କଟକ:କଟକରେ ଅପମିଶ୍ରିତ ପନିର କାରବାରକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ୧୧ ଜଣଙ୍କ ବିରୋଧରେ FIR ରୁଜୁହୋଇଥିବା କଟକ DCPଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମଧୁପାଟଣା ଥାନାରେ ଏହି FIR ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ପନିର ବ୍ୟବସାୟୀ ଓ ମଧ୍ୟସ୍ଥ ଥିବା ଜଣାପଡ଼ିଛି। ସେମାନେ ନିଆଳି ଅଞ୍ଚଳର ବୋଲି ରିପୋର୍ଟରେ କୁହାଯାଇଛି।
କିଛି ସପ୍ତାହ ପୂର୍ବରୁ କଟକର ଲିଙ୍କ୍ ରୋଡ୍ ଅଞ୍ଚଳରେ ବିପୁଳ ପରିମାଣର ସନ୍ଦିଗ୍ଧ ଅପମିଶ୍ରିତ ପନିର ଜବତ କରାଯାଇଥିଲା। ଅଗଷ୍ଟ ମାସରେ କଟକର ନିଆଳି ଅଞ୍ଚଳରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ୭୩ କ୍ୱିଣ୍ଟାଲ ପନିର ଓ କଟେଜ୍ ଚିଜ୍ଜବତ କରାଯାଇଥିବା ରିପୋର୍ଟ ରହିଛି।
ଜବତ ହୋଇଥିବା ପନିରର ନମୁନା ପରୀକ୍ଷା ପାଇଁ ହରିୟାଣାର ଏକ ମାନ୍ୟତାପ୍ରାପ୍ତ ଲାବରେଟୋରୀକୁ ପଠାଯାଇଥିଲା। ପରୀକ୍ଷା ରିପୋର୍ଟରେ ପନିରରେଷ୍ଟାର୍ଚ୍ଚ, ମଇଦା ଏବଂ ଡିଟରଜେଣ୍ଟ ଭଳି ପଦାର୍ଥବ୍ୟବହାର ହୋଇଥିବା ଜଣାପଡ଼ିଥିବା ଅଧିକାରୀମାନେ କହିଛନ୍ତି।
ଅଧିକାରୀଙ୍କ ଅନୁସାରେ, ଅପମିଶ୍ରିତ ପନିର ଓ କଟେଜ୍ ଚିଜ୍ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ। ଲାବରେଟୋରୀ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି।
ତେବେ ନିଆଳି ଅଞ୍ଚଳର ସମସ୍ତ ଦୁଗ୍ଧ ବ୍ୟବସାୟୀ ଅପମିଶ୍ରିତ ପନିର କାରବାରରେ ସମ୍ପୃକ୍ତ ବୋଲି କହିବା ଠିକ୍ ନୁହେଁ ବୋଲି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡା. ନୃପେନ୍ଦ୍ର ସତପଥୀ କହିଛନ୍ତି।
ଏହି ଘଟଣା ପରେ କଟକ ଓ ଆଖପାଖ ଅଞ୍ଚଳରେ ପନିର ଓ ଅନ୍ୟ ଦୁଗ୍ଧଜାତ ଖାଦ୍ୟର ଗୁଣବତ୍ତା ଏବଂ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ସେପ୍ଟେମ୍ବର ୩୦, ବୁଧବାର ନୂଆଦିଲ୍ଲୀରConstitution Club...
ଭାରତୀୟ ବଜାରରେ ସୁନା ଦାମ ଗତ କିଛି ମାସ ଧରି ଉଚ୍ଚ ସ୍ତରରେ...
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଆସନ୍ତା ଅକ୍ଟୋବ...
ଦିଲ୍ଲୀର ଯାତାୟତ ବ୍ୟବସ୍ଥାରେ ବାରାପୁଲ୍ଲା ଫେଜ୍-୩ କରିଡର...