ଭୁବନେଶ୍ୱର: ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ଦାରା ସିଂହଙ୍କ ଆଗୁଆ ମୁକ୍ତି ପ୍ରସଙ୍ଗରେ ନୂଆ ମୋଡ଼ ଆସିଛି। ଦାରା ସିଂହ ଓରଫ୍ ରବୀନ୍ଦ୍ର କୁମାର ପାଲଙ୍କ ସଜା କମାଇବା କିମ୍ବା ଆଗୁଆ ମୁକ୍ତି ଆବେଦନକୁ ଓଡ଼ିଶାର ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଖାରଜ କରିଛି।
ରିପୋର୍ଟ ଅନୁସାରେ, ଦାରା ସିଂହ ୨୬ ବର୍ଷ ୬ ମାସରୁ ଅଧିକ ସମୟ ଧରି ଜେଲ୍ରେ ଅଛନ୍ତି। ଓଡ଼ିଶାର ୨୦୨୨ ରିମିସନ୍ ନିୟମ ଅନୁସାରେ ତାଙ୍କ ଆଗୁଆ ମୁକ୍ତି ଆବେଦନ ବିଚାରଯୋଗ୍ୟ ହୋଇଥିଲା। ଏହି ପ୍ରସଙ୍ଗରେ ସେ ୨୦୨୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅଗଷ୍ଟ ୩୧ରେ ହୋଇଥିବା ବିଶେଷ ବୈଠକରେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ତାଙ୍କ ଆବେଦନ ଖାରଜ କରିବାକୁ ସୁପାରିସ କରିଥିଲା। ଦାରା ସିଂହଙ୍କୁ ମୁକ୍ତ କରାଗଲେ ଏହାର ସାମାଜିକ ପ୍ରଭାବ ପଡ଼ିବା ସହ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଥିବା ବୋର୍ଡ ମତ ଦେଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନର ସଦ୍ୟ ରିପୋର୍ଟରେ ମଧ୍ୟ ଏଭଳି ଆଶଙ୍କା ଉଲ୍ଲେଖ ଥିବା କୁହାଯାଇଛି।
୧୯୯୯ ମସିହା ଜାନୁଆରୀ ୨୨ ତାରିଖ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଗାଡ଼ି ଭିତରେ ଜୀବନ୍ତ ଜାଳି ଦିଆଯାଇଥିଲା। ଏହି ଘଟଣା ସେତେବେଳେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା।
ମାମଲାରେ ୨୦୦୩ରେ ଟ୍ରାଏଲ୍ କୋର୍ଟ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଦୋଷସିଦ୍ଧିକୁ ବଜାୟ ରଖିଥିଲେ।
ଦାରା ସିଂହଙ୍କ ଆଗୁଆ ମୁକ୍ତି ଆବେଦନ ପୂର୍ବରୁ ମଧ୍ୟ ୨୦୧୬, ୨୦୧୯, ୨୦୨୦, ୨୦୨୨ ଓ ୨୦୨୩ରେ ଖାରଜ ହୋଇଥିଲା। ଏବେ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ନୂଆ ନିଷ୍ପତ୍ତି ପରେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୭ର ସୁପ୍ରିମକୋର୍ଟ ଶୁଣାଣି ଉପରେ ରହିଛି।
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ଭାରତର ପ୍ରାଥମିକ ବଜାରକୁ NSEର ଆଗାମୀ IPO ଏକ ବଡ଼ ଉତ୍ସାହ...
ଦେଶରେ ଚଳିତ ବର୍ଷର ଦୁର୍ବଳ ମୌସୁମୀ ଏବେ ଧୀରେ ଧୀରେ ବିଦାୟ...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ଭାରତୀୟ ସେୟାର ବଜାରରେ ମଙ୍ଗଳବାର IT କମ୍ପାନୀଗୁଡ଼ିକର ସେୟ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
Apple ପ୍ରେମୀଙ୍କ ପାଇଁ ନୂଆ iPhone ନେଇ ଉତ୍ସାହ ସ୍ୱାଭାବ...
ପାଞ୍ଚ ସପ୍ତାହ ଧରି ଲଗାତାର ହ୍ରାସ ପରେ ମଙ୍ଗଳବାର ଭାରତୀୟ...