ଚୌଦ୍ୱାର ଜେଲ୍ ଫେରାର ମାମଲାରେ ନୂଆ ମୋଡ଼: କାରାଗାର ଡିଜି ଓ ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ସାଂସଦଙ୍କ ଗୁରୁତର ଅଭିଯୋଗ

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଜଣ ବିହାରୀ ଅପରାଧୀ ଫେରାର ଘଟଣାରେ ରାଜ୍ୟସଭା ସାଂସଦ ସୁଜିତ କୁମାର କାରାଗାର ଡିଜି ସୁଶାନ୍ତ କୁମାର ନାଥ ଏବଂ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଜେଲ୍ ଭାଙ୍ଗି ଫେରାରରେ ସହଯୋଗ, ଦସ୍ତଖତ ଜାଲିଆତି ଓ ଦସ୍ତାବିଜରେ କାରସାଦି କରାଯାଇଥିବା ଅଭିଯୋଗ ହୋଇଛି।
Rajya Sabha MP Sujit Kumar alleges misconduct by Prison DG and Choudwar Jail Superintendent in jailbreak case.
Rajya Sabha MP Sujit Kumar alleges misconduct by Prison DG and Choudwar Jail Superintendent in jailbreak case.

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଜଣ ବନ୍ଦୀ ଫେରାର ଘଟଣା ପୁଣିଥରେ ଚର୍ଚ୍ଚାରେ ଆସିଛି। ରାଜ୍ୟସଭା ସାଂସଦ ସୁଜିତ କୁମାର ଏହି ମାମଲାରେ କାରାଗାର ମହାନିର୍ଦ୍ଦେଶକ (ଡିଜି) ସୁଶାନ୍ତ କୁମାର ନାଥ ଏବଂ ଚୌଦ୍ୱାର ସର୍କଲ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ସାଂସଦଙ୍କ ଅଭିଯୋଗ ଅନୁସାରେ, ଉଭୟ ଅଧିକାରୀ ବନ୍ଦୀ ଫେରାର ଘଟଣାରେ ପରୋକ୍ଷ ଭାବେ ସହଯୋଗ କରିଥିଲେ ଏବଂ ପରେ ଘଟଣାକୁ ଚାପି ଦେବା ପାଇଁ ସରକାରୀ ଦସ୍ତାବିଜରେ କାରସାଦି କରିଥିଲେ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଘଟଣା ପରେ କିଛି ସରକାରୀ ରେକର୍ଡରେ ଜାଲି ଦସ୍ତଖତ ବ୍ୟବହାର କରାଯାଇଥିଲା ଏବଂ ପ୍ରକୃତ ତଥ୍ୟକୁ ଲୁଚାଇବା ପାଇଁ ଦସ୍ତାବିଜରେ ପରିବର୍ତ୍ତନ କରାଯାଇଥିଲା।

ଏହି ମାମଲାରେ ସାଂସଦ ସୁଜିତ କୁମାର ଚୌଦ୍ୱାର ଥାନାରେ ଅନଲାଇନ୍ ମାଧ୍ୟମରେ ଲିଖିତ ଅଭିଯୋଗ ଦାଖଲ କରି ତଦନ୍ତ ଏବଂ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଦଶହରା ସମୟରେ ହୋଇଥିଲା ଫେରାର ଘଟଣା

୨୦୨୫ ଅକ୍ଟୋବର ୩ ତାରିଖରେ ଦଶହରା ପର୍ବ ସମୟରେ ବିହାରର ଦୁଇ ଅପରାଧୀ ରାଜା ସାହାନୀ ଓ ମଧୁକାନ୍ତ ଚୌଦ୍ୱାର ସର୍କଲ ଜେଲରୁ ଫେରାର ହୋଇଥିଲେ। ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା।

ପୂର୍ବ ଅଭିଯୋଗକୁ ନେଇ ପୁଣି ତେଜିଲା ବିବାଦ

ଏହାପୂର୍ବରୁ ତତ୍କାଳୀନ ଜେଲର ସନ୍ତୋଷିନୀ ଦାସ ମଧ୍ୟ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ସରକାରୀ ଦସ୍ତାବିଜ ଜାଲିଆତି କରିଥିବା ଅଭିଯୋଗ ଆଣିଥିଲେ।

ଏବେ ସାଂସଦଙ୍କ ଅଭିଯୋଗ ପରେ ଘଟଣାଟି ପୁଣି ନୂଆ ମୋଡ଼ ନେଇଛି। ତେବେ ଖବର ଲେଖାଯିବା ସୁଦ୍ଧା କାରାଗାର ଡିଜି, ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ପୁଲିସ ପକ୍ଷରୁ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ମିଳିନଥିଲା।

LIVE TV
LIVE
Latest News
‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼ ଟ୍ରେଡ୍! ଚେନ୍ନାଇକୁ ଲିଭିଂଷ୍ଟୋନ୍ ଓ ଜ୍ୟାକ୍ ଏଡୱାର୍ଡସ୍, ହାଇଦ୍ରାବାଦକୁ ଖଲିଲ୍ ଓ ନାଥନ୍ ଏଲିସ୍

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼...

ନୂଆଦିଲ୍ଲୀ: IPL ୨୦୨୭ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହେ...

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ! କହିଲେ- ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଜଣାଉଛି ଶୁଭେଚ୍ଛା

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ!...

ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...

ବିରାଟ କୋହଲି ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ହ୍ୱାଇଟ୍-ବଲ୍ କ୍ରିକେଟର୍! ଟେଷ୍ଟ ଖେଳିବାକୁ ମଧ୍ୟ ଏବେ ସକ୍ଷମ: ରବି ଶାସ୍ତ୍ରୀ

ବିରାଟ କୋହଲି ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ହ୍ୱାଇଟ୍-ବଲ୍...

କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...

୧୧୪ ପଦକ ଜିତି ଇତିହାସ ରଚିଲେ ପାରା ଆଥଲେଟ୍, ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୋଦୀ

୧୧୪ ପଦକ ଜିତି ଇତିହାସ ରଚିଲେ ପାରା...

ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪ ରାଜ୍ୟରେ ଆଲର୍ଟ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪...

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର ୧୨ରୁ ଘରେ ବସି ଦେଖିପାରିବେ ଫିଲ୍ମ

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର...

ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+