା ଏମ୍. ସିଂ ଓ ଜଷ୍ଟିସ୍ ବିକାଶ ମହାଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ପୋଲିସକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣି ତାରିଖ ଅଗଷ୍ଟ ୨୭ ଧାର୍ଯ୍ୟ କରିଛନ୍ତି।
ଗତ ଜୁଲାଇ ୪ ତାରିଖରେ ନିମ୍ନ ଅଦାଲତ ଶାର୍ଜିଲ୍ ଇମାମ ଓ ଉମର ଖାଲିଦଙ୍କ ନୂତନ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହା ପରେ ଶାର୍ଜିଲ୍ ଇମାମ ତାଙ୍କ ଓକିଲଙ୍କ ଜରିଆରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଶାର୍ଜିଲ୍ ଇମାମଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଛି ଯେ, ନିମ୍ନ ଅଦାଲତ ଜାମିନ ଆବେଦନ ଉପରେ ସଠିକ୍ ଭାବେ ବିଚାର କରିନଥିଲେ। ସୁପ୍ରିମକୋର୍ଟଙ୍କ ଜାନୁଆରୀ ମାସର ନିର୍ଦ୍ଦେଶ ପରଠାରୁ ଏପର୍ଯ୍ୟନ୍ତ ମାମଲାର ବିଚାର ପ୍ରକ୍ରିୟାରେ କୌଣସି ଉଲ୍ଲେଖନୀୟ ପ୍ରଗତି ହୋଇନାହିଁ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଗଠନ କରାଯାଇନାହିଁ।
ଅନ୍ୟପଟେ, ଦିଲ୍ଲୀ ପୋଲିସ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ୍ (ASG) ଏସ୍.ଭି. ରାଜୁ ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ, ବିଚାର ପ୍ରକ୍ରିୟାରେ ବିଳମ୍ବକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ନିମ୍ନ ଅଦାଲତ ଜାମିନ ଆବେଦନକୁ ଖାରଜ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ୨୦୨୦ ମସିହାରେ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଶାର୍ଜିଲ୍ ଇମାମଙ୍କୁ ୟୁଏପିଏ (UAPA) ଆଇନ ବଳରେ ୨୦୨୦ ଜାନୁଆରୀ ୨୮ ତାରିଖରେ ଗିରଫ କରାଯାଇଥିଲା। ବର୍ତ୍ତମାନ ତାଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣିକୁ ନେଇ ମାମଲା ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି।
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...