ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ତେବେ ପବନର ବେଗ କମିବା ପରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ।
ବିଦ୍ୟୁତ୍ ବିଭାଗର ସୂଚନା ଅନୁଯାୟୀ, ଅକ୍ଟୋବର ୩୧ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରାୟ ୯୯% ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଥିଲା।
କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ, ତାର, ଫିଡର୍ ଓ ସବ୍ଷ୍ଟେସନ୍ର ମରାମତି ପାଇଁ ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ। ପ୍ରବଳ ବର୍ଷା, ଜଳମଗ୍ନ ଚାଷଜମି ଓ ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛ ଯୋଗୁଁ କାମରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ କର୍ମଚାରୀମାନେ ନିରନ୍ତର ମରାମତି କାର୍ଯ୍ୟ ଜାରି ରଖିଥିଲେ।
ବିଦ୍ୟୁତ୍ ବିଭାଗର ସୂଚନା ଅନୁସାରେ, ବୌଦ୍ଧ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ସହ ବ୍ରହ୍ମପୁର ସହରରେ ବିଦ୍ୟୁତ୍ ସରବରାହ ଶତପ୍ରତିଶତ ସ୍ୱାଭାବିକ କରାଯାଇଥିଲା।
ଅକ୍ଟୋବର ୩୧, ୨୦୨୬ ସନ୍ଧ୍ୟା ୭ଟା ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ:
ନବରଙ୍ଗପୁର: ୯୯.୬୫%
କୋରାପୁଟ: ୯୯.୨୦%
କନ୍ଧମାଳ: ୯୯.୧୩%
ଗଜପତି: ୯୬.୦୯%
ଗଞ୍ଜାମ: ୯୩.୨୭%
ଗଞ୍ଜାମ ଜିଲ୍ଲାର ସମସ୍ତ ୩୩ କେଭି ଫିଡର୍ ଓ ପାୱାର ସବ୍ଷ୍ଟେସନ୍କୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ କରିବା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲା। ବାକି ରହିଥିବା ଅଞ୍ଚଳରେ କ୍ଷତିଗ୍ରସ୍ତ ଲାଇନ୍ ଓ ବିଦ୍ୟୁତ୍ ଉପକରଣର ମରାମତି କାମକୁ ତ୍ୱରାନ୍ୱିତ କରାଯାଉଥିଲା।
ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଫଳରେ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ବିଦ୍ୟୁତ୍ ସେବା ଶୀଘ୍ର ସ୍ୱାଭାବିକ କରିବା ସମ୍ଭବ ହୋଇଥିଲା।
ଭାରତୀୟ କ୍ରିକେଟ୍‌ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦ...
ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...
ନୂଆ ମାସ ଆରମ୍ଭ ସହ ଦେଶରେ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମରେ...
ପଶ୍ଚିମବଙ୍ଗରେ CAA ଅଧୀନରେ ନାଗରିକତା ପାଇଁ ଅପେକ୍ଷା କରିଥ...
ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗୌରବର ଖବର। ଉଦୀୟମାନ...
ମାତାପିତା ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବାରୁ ଅନେ...
ଦିଲ୍ଲୀରେ ଶୀତକାଳୀନ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ଯାନବା...