ଦିଲ୍ଲୀର ଜନ୍ତର-ମନ୍ତରରେ ସମ୍ପ୍ରତି ଆୟୋଜିତ ସିଜେପିର‘ଚଲୋ ସଂସଦ’ବିରୋଧ ପ୍ରଦର୍ଶନକୁ ନେଇ ରାଜନୈତିକ ଓ ଆଇନଗତ ଚର୍ଚ୍ଚା ତୀବ୍ର ହୋଇଛି। ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ଆବେଦନ (PIL)ରେ ବିଦେଶୀ ପାଣ୍ଠି ଓ ବଡ଼ ଷଡଯନ୍ତ୍ର ସମ୍ପର୍କରେ ଗୁରୁତର ଅଭିଯୋଗ କରାଯାଇଛି।
ସୂଚନା ଅନୁଯାୟୀ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଛାତ୍ରଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ‘ଚଲୋ ସଂସଦ’ ପଦଯାତ୍ରା କରୁଥିବା ବେଳେ ପୁଲିସ ସହ ସଂଘର୍ଷ ହୋଇଥିଲା। ଏଥିରେ ଅନେକ ଛାତ୍ରଛାତ୍ରୀ ଓ ପୁଲିସ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି।
ଜନସ୍ୱାର୍ଥ ଆବେଦନରେ ଦାବି କରାଯାଇଛି ଯେ, ଏହି ବିରୋଧ ପ୍ରଦର୍ଶନ ପଛରେ ବିଦେଶରୁ ପାଣ୍ଠି ପାଉଥିବା କିଛି ସଂଗଠନ ଏବଂ କିଛି ରାଜନୈତିକ ସ୍ୱାର୍ଥ ଜଡ଼ିତ ଥିଲା। ସେହିପରି ଏହି ଘଟଣାରେଏନ୍ଆଇଏ (NIA)ତଦନ୍ତ ଦାବି ମଧ୍ୟ କରାଯାଇଛି।
ଆବେଦନରେ ଆହୁରି ଅଭିଯୋଗ କରାଯାଇଛି ଯେ, ପଦଯାତ୍ରା ସମୟରେ ହିଂସାକାଣ୍ଡ ଘଟିଥିଲା, ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଥିଲା, ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ସରକାରୀ ଓ ବେସରକାରୀ ସମ୍ପତ୍ତିର କ୍ଷତି ଘଟିଥିଲା। ଏଥିସହ ସଂସଦର ସୁରକ୍ଷା ବଳୟ ଭେଦ କରିବାକୁ ଚେଷ୍ଟା ଏବଂ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି।
ଏହି ଜନସ୍ୱାର୍ଥ ଆବେଦନସତୀଶ କୁମାର ଅଗ୍ରୱାଲଙ୍କ ପକ୍ଷରୁ ଦାଖଲ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଜୁଲାଇ ୨୪ରେ ଏହି ମାମଲାର ଶୁଣାଣି କରିବେ।
ଶ୍ରୀକ୍ଷେତ୍ର ପୁରୀ ଆଜି ଭକ୍ତି ଓ ଆଧ୍ୟାତ୍ମିକତାର ରଙ୍ଗରେ...
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍‌ ସ୍ପିନର ରବିଚନ...
ଟେଷ୍ଟ ଓ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବା...
ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...
ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ଅ...
ମାଓବାଦୀ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଜଣେ ଆଦିବାସୀ ଛାତ୍ର...
ଚୀନ୍ ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟା...
ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ...
ଓଡ଼ିଶାରେ ଗୁରୁବାର ଦିନଟି ସଡ଼କ ଦୁର୍ଘଟଣା ପାଇଁ ଏକ କଳା ଦ...
ଭାରତ ଓ ଜିମ୍ବାୱେ ମଧ୍ୟରେ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବ...
APAAR (Automated Permanent Academic Account Regist...
ଉଚ୍ଚଶିକ୍ଷା ପାଇଁ ବଢ଼ୁଥିବା ଖର୍ଚ୍ଚ ଅନେକ ପରିବାରଙ୍କ ପାଇ...