BS-VI ମାନକର ବ୍ୟକ୍ତିଗତ ଯାନ ମାଲିକଙ୍କ ପାଇଁ ବଡ଼ ଖୁସି ଖବର। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ (MoRTH) ପକ୍ଷରୁ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସର୍ଟିଫିକେଟ୍ (PUCC)ର ବୈଧତାକୁ ବର୍ତ୍ତମାନର ୧ ବର୍ଷରୁ ବଢ଼ାଇ ୩ ବର୍ଷ କରିବାକୁ ପ୍ରସ୍ତାବ ରଖାଯାଇଛି।
ଏହି ପ୍ରସ୍ତାବ ଅନୁଯାୟୀ,୬ ବର୍ଷ ପର୍ଯ୍ୟନ୍ତ ପୁରୁଣା BS-VI ବ୍ୟକ୍ତିଗତ ଗାଡ଼ିଗୁଡ଼ିକୁ ପ୍ରତି ୩ ବର୍ଷରେ ଥରେ ମାତ୍ର PUCC ନବୀକରଣ କରିବାକୁ ପଡ଼ିବ।ଏହା ଫଳରେ ସ୍ୱଚ୍ଛ ପ୍ରଯୁକ୍ତିର ଯାନ ବ୍ୟବହାରକାରୀଙ୍କ ଉପରେ ଥିବା ନିୟମ ପାଳନର ଭାର କମିବ।
ଡ୍ରାଫ୍ଟ ନିୟମ ଅନୁସାରେ ଯାନର ବୟସ ଏବଂ ଏହାର ଏମିସନ୍ ମାନକ ଆଧାରରେ PUCC ନବୀକରଣ ସମୟସୀମା ନିର୍ଦ୍ଧାରଣ କରାଯିବ।
ପ୍ରସ୍ତାବ ଅନୁଯାୟୀ BS-IV ଯାନ ପାଇଁ ପ୍ରତି୬ ମାସରେPUCC ନବୀକରଣ ବାଧ୍ୟତାମୂଳକ ରହିବ। ସେହିପରି BS-I, BS-II ଓ BS-III ଯାନ ପାଇଁପ୍ରତି ୩ ମାସରେPUCC ନବୀକରଣ ନିୟମ ବଳବତ୍ତର ରହିବ।
ଭାରତ ୨୦୧୭ ମସିହାରେ ସାରା ଦେଶରେ BS-IV ମାନକ ଲାଗୁ କରିଥିଲା। ପରେ ୧ ଏପ୍ରିଲ ୨୦୨୦ରେ BS-Vକୁ ଏଡ଼ାଇ ସିଧାସଳଖ BS-VI ମାନକ ଲାଗୁ କରାଯାଇଥିଲା। ଏଥିରେ ଅଲ୍ଟ୍ରା-ଲୋ ସଲଫର ଇନ୍ଧନ ଓ ଉନ୍ନତ ଏମିସନ୍ କଣ୍ଟ୍ରୋଲ୍ ପ୍ରଯୁକ୍ତି ବ୍ୟବହୃତ ହେବାରୁ ପ୍ରଦୂଷଣ ହ୍ରାସ ପାଇଛି।
ବର୍ତ୍ତମାନ ଏହି ପ୍ରସ୍ତାବ ଡ୍ରାଫ୍ଟ ପର୍ଯ୍ୟାୟରେ ରହିଛି। ସରକାର ସାଧାରଣ ଲୋକଙ୍କ ମତାମତ ଆହ୍ୱାନ କରିଛନ୍ତି। ସମସ୍ତ ମତାମତ ବିଚାର ପରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରାଯିବ।
ଉଚ୍ଚଶିକ୍ଷା ହାସଲ କରିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍...
ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
UPSC CDS-I ଫାଇନାଲ୍ ରେଜଲ୍ଟ ୨୦୨୬ ପ୍ରକାଶ ପାଇଛି। ଏହି ପ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...