କୌଣସି ବ୍ୟକ୍ତି ହଠାତ୍ ଅଚେତ ହୋଇପଡ଼ିଲେ ଏବଂ ସାଧାରଣ ଭାବେ ଶ୍ୱାସ ନେଉନଥିଲେ କିମ୍ବା କେବଳ ଗ୍ୟାସ୍ପିଂ କରୁଥିଲେ, ଏହା କାର୍ଡିଆକ୍ ଆରେଷ୍ଟର ଲକ୍ଷଣ ହୋଇପାରେ। ଏଭଳି ସ୍ଥିତିରେ ଅପେକ୍ଷା ନକରି ତୁରନ୍ତ ଜରୁରୀକାଳୀନ ସହାୟତା ଡାକିବା ସହ CPR ଆରମ୍ଭ କରିବା ଆବଶ୍ୟକ।
CPR ହେଉଛି ଏକ ଜରୁରୀ ଚିକିତ୍ସା ପ୍ରକ୍ରିୟା। ହୃଦୟ ପ୍ରଭାବଶାଳୀ ଭାବେ ରକ୍ତ ପମ୍ପ କରିବା ବନ୍ଦ କରିଦେଲେ ଛାତିରେ ଚାପ ଦେଇ ରକ୍ତ ପ୍ରବାହକୁ ଆଂଶିକ ଭାବେ ଜାରି ରଖାଯାଏ। ଏହା ମସ୍ତିଷ୍କ ଓ ଅନ୍ୟ ଜୀବନରକ୍ଷକ ଅଙ୍ଗଗୁଡ଼ିକୁ ରକ୍ତ ପହଞ୍ଚାଇବାରେ ସହାୟତା କରେ।
CPR ନିଜେ କୌଣସି ଚିକିତ୍ସାର ବିକଳ୍ପ ନୁହେଁ। ଏହା ମେଡିକାଲ୍ ଟିମ୍ ପହଞ୍ଚିବା ଏବଂ ଆବଶ୍ୟକ ହେଲେ ଡିଫିବ୍ରିଲେସନ୍ କିମ୍ବା ଅନ୍ୟ ଚିକିତ୍ସା ଦିଆଯିବା ପର୍ଯ୍ୟନ୍ତ ଜୀବନ ବଞ୍ଚାଇବା ପାଇଁ ସମୟ ଦେଇଥାଏ।
ନିମ୍ନଲିଖିତ ସ୍ଥିତି ଦେଖାଦେଲେ CPR ଆବଶ୍ୟକ ହୋଇପାରେ—
ବ୍ୟକ୍ତି ଆପଣଙ୍କ ଡାକ କିମ୍ବା ହାଲୁକା ଛୁଆଁରେ ପ୍ରତିକ୍ରିୟା ନକରୁଛନ୍ତି।
ସାଧାରଣ ଭାବେ ଶ୍ୱାସ ନେଉନାହାନ୍ତି।
କେବଳ ଗ୍ୟାସ୍ପିଂ କିମ୍ବା ଅସ୍ୱାଭାବିକ ଶ୍ୱାସ ନେଉଛନ୍ତି।
ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଛନ୍ତି।
କେବଳ ଗ୍ୟାସ୍ପିଂକୁ ସାଧାରଣ ଶ୍ୱାସ ବୋଲି ଧରି ଅପେକ୍ଷା କରିବା ଉଚିତ ନୁହେଁ।
CPR କେବଳ ଡାକ୍ତର କିମ୍ବା ନର୍ସଙ୍କ ପାଇଁ ସୀମିତ ନୁହେଁ। ସାଧାରଣ ଲୋକ ମଧ୍ୟ ଏହା କରିପାରିବେ। ବିଶେଷକରି ହସ୍ପିଟାଲ୍ ବାହାରେ ହଠାତ୍ ଜଣେ ବୟସ୍କ ବ୍ୟକ୍ତି ଅଚେତ ହୋଇପଡ଼ିଲେ, ତାଙ୍କ ନିକଟରେ ଥିବା ବ୍ୟକ୍ତି ତୁରନ୍ତ Hands-Only CPR ଆରମ୍ଭ କରିପାରନ୍ତି।
ବୟସ୍କ ବ୍ୟକ୍ତିଙ୍କ ହଠାତ୍ cardiac arrest ସନ୍ଦେହ ହେଲେ ସାଧାରଣ ଲୋକଙ୍କ ପାଇଁ Hands-Only CPR ଏକ ସରଳ ପ୍ରକ୍ରିୟା।
ପଦକ୍ରମ:
ପ୍ରଥମେ ବ୍ୟକ୍ତିଙ୍କ ପ୍ରତିକ୍ରିୟା ଯାଞ୍ଚ କରନ୍ତୁ।
