୨୦୨୭ ସୁଦ୍ଧା ୮୦ ହେବ ଚିତାଙ୍କ ସଂଖ୍ୟା! କୁନୋ ଜଙ୍ଗଲରେ ବଂଶବୃଦ୍ଧି ନେଇ ବଡ଼ ଆଶା

ଭାରତରେ ଚିତା ପୁନଃଥଇଥାନ କାର୍ଯ୍ୟକ୍ରମକୁ ମିଳୁଛି ଉତ୍ସାହଜନକ ସଫଳତା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏବେ ୫୩ଟି ଚିତା ରହିଛନ୍ତି।
Cheetah
Cheetah

ଭାରତର ଜଙ୍ଗଲରେ ପୁଣିଥରେ ଚିତାଙ୍କ ବଂଶବୃଦ୍ଧି ହେବାର ଆଶା ଉଜ୍ଜ୍ୱଳ ହୋଇଛି। ଦେଶରେ ଚିତା ପୁନଃଥଇଥାନ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର ପାଲଟିଥିବା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୨୦୨୭ ଶେଷ ସୁଦ୍ଧା ଚିତାଙ୍କ ସଂଖ୍ୟା ୮୦ରେ ପହଞ୍ଚିବାର ଆକଳନ କରାଯାଇଛି। ଏବେ ଭାରତରେ ମୋଟ ୫୯ଟି ଚିତା ଥିବାବେଳେ ସେଥିରୁ ୫୩ଟି କୁନୋ ଜାତୀୟ ଉଦ୍ୟାନରେ ରହିଛନ୍ତି। ଅନ୍ୟ ୪ଟି ଗାନ୍ଧୀ ସାଗର ଅଭୟାରଣ୍ୟ ଏବଂ ୨ଟି ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭରେ ଅଛନ୍ତି।

ମାଈ ଚିତାଙ୍କ ଉପରେ ନଜର

କୁନୋରେ ଚିତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏବେ ପ୍ରାକୃତିକ ପ୍ରଜନନ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଅଧିକାରୀଙ୍କ ଆକଳନ ଅନୁସାରେ, ୨୦୨୭ ଶେଷ ସୁଦ୍ଧା ପ୍ରାୟ ୧୦ଟି ମାଈ ଚିତା ପ୍ରଜନନକ୍ଷମ ହୋଇପାରନ୍ତି। ଯଦି ପ୍ରତ୍ୟେକ ମାଈ ଚିତା ହାରାହାରି ୩ଟି ଲେଖାଏଁ ଶାବକ ଜନ୍ମ ଦିଅନ୍ତି, ତେବେ ପ୍ରାୟ ୩୦ଟି ନୂଆ ଚିତା ଏହି ପରିବାରରେ ସାମିଲ ହୋଇପାରିବେ। ଫଳରେ କୁନୋରେ ଚିତାଙ୍କ ସଂଖ୍ୟା ୫୩ରୁ ବୃଦ୍ଧି ପାଇ ୮୦ରେ ପହଞ୍ଚିବାର ସମ୍ଭାବନା ରହିଛି।

୫୮ଟି ଶାବକ ଜନ୍ମ, ୪୦ ଜୀବିତ

କୁନୋ ଜାତୀୟ ଉଦ୍ୟାନରେ ଏପର୍ଯ୍ୟନ୍ତ ୧୪ଟି ପର୍ଯ୍ୟାୟରେ ମୋଟ ୫୮ଟି ଚିତା ଶାବକ ଜନ୍ମ ନେଇଛନ୍ତି। ସେଥିମଧ୍ୟରୁ ୪୦ଟି ଶାବକ ବଞ୍ଚି ରହିଛନ୍ତି। ଅର୍ଥାତ୍ ଶାବକଙ୍କ ବଞ୍ଚିବା ହାର ପ୍ରାୟ ୬୯ ପ୍ରତିଶତ ରହିଛି। ବର୍ତ୍ତମାନ କୁନୋରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ୧୨ଟି ମାଈ ଚିତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ମାଈ ଚିତା ୨୦୨୬ରେ ଶାବକ ଜନ୍ମ ଦେଇସାରିଛନ୍ତି।

୨୦୨୮-୨୯ରେ ଆହୁରି ବଢ଼ିପାରେ ସଂଖ୍ୟା

କେବଳ ୨୦୨୭ ନୁହେଁ, ୨୦୨୮-୨୯ ସୁଦ୍ଧା ଚିତାଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶା ରହିଛି। ସେତେବେଳକୁ ଭାରତରେ ଜନ୍ମ ନେଇଥିବା ଅନେକ ମାଈ ଚିତା ପ୍ରଜନନକ୍ଷମ ହୋଇପାରନ୍ତି। ଆକଳନ ଅନୁଯାୟୀ, ସେହି ସମୟରେ ପ୍ରାୟ ୩୦ଟି ମାଈ ଚିତା ପ୍ରଜନନ କରିବାକୁ ସକ୍ଷମ ହୋଇପାରନ୍ତି।

