Police investigating the Rs 36 lakh robbery on Taladanda Road in Cuttack.

କଟକରେ ବଡ଼ ଲୁଟ୍: କୋଲକାତା ଯାଉଥିବା ବେଳେ ମହିଳାଙ୍କଠାରୁ ୩୬ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକର ତାଳଦଣ୍ଡା ରୋଡ୍‌ରେ ଶନିବାର ରାତିରେ ଜଣେ ଗହଣା ବ୍ୟବସାୟୀ ମହିଳାଙ୍କଠାରୁ ୩୬ ଲକ୍ଷ ଟଙ୍କା ଲୁଟ୍ ହୋଇଛି। କୋଲକାତାକୁ ସୁନା କିଣିବା ପାଇଁ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ଆକ୍ରମଣ କରି ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ଫେରାର ହୋଇଯାଇଥିଲେ। ଘଟଣାର ତଦନ୍ତ ଆରମ୍ଭ କରିଛି ମଧୁପାଟଣା ପୋଲିସ।

କଟକ ସହରରେ ଏକ ବଡ଼ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଶନିବାର ରାତିରେ ତାଳଦଣ୍ଡା ରୋଡ୍ର ସମ୍ରାଟ ହଲ୍ ନିକଟରେ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ୩୬ ଲକ୍ଷ ଟଙ୍କା ନଗଦଲୁଟି ନେଇଛନ୍ତି ଦୁଇ ଅଜଣା ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ପୀଡ଼ିତା କଟକ ହାଇକୋର୍ଟ ଛକ ନିକଟରେ ଏକ ଗହଣା ଦୋକାନର ମାଲିକା। ସୁନା କିଣିବା ଉଦ୍ଦେଶ୍ୟରେ ସେ କୋଲକାତା ଯିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ୩୬ ଲକ୍ଷ ଟଙ୍କା ନଗଦ ନେଇ ନିଜ ଭାଇଙ୍କ ସହ ଓଏମ୍ପି ଛକ ଅଭିମୁଖେ ଯାଉଥିଲେ, ଯେଉଁଠାରୁ ସେମାନେ କୋଲକାତା ଯିବାକୁ ଥିଲେ।

ତାଳଦଣ୍ଡା ରୋଡ୍ର ସମ୍ରାଟ ହଲ୍ ନିକଟରେ ପହଞ୍ଚିବା ପରେ ଦୁଇ ଜଣ ଅଜଣା ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ପରେ ସେମାନଙ୍କ ପାଖରେ ଥିବା ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ଟି ଛଡ଼ାଇ ନେଇ ମୁହୂର୍ତ୍ତକ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣାର ସୂଚନା ପାଇବା ପରେ ମଧୁପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କ ପରିଚୟ ଜାଣିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଛି।

ପୋଲିସ ଏହି ସମ୍ଭାବନାକୁ ମଧ୍ୟ ଖତିଆନ କରୁଛି ଯେ, ଦୁର୍ବୃତ୍ତମାନଙ୍କ ପାଖରେ ପୂର୍ବରୁ ମହିଳାଙ୍କ ଯାତ୍ରା ଯୋଜନା ଏବଂ ତାଙ୍କ ପାଖରେ ଏତେ ପରିମାଣର ନଗଦ ଥିବା ସମ୍ପର୍କରେ ସୂଚନା ଥିଲା କି ନାହିଁ। ଆବଶ୍ୟକ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+