ତୁରନ୍ତ ଜରୁରୀକାଳୀନ ମେଡିକାଲ୍ ସହାୟତା ଡାକନ୍ତୁ।
ବ୍ୟକ୍ତିଙ୍କୁ ଦୃଢ଼ ସମତଳ ସ୍ଥାନରେ ଶୁଆନ୍ତୁ।
ଛାତିର ମଝି ଭାଗରେ, breastbone ର ତଳ ଅର୍ଦ୍ଧ ଉପରେ ଗୋଟିଏ ହାତର ତଳଭାଗ ରଖନ୍ତୁ।
ଅନ୍ୟ ହାତଟି ତା’ ଉପରେ ରଖନ୍ତୁ।
ପ୍ରତି ମିନିଟ୍ରେ100–120 ଥରଦ୍ରୁତ ଏବଂ ଦୃଢ଼ ଭାବେ ଛାତିରେ ଚାପ ଦିଅନ୍ତୁ।
ପ୍ରତ୍ୟେକ ଚାପ ପରେ ଛାତିକୁ ପୁଣି ସ୍ୱାଭାବିକ ସ୍ଥିତିକୁ ଫେରିବାକୁ ଦିଅନ୍ତୁ।
ମେଡିକାଲ୍ ସହାୟତା ପହଞ୍ଚିବା ପର୍ଯ୍ୟନ୍ତ CPR ଜାରି ରଖନ୍ତୁ।
ବୟସ୍କଙ୍କ କ୍ଷେତ୍ରରେ ଛାତିକୁ ପ୍ରାୟ୫ ସେମି (୨ ଇଞ୍ଚ)ଗଭୀରତା ପର୍ଯ୍ୟନ୍ତ ଚାପ ଦେବାକୁ ନିର୍ଦ୍ଦେଶ ରହିଛି। ଅତ୍ୟଧିକ ଗଭୀର ଚାପ ଦେବା ଉଚିତ ନୁହେଁ।
ଯେଉଁମାନେ CPR ରେ ପ୍ରଶିକ୍ଷିତ, ସେମାନେ chest compressions ସହ rescue breaths ମଧ୍ୟ ଦେଇପାରନ୍ତି। ପାରମ୍ପରିକ CPRରେ ସାଧାରଣତଃ30ଟି chest compressions ପରେ 2ଟି breathsଦିଆଯାଏ।
ଶିଶୁମାନଙ୍କ cardiac arrest କ୍ଷେତ୍ରରେ ଶ୍ୱାସଜନିତ ସମସ୍ୟାର ଭୂମିକା ଅଧିକ ଥିବାରୁ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ପାଇଁ rescue breaths ଗୁରୁତ୍ୱପୂର୍ଣ୍ଣ।
CPR ସମୟରେ rib fracture ହୋଇପାରେ। କିନ୍ତୁ ଏହି ଭୟରେ CPR ଆରମ୍ଭ କରିବାରେ ବିଳମ୍ବ କରିବା ଉଚିତ ନୁହେଁ। CPRର ଲକ୍ଷ୍ୟ ହେଉଛି ହୃଦୟ ଓ ମସ୍ତିଷ୍କକୁ ରକ୍ତ ପ୍ରବାହ ଜାରି ରଖି ଜୀବନ ବଞ୍ଚାଇବାର ସୁଯୋଗ ବଢ଼ାଇବା।
ଯଦି ଏକାଧିକ ବ୍ୟକ୍ତି CPR ଜାଣନ୍ତି, ତେବେ ପ୍ରାୟ ପ୍ରତିଦୁଇ ମିନିଟ୍ରେଦାୟିତ୍ୱ ବଦଳାଇବା ଉପଯୋଗୀ, କାରଣ ଥକାଣି ବଢ଼ିଲେ chest compressions ର ଗୁଣବତ୍ତା କମିପାରେ।
CPR ଜାରି ରଖନ୍ତୁ ଯେପର୍ଯ୍ୟନ୍ତ—
ବ୍ୟକ୍ତି ସାଧାରଣ ଭାବେ ଶ୍ୱାସ ନେବା କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ଚଳପ୍ରଚଳ କରିବା ଆରମ୍ଭ କରନ୍ତି,