ତେବେ ଚିତାଙ୍କ ସଂଖ୍ୟା ବଢ଼ାଇବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଓ ସ୍ୱାଭାବିକ ଜଙ୍ଗଲ ପରିବେଶ ସୃଷ୍ଟି କରିବା ମଧ୍ୟ ବଡ଼ ଚ୍ୟାଲେଞ୍ଜ। ବିଶେଷକରି ଖୋଲା ଜଙ୍ଗଲରେ ଜନ୍ମ ନେଉଥିବା ଶାବକଙ୍କ ପାଇଁ ଅନ୍ୟ ହିଂସ୍ର ଜନ୍ତୁଙ୍କ ଆକ୍ରମଣ ଓ ପ୍ରାକୃତିକ ବିପଦ ରହିଛି। ତେଣୁ କେବଳ ଚିତାଙ୍କ ସଂଖ୍ୟା ବଢ଼ାଇବା ନୁହେଁ, ବରଂ ସେମାନେ ନିଜେ ପ୍ରଜନନ କରି ଜଙ୍ଗଲରେ ଏକ ସ୍ଥାୟୀ ବଂଶ ଗଠନ କରିବା ହିଁ ଏହି ଅଭିଯାନର ପ୍ରକୃତ ସଫଳତା ହେବ।

Latest News
କେବଳ ଆଇରନ୍ ଅଭାବ ନୁହେଁ, ରକ୍ତହୀନତାର ଅନ୍ୟ କାରଣ କ’ଣ? ନୂଆ ସର୍ଭେରେ ବଡ଼ ଖୁଲାସା!

କେବଳ ଆଇରନ୍ ଅଭାବ ନୁହେଁ, ରକ୍ତହୀନତାର ଅନ୍ୟ...

ନୂଆଦିଲ୍ଲୀ:ଭାରତରେ ରକ୍ତହୀନତା ବା ଆନିମିଆ ସମସ୍ୟାକୁ ନେଇ...

କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ ହେବ କଡ଼ା ଟକ୍କର!

କିଏ ହେବେ ନୂଆ କଂସ ମହାରାଜ? ୪୪...

ବରଗଡ଼: କିଏ ପିନ୍ଧିବେ କଂସ ମହାରାଜଙ୍କ ମୁକୁଟ? କାହା ଅଭିନ...

ବିଧାୟକ ପାଣ୍ଠିରେ ଜମି ବାଧକ! ମଞ୍ଜୁରୀ ପରେ ବି ଅଟକିଛି ବିକାଶମୂଳକ କାମ, ବିଧାନସଭାରେ ଉଠିଲା ପ୍ରଶ୍ନ

ବିଧାୟକ ପାଣ୍ଠିରେ ଜମି ବାଧକ! ମଞ୍ଜୁରୀ ପରେ...

ବିଧାୟକ ପାଣ୍ଠିରେ ଜମି ସମସ୍ୟା, ଅଟକି ରହୁଛି ବିକାଶ କାମ...

ଭୁବନେଶ୍ୱର ହଷ୍ଟେଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ! ପିଟି ପିଟି ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭୁବନେଶ୍ୱର ହଷ୍ଟେଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ!...

ପାଠ ପଢ଼ିବାକୁ ଆସିଥିଲେ, ଘରକୁ ଫେରିଲା ମୃତଦେହ ଭୁବନେଶ...

ଆଖିର ନିରବ ଶତ୍ରୁ ଗ୍ଲକୋମା! ୪୦ ବର୍ଷ ପରେ ଅବହେଳା କଲେ ଚାଲିଯାଇପାରେ ଦୃଷ୍ଟିଶକ୍ତି

ଆଖିର ନିରବ ଶତ୍ରୁ ଗ୍ଲକୋମା! ୪୦ ବର୍ଷ...

ଆଖି ମଣିଷ ଶରୀରର ଅତ୍ୟନ୍ତ ମୂଲ୍ୟବାନ ଅଙ୍ଗ। ଆଖି ମାଧ୍ୟମରେ...

ପୁରୀ ବାସନ୍ଦ ଜଙ୍ଗଲ ନରକଙ୍କାଳ ମାମଲାର ପର୍ଦ୍ଦାଫାଶ! ନିଖୋଜ କୃଷ୍ଣ ବଢ଼େଇଙ୍କୁ ହତ୍ୟା ଅଭିଯୋଗରେ ୨ ଗିରଫ, କଟୁରୀ ଜବତ

ପୁରୀ ବାସନ୍ଦ ଜଙ୍ଗଲ ନରକଙ୍କାଳ ମାମଲାର ପର୍ଦ୍ଦାଫାଶ!...

ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାରେ ବଡ଼ ଖୁଲାସା ପୁରୀ...

ଗୋପାଳପୁର ବେଳାଭୂମିରେ ପାର୍କିଂ ନାଁରେ ଲୁଟ୍! ନକଲି ରସିଦ୍ ଦେଇ ପର୍ଯ୍ୟଟକଙ୍କଠୁ ଆଦାୟ ହେଉଛି ଅଧିକ ଟଙ୍କା

ଗୋପାଳପୁର ବେଳାଭୂମିରେ ପାର୍କିଂ ନାଁରେ ଲୁଟ୍! ନକଲି...

ପାର୍କିଂ ଫି ଆଦାୟକୁ ନେଇ ଗୋପାଳପୁରରେ ବିବାଦ ଗଞ୍ଜାମ ଜ...

ସମ୍ପର୍କୀୟଙ୍କୁ ବିବାହ କରିବା ଉପରେ ଲାଗିବ କି କଟକଣା? ସୁପ୍ରିମକୋର୍ଟ ଉଠାଇଲେ ବଡ଼ ପ୍ରଶ୍ନ

ସମ୍ପର୍କୀୟଙ୍କୁ ବିବାହ କରିବା ଉପରେ ଲାଗିବ କି...

ନୂଆଦିଲ୍ଲୀ: ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନେଇ ଦେ...

Breaking News
ଦିଲ୍ଲୀରେ ଗୁଞ୍ଜିଲା ‘ଆ-କା-ମା-ବୈ’! ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ... ୧୨ ଦଫା ଦାବି ନେଇ ଗର୍ଜିଲେ ରାଇସ୍ ମିଲର୍ସ! ୨୭ରେ ବରଗଡ଼ରେ ବିଶାଳ ସମାବେଶ, ସାମିଲ... ମହାନଦୀ ଟ୍ରିବ୍ୟୁନାଲରେ ବଞ୍ଚାଅ ଆନ୍ଦୋଳନକୁ ଝଟକା! ୬ ଦଫା ଆବେଦନ ଗ୍ରହଣ କଲେନି ରେଜିଷ୍ଟ୍ରାର, ଏବେ... ୧୫ ହଜାର କର୍ମୀଙ୍କୁ ନେଇ ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ! ‘ସମ୍ବିଧାନ ବଞ୍ଚାଅ’ ରାଲିରେ ସରକାରକୁ... ଦ୍ୱିତୀୟ ଟେଷ୍ଟରେ ବି ସିରାଜଙ୍କୁ ମିଳିବନି ସୁଯୋଗ? ମୋର୍ନେ ମର୍କେଲଙ୍କ ପରାମର୍ଶ- ନିଜ ଖେଳକୁ ପୁଣି... ଆଜି ସମ୍ବିଧାନ ଦିବସ: ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ମନେ ପକାଇବାର ଦିନ, ଜାଣନ୍ତୁ ଏହାର ଐତିହାସିକ... ଦିଲ୍ଲୀରେ ଗୁଞ୍ଜିଲା ‘ଆ-କା-ମା-ବୈ’! ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ... ୧୨ ଦଫା ଦାବି ନେଇ ଗର୍ଜିଲେ ରାଇସ୍ ମିଲର୍ସ! ୨୭ରେ ବରଗଡ଼ରେ ବିଶାଳ ସମାବେଶ, ସାମିଲ... ମହାନଦୀ ଟ୍ରିବ୍ୟୁନାଲରେ ବଞ୍ଚାଅ ଆନ୍ଦୋଳନକୁ ଝଟକା! ୬ ଦଫା ଆବେଦନ ଗ୍ରହଣ କଲେନି ରେଜିଷ୍ଟ୍ରାର, ଏବେ... ୧୫ ହଜାର କର୍ମୀଙ୍କୁ ନେଇ ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ! ‘ସମ୍ବିଧାନ ବଞ୍ଚାଅ’ ରାଲିରେ ସରକାରକୁ... ଦ୍ୱିତୀୟ ଟେଷ୍ଟରେ ବି ସିରାଜଙ୍କୁ ମିଳିବନି ସୁଯୋଗ? ମୋର୍ନେ ମର୍କେଲଙ୍କ ପରାମର୍ଶ- ନିଜ ଖେଳକୁ ପୁଣି... ଆଜି ସମ୍ବିଧାନ ଦିବସ: ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ମନେ ପକାଇବାର ଦିନ, ଜାଣନ୍ତୁ ଏହାର ଐତିହାସିକ...
+