ବରଗଡ଼: କିଏ ପିନ୍ଧିବେ କଂସ ମହାରାଜଙ୍କ ମୁକୁଟ? କାହା ଅଭିନୟରେ ଥରିବ ମଥୁରା ନଗରୀ? ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ନୂଆ କଂସ କଳାକାର ଚୟନ ନିମନ୍ତେ ଆଜି ଅଡିସନ୍ ହେବ। ଏଥିରେ ୪୪ ଜଣ କଳାକାରଙ୍କ ଭାଗ୍ୟ ପରୀକ୍ଷା ହେବ।
ସକାଳ ୧୦ଟାରୁ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ୍ ହଲ୍ରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ୪୪ ଜଣ କଳାକାରଙ୍କଠାରୁ ମୋଟ ୪୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି। ଦୁଇଜଣ କଳାକାର ଅତିରିକ୍ତ ଆବେଦନପତ୍ର ଦାଖଲ କରିଥିବାରୁ ଏହି ସଂଖ୍ୟା ୪୬ ହୋଇଛି।
ବିଭିନ୍ନ ଜିଲ୍ଲାରୁ ଆସିଥିବା ୭ ଜଣିଆ ଜୁରି ଟିମ୍ କଳାକାରଙ୍କ ଅଭିନୟ ଓ ପ୍ରତିଭାକୁ ପରଖିବେ। ସେମାନଙ୍କ ମଧ୍ୟରୁ ଆଗାମୀ ଦୁଇ ବର୍ଷ ପାଇଁ ନୂଆ କଂସ କଳାକାର ଚୟନ କରାଯିବ।
ସୂଚନାଯୋଗ୍ୟ, ୨୦୨୭ ଜାନୁଆରୀ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ବରଗଡ଼ରେ ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏଥର ନୂଆ କଂସ ମହାରାଜଙ୍କ ଅଭିନୟ ଦେଖିବାକୁ ମଥୁରାବାସୀଙ୍କ ସହ ଦର୍ଶକମାନେ ମଧ୍ୟ ଉତ୍ସୁକ ଅଛନ୍ତି।
ନୂଆଦିଲ୍ଲୀ: ସମସ୍ତ ବିଜେପି ଶାସିତ ରାଜ୍ୟରେ ସମାନ ନାଗରିକ...
ଭାରତର ଜଙ୍ଗଲରେ ପୁଣିଥରେ ଚିତାଙ୍କ ବଂଶବୃଦ୍ଧି ହେବାର ଆଶା...
ନୂଆଦିଲ୍ଲୀ: ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନେଇ ଦେ...
ସିନେମା ଜଗତରେ ଏବେ ଦୁଇଟି ବଡ଼ ଫିଲ୍ମକୁ ନେଇ ଚର୍ଚ୍ଚା। ଗୋ...
ତିରୁପତି: ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ପ୍ରତି ଅତୁଟ ଭକ୍ତ...
ଆଖି ମଣିଷ ଶରୀରର ଅତ୍ୟନ୍ତ ମୂଲ୍ୟବାନ ଅଙ୍ଗ। ଆଖି ମାଧ୍ୟମରେ...
ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡ୍‌ର ବହୁ ପ୍ରତୀକ୍ଷିତ...
ନୂଆଦିଲ୍ଲୀ: SBI କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରା...