ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଶନିବାରଠାରୁ ଆରମ୍ଭ ହେବ ୧୮ତମ BRICS ଶିଖର ସମ୍ମିଳନୀ। ଦୁଇଦିନିଆ ଏହି ମହତ୍ତ୍ୱପୂର୍ଣ୍ଣ ସମ୍ମିଳନୀରେ ବିଶ୍ୱର ୧୧ଟି ପ୍ରମୁଖ ରାଷ୍ଟ୍ରର ନେତା ଓ ପ୍ରତିନିଧି ଏକାଠି ହେବେ। ଚଳିତ ବର୍ଷ ଭାରତ BRICSର ଅଧ୍ୟକ୍ଷତା କରୁଛି।
BRICS ସଦସ୍ୟ ଦେଶଗୁଡ଼ିକ ହେଲେ ଭାରତ, ବ୍ରାଜିଲ, ଚୀନ୍, ରୁଷିଆ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)। ଏହା ସହ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ୧୦ଟି ସହଯୋଗୀ ରାଷ୍ଟ୍ର ମଧ୍ୟ ସମ୍ମିଳନୀରେ ଯୋଗଦେବେ।
ସୂଚନା ଅନୁସାରେ, BRICS ସଦସ୍ୟ ଦେଶଗୁଡ଼ିକ ମିଳି ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୯ ପ୍ରତିଶତ ଏବଂ ବିଶ୍ୱ GDPର ପ୍ରାୟ ୪୦ ପ୍ରତିଶତ ପ୍ରତିନିଧିତ୍ୱ କରୁଛନ୍ତି।
ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍-ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ଏବଂ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଆଲି ଯୋଗଦେବାକୁ ଥିବା ସୂଚନା ରହିଛି।
ୟୁଏଇ ପକ୍ଷରୁ ଆବୁଧାବିର ଯୁବରାଜ ଶେଖ ଖାଲେଦ ବିନ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହ୍ୟାନ ଯୋଗଦେବେ। ବ୍ରାଜିଲ ପକ୍ଷରୁ ବୈଦେଶିକ ମନ୍ତ୍ରୀ ମୌରୋ ଭିଏରା ଏବଂ ସାଉଦି ଆରବ ପକ୍ଷରୁ ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍ ଫରହାନ ଅଲ୍ ସାଉଦ ପ୍ରତିନିଧିତ୍ୱ କରିବେ।
ଶନିବାର BRICS ସଦସ୍ୟ ଦେଶଗୁଡ଼ିକର ‘ଅନ୍ତର୍ଭୁକ୍ତୀକରଣ ବିଶ୍ୱ ପ୍ରଶାସନ ଏବଂ ବହୁପାକ୍ଷିକତାର ସୁଦୃଢ଼ୀକରଣ’ ଶୀର୍ଷକ ବୈଠକରୁ ସମ୍ମିଳନୀ ଆରମ୍ଭ ହେବ।
ଏହାପରେ ନେତାମାନେ ଭାରତ ମଣ୍ଡପମ୍ରେ ‘ଭାରତ ଇନୋଭେଟ୍ସ’ ପ୍ରଦର୍ଶନୀ ପରିଦର୍ଶନ କରିବେ। ଏହା ସହ ମିଳିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରିତ ନୈଶଭୋଜିରେ BRICS ନେତାମାନେ ଯୋଗଦେବେ। ଏହି ଅବସରରେ ମୋଦୀ ବିଭିନ୍ନ BRICS ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
ସମ୍ମିଳନୀ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ ଦ୍ୱିପାକ୍ଷିକ ଆଲୋଚନା ଉପରେ ବିଶେଷ ନଜର ରହିଛି।
ବିଶ୍ୱ ଅର୍ଥନୀତି, ବାଣିଜ୍ୟ, ନିବେଶ, ଶକ୍ତି ଓ ଖାଦ୍ୟ ସୁରକ୍ଷା ସମେତ ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା ହେବାକୁ ଥିବା ବେଳେ ଦିଲ୍ଲୀରେ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସମୁଦ୍ର ହଠାତ୍‌ ଗାଏବ! ଏଭଳି ଦୃଶ୍ୟ ଦେଖି ଆର୍ଜେଣ୍ଟି...
ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା Unified...
ନୂଆଦିଲ୍ଲୀ:BRICS ଶିଖର ସମ୍ମିଳନୀ ପୂର୍ବରୁ ଭାରତ-ରୁଷିଆ ବ...
ଚୀନ୍‌ର କ୍ୱିଂଡାଓ ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟ...
ନୂଆଦିଲ୍ଲୀ:୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ...
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ପର୍ବତୀୟ ଅଞ୍ଚଳ...
ନୂଆଦିଲ୍ଲୀ:ଗଣେଶ ପୂଜା, ଦଶହରା ଓ ଦୀପାବଳି ଭଳି ପାର୍ବଣ ଋତ...
ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ଉତ୍ତେଜନ...