ମହାକାଳପଡ଼ା ବ୍ଲକ୍ର ଟିଖିରୀ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ପୁରୀ ଜିଲ୍ଲାର ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବଜାରରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଜେଡି ଯୁବନେତା ବିରଜା ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୩୦ରୁ ଅଧିକ ବିଜେଡି କର୍ମୀ ଓ ବହୁ ସଂଖ୍ୟକ ମହିଳା ଯୋଗଦେଇଥିଲେ।
ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ କରତାଳି ମଧ୍ୟରେ ଚାମେଲି ଓଝାଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଆତ୍ରତାଣ ସାମନ୍ତରାୟ, ପିପିଲି ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ସଜୁଆପୁର ପଞ୍ଚାୟତର ସମିତି ସଭ୍ୟ ଏବଂ ଚନ୍ଦ୍ରାଦେଇପୁର ପଞ୍ଚାୟତର ବିଜେଡି କର୍ମୀ ନରହରି ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ସମ୍ବର୍ଦ୍ଧନା ଗ୍ରହଣ କରି ଚାମେଲି ଓଝା କହିଥିଲେ ଯେ, ନ୍ୟାୟ ପାଇଁ ତାଙ୍କ ସଂଘର୍ଷକୁ ସମଗ୍ର ଓଡ଼ିଶା ଦେଖିଛି ଏବଂ ସର୍ବଦା ସମର୍ଥନ ମଧ୍ୟ କରିଛି। ପିପିଲିର ଲୋକଙ୍କ ଠାରୁ ମିଳିଥିବା ଏହି ସମ୍ମାନ ତାଙ୍କ ପାଇଁ ଅବିସ୍ମରଣୀୟ ବୋଲି ସେ ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ନେତା ଓ କର୍ମୀମାନେ ଚାମେଲି ଓଝାଙ୍କ ଜନସେବା, ସାହସିକତା ଓ ସଂଘର୍ଷକୁ ପ୍ରଶଂସା କରିଥିଲେ। ସାଧାରଣ ଲୋକଙ୍କ ସ୍ୱର ଭାବେ ଆଗାମୀ ଦିନରେ ମଧ୍ୟ କାର୍ଯ୍ୟ କରିବାକୁ ସେମାନେ ତାଙ୍କୁ ଆହ୍ୱାନ ଜଣାଇଥିଲେ।
ପିପିଲିରେ ଚାମେଲି ଓଝାଙ୍କୁ ମିଳିଥିବା ଏହି ଭବ୍ୟ ସମ୍ବର୍ଦ୍ଧନା ଏବେ ସ୍ଥାନୀୟ ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସଂଘର୍ଷ ଓ ଜନସମର୍ଥନକୁ ନେଇ ଆଗାମୀ ଦିନରେ ରାଜନୈତିକ ସମୀକରଣ କିପରି ବଦଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ଆମେରିକାର Federal Bureau of Investigation (FBI) ମଞ୍...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...