ଭୁବନେଶ୍ୱର:ବାତ୍ୟା **‘ଆର୍ଣ୍ଣବ’**କୁ ନେଇ ଓଡ଼ିଶାରେ ସତର୍କତା ବଢ଼ିଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳକୁ ନେଇ ଆସିଛି ବଡ଼ ଅପଡେଟ୍। ବର୍ତ୍ତମାନ **Biju Patnaik International Airport (BPIA)**ରେ flight operations ସ୍ୱାଭାବିକ ଭାବେ ଜାରି ରହିଛି। ବାତ୍ୟା ପାଇଁ ଏପର୍ଯ୍ୟନ୍ତ କୌଣସି flight cancellation ହୋଇନଥିବା ଜଣାପଡ଼ିଛି।
BPIA Directorପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁସାରେ, ବାତ୍ୟାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପକ୍ଷରୁ ପୂର୍ବପ୍ରସ୍ତୁତି ସରିଛି। Airportରେ Standard Operating Procedures (SOPs), technical instructions ଏବଂ operational circulars ଅନୁସରଣ କରାଯାଉଛି। ଏନେଇ ବିଭିନ୍ନ stakeholderଙ୍କ ସହ meeting ମଧ୍ୟ କରାଯାଇଛି।
Airport Director କହିଛନ୍ତି ଯେ ବର୍ତ୍ତମାନର weather forecast ଅନୁସାରେ ଭୁବନେଶ୍ୱରରେ ପରିସ୍ଥିତି ଏତେ ଗମ୍ଭୀର ହୋଇନାହିଁ ଯେ flight operations ବନ୍ଦ କରିବାକୁ ପଡ଼ିବ। ତେବେ ପାଣିପାଗରେ ପରିବର୍ତ୍ତନ ଆସିଲେ safety requirements ଅନୁସାରେ ନିଷ୍ପତ୍ତି ନିଆଯିବ।
ପ୍ରସନ୍ନ ପ୍ରଧାନଙ୍କ କହିବା ଅନୁସାରେ, ବର୍ଷା ସମୟରେ flight operation ନେଇ ନିଷ୍ପତ୍ତିpilot ଏବଂ ପ୍ରଚଳିତ safety proceduresଉପରେ ନିର୍ଭର କରିବ। ଆବଶ୍ୟକ ହେଲେ flight delay କିମ୍ବା diversionକୁ ମଧ୍ୟ SOP ଅନୁସାରେ handle କରିବା ପାଇଁ Airport ପ୍ରସ୍ତୁତ ରହିଛି।
ବିମାନ ଯାତ୍ରୀମାନଙ୍କୁ panic ନକରିବାକୁ ପରାମର୍ଶ ଦିଆଯାଇଛି। Airport ଯିବା ପୂର୍ବରୁ ନିଜ flight status ନିଶ୍ଚିତ ଭାବେ check କରିବାକୁ Airport Director କହିଛନ୍ତି। ବାତ୍ୟାର ଗତିପଥ ଓ ପାଣିପାଗ ପରିସ୍ଥିତି ଅନୁସାରେ flight scheduleରେ ପରିବର୍ତ୍ତନ ହୋଇପାରେ।
ବାତ୍ୟା ‘ଆର୍ଣ୍ଣବ’ ଏବେ ଶକ୍ତିଶାଳୀ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଥିବା ବେଳେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ପ୍ରଭାବ ବଢ଼ିବା ଆଶଙ୍କା ରହିଛି।
ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତ...
ନୂଆଦିଲ୍ଲୀର ସମ୍ବିଧାନ ସଦନରେ ଅକ୍ଟୋବର ୨୬ ଓ ୨୭ରେ ୧୨ତମ ବ...
ୟାନମ ନିକଟରେ ଲ୍ୟାଣ୍ଡଫଲ୍‌ର ସମ୍ଭାବନା IMDର ଆକଳ...
୪ ବର୍ଷର ଝିଅକୁ ନେଇ ସ୍କୁଲ୍ ଯାଉଥିଲେ ମା’ ଏହି...
ନିର୍ବାଚନ ପରାଜୟ ପରେ ଆସିଲା ଆଦେଶ ଅକ୍ଟୋବର ୨୫ରେ ହୋଇଥ...
ଲୁଲାଙ୍କ ବିଜୟ, ହାରିଲେ ଫ୍ଲାଭିଓ ବୋଲସୋନାରୋ ରବିବାର ହ...
ନେତାନ୍ୟାହୁଙ୍କ ସାମ୍ନାରେ କଡ଼ା ଚ୍ୟାଲେଞ୍ଜ ପ୍ରାୟ ୧୯...
୨୮ ଅକ୍ଟୋବର ସକାଳେ ଲ୍ୟାଣ୍ଡଫଲ୍ ସମ୍ଭାବନା କେନ୍ଦ୍ର ସର...