ଏମ୍ବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ପାଣିରେ ବୁଡ଼ି ଶ୍ୱାସରୋଧ ହେବା ହିଁ ତାଙ୍କ ମୃତ୍ୟୁର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। କମିଶନରେଟ୍ ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ମିଳିଥିବା ମେଡିକାଲ୍ ତଥ୍ୟରେ ହତ୍ୟାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ।
ଗତ ଜୁନ୍ ୫ ତାରିଖରେ କଟକ ତ୍ରିଶୁଳିଆ ନିକଟ କଠଯୋଡ଼ି ନଦୀ ପଠାରୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା ଏବଂ ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା।
ମୟୂରଭଞ୍ଜ ଜିଲ୍ଲାର ଝିଅ ଚନ୍ଦ୍ରିକା ହେମ୍ବ୍ରମ ବାଲେଶ୍ୱରସ୍ଥିତ ଏଫ୍ଏମ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏମ୍ବିବିଏସ୍ ପାଠ ପଢ଼ୁଥିଲେ। ତାଙ୍କର ବ୍ୟାଗ ଓ ଚପଲ ନଦୀ ଉପରେ ଥିବା ବ୍ରିଜ୍ ନିକଟରୁ ମିଳିଥିବା ବେଳେ ପରେ ନଦୀ ପଠାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଏହି ଘଟଣା ପରେ ପୋଲିସ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା।
ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଥିଲେ। ଏହାସହ ଘଟଣାର ସବିଶେଷ ଓ ନିରପେକ୍ଷ ତଦନ୍ତ ଦାବି କରିଥିଲେ।
ପରିବାର ପକ୍ଷରୁ ଦାଖଲ ଅଭିଯୋଗ ଆଧାରରେ ପୋଲିସ ତାଙ୍କର ନିକଟତମ ସମ୍ପର୍କ, ସମ୍ପ୍ରତିକ ଗତିବିଧି ଏବଂ ବ୍ୟକ୍ତିଗତ ଜୀବନ ସହ ଜଡିତ ବିଭିନ୍ନ ଦିଗକୁ ଖତିଆନ କରିଥିଲା।
ପୋଷ୍ଟମର୍ଟମ ରିପୋର୍ଟରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ପୋଲିସ ତଦନ୍ତ ବନ୍ଦ କରିନାହିଁ। କମିଶନରେଟ୍ ପୋଲିସ କହିଛି ଯେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ପୋଲିସ ବର୍ତ୍ତମାନ ଡିଜିଟାଲ୍ ରେକର୍ଡ, ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ଘଟଣାର ସମ୍ପୂର୍ଣ୍ଣ କ୍ରମକୁ ଯୋଡ଼ିବାରେ ଲାଗିଛି। ତଦନ୍ତ ଶେଷ ହେବା ପରେ ମାମଲାର ଚୂଡ଼ାନ୍ତ ନିଷ୍କର୍ଷ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...