Cape Verde players celebrate after qualifying for the FIFA World Cup 2026 knockout stage.

କେପ୍‌ ବର୍ଡେର ଐତିହାସିକ ସଫଳତା: ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟରେ ପ୍ରବେଶ

ମାତ୍ର ୫.୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପ ରାଷ୍ଟ୍ର କେପ୍‌ ବର୍ଡେ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ଐତିହାସିକ ସଫଳତା ହାସଲ କରିଛି। ସାଉଦି ଆରବ ବିପକ୍ଷରେ ୦-୦ ଡ୍ର’ ସହ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚି ବିଶ୍ୱ ଫୁଟବଲରେ ନୂଆ ଇତିହାସ ରଚିଛି।

ଫିଫା ବିଶ୍ୱକପ୍ ୨୦୨୬ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଥିବା କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରକେପ୍ ବର୍ଡେବିଶ୍ୱ ଫୁଟବଲରେ ଐତିହାସିକ ସଫଳତା ହାସଲ କରିଛି। ସାଉଦି ଆରବ ସହ ୦-୦ ଗୋଲ୍ଶୂନ୍ୟ ଡ୍ର’ କରି ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନ ସୁନିଶ୍ଚିତ କରିଛି।

ପ୍ରାୟ ୫ ଲକ୍ଷ ୩୦ ହଜାର ଜନସଂଖ୍ୟା ବିଶିଷ୍ଟ କେପ୍ ବର୍ଡେ ବିଶ୍ୱକପ୍ ନକ୍ଆଉଟ୍ ପର୍ଯ୍ୟାୟକୁ ପହଞ୍ଚିଥିବା ସବୁଠାରୁ କ୍ଷୁଦ୍ର ଦେଶ ଭାବେ ନୂଆ ରେକର୍ଡ ସୃଷ୍ଟି କରିଛି।

ସବୁଠୁ ବଡ଼ କଥା ହେଲା, ଗ୍ରୁପ୍ ପର୍ଯ୍ୟାୟରେ କୌଣସି ମ୍ୟାଚ୍ ଜିତିନଥିଲେ ମଧ୍ୟ ତିନୋଟି ଯାକ ମ୍ୟାଚ୍ ଡ୍ର’ ରଖି କେପ୍ ବର୍ଡେ ଗ୍ରୁପ୍-ଏଚ୍ରେ ସ୍ପେନ୍ ପଛରେ ଦ୍ୱିତୀୟ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମ ମ୍ୟାଚ୍ରେ ସ୍ପେନ୍ ସହ ୦-୦ ଡ୍ର’, ଦ୍ୱିତୀୟ ମ୍ୟାଚ୍ରେ ଉରୁଗୁଏ ସହ ୨-୨ ଡ୍ର’ ଏବଂ ଶେଷ ମ୍ୟାଚ୍ରେ ସାଉଦି ଆରବ ସହ ଗୋଲ୍ଶୂନ୍ୟ ଡ୍ର’ ଦଳର ସଫଳତାର ମୂଳ ଆଧାର ହୋଇଛି।

ସାଉଦି ଆରବ ବିପକ୍ଷ ମ୍ୟାଚ୍ରେ ପ୍ରଥମାର୍ଦ୍ଧରେ ଉଭୟ ଦଳ ସୀମିତ ସୁଯୋଗ ସୃଷ୍ଟି କରିଥିଲେ। କେପ୍ ବର୍ଡେର ଜାମିରୋ ମୋଣ୍ଟେଇରୋଙ୍କ ଜୋରଦାର ସଟ୍କୁ ସାଉଦି ଗୋଲରକ୍ଷକ ମହମ୍ମଦ ଅଲ୍-ଓୱାଇସ୍ ଚମତ୍କାର ଭାବେ ସେଭ୍ କରିଥିଲେ।

ଦ୍ୱିତୀୟାର୍ଦ୍ଧରେ କେପ୍ ବର୍ଡେ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। କେଭିନ୍ ପିନାଙ୍କ ବାମପାଦିଆ ସଟ୍ ଅଳ୍ପକେ ବାହାରକୁ ଚାଲିଯାଇଥିବା ବେଳେ ଲାରୋସ୍ ଡୁଆର୍ଟେ ଏବଂ ନୁନୋ ଦା କୋଷ୍ଟାଙ୍କ ସୁଯୋଗକୁ ମଧ୍ୟ ସାଉଦି ଗୋଲରକ୍ଷକ ବିଫଳ କରିଦେଇଥିଲେ।

ଏବେ ନକ୍ଆଉଟ୍ ପର୍ଯ୍ୟାୟରେ କେପ୍ ବର୍ଡେର ସାମ୍ନା ହେବ ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନା ସହ। ଜୁଲାଇ ୩ରେ ମାୟାମିରେ ହେବାକୁ ଥିବା ଏହି ମୁକାବିଲା ଉପରେ ବିଶ୍ୱ ଫୁଟବଲ୍ ପ୍ରେମୀଙ୍କ ନଜର ରହିଛି। କେପ୍ ବର୍ଡେର ଏହି ସଫଳତା ବିଶ୍ୱ ଫୁଟବଲରେ ଏକ ପ୍ରେରଣାଦାୟକ କାହାଣୀ ଭାବେ ପରିଚିତ ହୋଇଛି।

Latest News
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା କମିଟି, ଅଧିକାରୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା...

ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ବ୍ୟାପକ ତ୍ରୁଟି...

ପ୍ରସ୍ତାବିତ ପ୍ରତିରକ୍ଷା ପ୍ରକଳ୍ପକୁ କୋରାପୁଟରେ ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଗ୍ରାମବାସୀ

ପ୍ରସ୍ତାବିତ ପ୍ରତିରକ୍ଷା ପ୍ରକଳ୍ପକୁ କୋରାପୁଟରେ ବିରୋଧ, ଜିଲ୍ଲାପାଳଙ୍କୁ...

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ପଦାପଦର...

ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବ ‘GO-EAST’ ପ୍ଲାଟଫର୍ମ : ମୁଖ୍ୟମନ୍ତ୍ରୀ

ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାରେ ଶିଳ୍ପାୟନର...

ଓଡ଼ିଶାର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପ ବି...

ସୁଜାତା କାର୍ତ୍ତିକେୟନ ନୁହେଁ, ୨୦୨୯ ସାଧାରଣ ନିର୍ବାଚନରେ ବିଜେଡିର ନେତୃତ୍ୱ ନେବେ ନବୀନ ପଟ୍ଟନାୟକ

ସୁଜାତା କାର୍ତ୍ତିକେୟନ ନୁହେଁ, ୨୦୨୯ ସାଧାରଣ ନିର୍ବାଚନରେ...

ବହୁଦିନ ଧରି ଚାଲିଥିବା ଚର୍ଚ୍ଚାର ଅବସାନ ଘଟାଇ ପୂର୍ବତନ IA...

ଓଡ଼ିଶାର ‘ସୁନା ଅଣ୍ଡା’ର ସଫଳତା: ବଲାଙ୍ଗିରରୁ ଅଷ୍ଟ୍ରିଆକୁ ରପ୍ତାନି ହେଲା ଏଗ୍ ପାଉଡର

ଓଡ଼ିଶାର ‘ସୁନା ଅଣ୍ଡା’ର ସଫଳତା: ବଲାଙ୍ଗିରରୁ ଅଷ୍ଟ୍ରିଆକୁ...

ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଦେଶ ପାଇଁ ଏକ ନୂଆ ସଫଳତାର ଅଧ୍...

ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ, OSEPAର ନିର୍ଦ୍ଦେଶ

ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ...

ଓଡ଼ିଶାର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃ...

ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ଆସିବ ଟ୍ୱିନ୍-ଇଞ୍ଜିନ୍ ହେଲିକପ୍ଟର, ଟେଣ୍ଡର ଆହ୍ୱାନ କଲା ରାଜ୍ୟ ସରକାର

ସରକାରୀ କାର୍ଯ୍ୟ ପାଇଁ ଭଡ଼ାରେ ଆସିବ ଟ୍ୱିନ୍-ଇଞ୍ଜିନ୍...

ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଯା...

ଏଲପିଜି ସଙ୍କଟ ମଧ୍ୟରେ ହଷ୍ଟେଲ ରୋଷେଇ ପାଇଁ PNG ବ୍ୟବହାର ନିର୍ଦ୍ଦେଶ; କଲେଜଗୁଡ଼ିକୁ ସରକାରଙ୍କ ଚିଠି

ଏଲପିଜି ସଙ୍କଟ ମଧ୍ୟରେ ହଷ୍ଟେଲ ରୋଷେଇ ପାଇଁ...

ରାଜ୍ୟରେ ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଛାତ୍ରାବାସରେ ଖ...

CBSE ରି-ଇଭାଲୁଏସନ୍‌ରେ ଚମତ୍କାର: 95.2%ରୁ ସିଧା 500/500, ଦେଶର ଟପ୍ ସ୍କୋରର ହେଲେ ଅବନୀ କେଜରିୱାଲ୍

CBSE ରି-ଇଭାଲୁଏସନ୍‌ରେ ଚମତ୍କାର: 95.2%ରୁ ସିଧା 500/500,...

ସିବିଏସଇ (CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପରେ ରି...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ ନେତାଙ୍କ ଅଭିନନ୍ଦନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ,...

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା...

ଥାଲାପତିଙ୍କ ‘ହିରୋ ଷ୍ଟାଇଲ୍’କୁ ନେଇ ତାମିଲନାଡୁ ରାଜନୀତିରେ ତୁମୁଳ ତର୍କ, ବିଧାନସଭାରେ ଷ୍ଟାଲିନଙ୍କ ଭଙ୍ଗୀ ନକଲ କଲେ ବିଜୟ

ଥାଲାପତିଙ୍କ ‘ହିରୋ ଷ୍ଟାଇଲ୍’କୁ ନେଇ ତାମିଲନାଡୁ ରାଜନୀତିରେ...

ତାମିଲନାଡୁ ରାଜନୀତିରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦ...

ବିଜେଡିରେ ଯୋଗଦାନ ପରେ ବବି ଦାସଙ୍କ ସହ ସୁଜାତା କାର୍ତ୍ତିକେୟନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ବଢ଼ିଲା ରାଜନୈତିକ ଚର୍ଚ୍ଚା

ବିଜେଡିରେ ଯୋଗଦାନ ପରେ ବବି ଦାସଙ୍କ ସହ...

ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁ...

Breaking News
+