ପ୍ରଶିକ୍ଷିତ ମେଡିକାଲ୍ ଟିମ୍ ଦାୟିତ୍ୱ ନେଇନଥାଏ, କିମ୍ବା
ଆପଣ ଶାରୀରିକ ଭାବେ ଆଉ CPR ଜାରି ରଖିବାକୁ ସକ୍ଷମ ନୁହନ୍ତି।
ବ୍ୟକ୍ତି ସାଧାରଣ ଭାବେ ଶ୍ୱାସ ନେବା ଆରମ୍ଭ କଲେ chest compressions ବନ୍ଦ କରି ଜରୁରୀକାଳୀନ ସେବାର ନିର୍ଦ୍ଦେଶ ଅନୁସରଣ କରନ୍ତୁ।
କାର୍ଡିଆକ୍ ଆରେଷ୍ଟ ସମୟରେ ହସ୍ପିଟାଲ୍ ପହଞ୍ଚିବା ପୂର୍ବରୁ ନିକଟରେ ଥିବା ଲୋକଙ୍କ ତୁରନ୍ତ ପଦକ୍ଷେପ ଅତ୍ୟନ୍ତ ମୂଲ୍ୟବାନ। ଉପଲବ୍ଧ ତଥ୍ୟ ଅନୁସାରେ, ତୁରନ୍ତ bystander CPR ଆରମ୍ଭ କଲେ cardiac arrest ପରେ ବଞ୍ଚିବାର ସମ୍ଭାବନା ଦୁଇରୁ ତିନିଗୁଣ ପର୍ଯ୍ୟନ୍ତ ବଢ଼ିପାରେ।
ତେଣୁ CPR କେବଳ ମେଡିକାଲ୍ ପ୍ରଫେସନାଲଙ୍କ ଦକ୍ଷତା ନୁହେଁ; ଏହା ଏକ ଜୀବନରକ୍ଷକ ଦକ୍ଷତା, ଯାହା ସାଧାରଣ ଲୋକ ମଧ୍ୟ ଶିଖିପାରିବେ।
ଗୁରୁତ୍ୱପୂର୍ଣ୍ଣ:ଏହି ସୂଚନା ଜରୁରୀ ସମୟରେ ପ୍ରାଥମିକ ସହାୟତା ବୁଝିବା ପାଇଁ। CPR training ପାଇଁ ମାନ୍ୟତାପ୍ରାପ୍ତ ପ୍ରଶିକ୍ଷଣ ନେବା ସବୁଠାରୁ ଭଲ।
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ଏକା ନୁହେଁ — ହଠାତ୍ ଅଚେତ ହେଲେ କେଉଁ ଲକ୍ଷଣ ଦେଖି ତୁରନ୍ତ CPR ଆରମ୍ଭ କରିବେ, ଜାଣନ୍ତୁ।
ନୂଆଦିଲ୍ଲୀରେ ଗୁରୁବାର ୫୭ତମ GST Council ବୈଠକ ଅନୁଷ୍ଠିତ...
ଆଇଟି କ୍ଷେତ୍ରର ପ୍ରମୁଖ କମ୍ପାନୀ Tata Consultancy Serv...
ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବା...
ଉତ୍ତରପ୍ରଦେଶରେ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ...
ନୂଆଦିଲ୍ଲୀ: GST ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍...
ଚୁପ୍ଚାପ୍’ EC ଅଫିସ ଯିବାକୁ ରାହୁଲଙ୍କ ଯୋଜନା, ବାଟ...
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ...
Gallantt Ispat Limited ନିଜର Gallantt TMT Bars ପାଇଁ...