ଲଗାଣ ବର୍ଷା ପରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ହସ୍ପିଟାଲର ୱାର୍ଡ ଭିତରକୁ ବର୍ଷା ପାଣି ପଶିଯିବା ସହ ରୋଗୀଙ୍କ ଖଟ ତଳେ ପାଣି ଜମି ରହିଥିବାରୁ ସେମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ବର୍ଷାରେ ମଧ୍ୟ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାରୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ପ୍ରତିଦିନ ଚାନ୍ଦବାଲି ଓ ଆଖପାଖ ଅଞ୍ଚଳର ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ, ବର୍ଷା ପାଣି ଯୋଗୁଁ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି।
ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ନୂତନ ହସ୍ପିଟାଲ ଭବନର ସିଡ଼ି ଉପରେ ସୁରକ୍ଷା ଛାତ ନଥିବାରୁ ବର୍ଷା ପାଣି ସିଧାସଳଖ ଭବନ ଭିତରକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଉପର ମହଲାରୁ ପାଣି ଗଳୁଥିବା ବେଳେ ହସ୍ପିଟାଲର ଖଟ ଓ ଔଷଧ ମଧ୍ୟ ଭିଜିଯାଉଛି।
ଜଣେ ରୋଗୀଙ୍କ ସମ୍ପର୍କୀୟ ଉମାମଣି ରାଉତ କହିଛନ୍ତି ଯେ, ସରକାର ଯଦି ହସ୍ପିଟାଲ ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି, ତେବେ ତାହାର ଗୁଣବତ୍ତା ମଧ୍ୟ ସୁନିଶ୍ଚିତ ହେବା ଆବଶ୍ୟକ। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଉଚିତ ନୁହେଁ।
ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କର କହିଛନ୍ତି ଯେ, ଏହି ସମସ୍ୟା ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଦୃଷ୍ଟିକୁ ଆଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ୱାର୍ଡରେ ପାଣି ପଶିବା ସହ ଖଟ ତଳେ ରଖାଯାଇଥିବା ଔଷଧ ମଧ୍ୟ ଭିଜିଯାଇଛି।
ଏହାଛଡ଼ା ସିଡ଼ିରେ ପାଣି ଜମି ରହିଥିବାରୁ ବୃଦ୍ଧ, ଗର୍ଭବତୀ ମହିଳା, ରୋଗୀଙ୍କ ସମ୍ପର୍କୀୟ ଓ ଅନ୍ୟ ଦର୍ଶନାର୍ଥୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ବଢ଼ିଛି। ସ୍ଥାନୀୟ ଲୋକମାନେ ବର୍ଷା ଋତୁ ପୂର୍ବରୁ ହସ୍ପିଟାଲର ଡ୍ରେନେଜ୍ ବ୍ୟବସ୍ଥା ଓ ଭିତ୍ତିଭୂମିର ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି।
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଆମେରିକାର Federal Bureau of Investigation (FBI) ମଞ୍...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...