ପ୍ରବଳ ପବନ ଯୋଗୁଁ ପାଞ୍ଚରୁ ଅଧିକ ବିଦ୍ୟୁତ୍ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶତାଧିକ ବିଦ୍ୟୁତ୍ ଖୁମ୍ବ ଉପୁଡ଼ି ପଡ଼ିଛି। ବିଦ୍ୟୁତ୍ ବ୍ୟବସ୍ଥା ଭାଙ୍ଗିପଡ଼ିବା ପରେ ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଦ୍ୟୁତ୍ ଉପରେ ନିର୍ଭର କରୁଥିବା ପାଣି ଯୋଗାଣ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିବାରୁ ପାନୀୟ ଜଳ ସରବରାହ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ମୋଟରସାଇକେଲ୍, କାର୍ ଓ ଜେସିବି ମେସିନ୍ ଉପରେ କ୍ଷତି ସୃଷ୍ଟି କରିଛି। ବଣାଇ ଉପ-ଜିଲ୍ଲାପାଳଙ୍କ ନିବାସ ସମ୍ମୁଖରେ ଏକ ବଡ଼ ଗଛ ମୁଖ୍ୟ ରାସ୍ତା ଉପରେ ପଡ଼ିଯାଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ କଚ୍ଚା ଘରର ଛାତ ଉଡ଼ିଯାଇଥିଲା। ବିଦ୍ୟୁତ୍ ଖୁମ୍ବ, ଗଛ ଓ ଟ୍ରାନ୍ସଫର୍ମର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବୁଧବାର ରାତି ପ୍ରାୟ ୩ଟାରୁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ଓ ପାଣି ସରବରାହ ବନ୍ଦ ରହିଛି।
ଫାୟାର ସର୍ଭିସ୍, ବିଦ୍ୟୁତ୍ ବିଭାଗ ଓ ପ୍ରଶାସନର ଟିମ୍ମାନେ ରାତିରୁ ଉଦ୍ଧାର ଓ ମରାମତି କାମରେ ଲାଗିପଡ଼ିଛନ୍ତି। ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇବା କାମ ଚାଲିଥିବା ବେଳେ ଅନେକ ସ୍ଥାନରେ ଏବେ ମଧ୍ୟ ଯାତାୟାତ ପ୍ରଭାବିତ ରହିଛି।
ବଣାଇ ଉପ-ଜିଲ୍ଲାପାଳ ଅଶୋକ ଦାସ କହିଛନ୍ତି ଯେ, ପରିସ୍ଥିତିକୁ ନେଇ ଜିଲ୍ଲାପାଳ ଓ ଏଡିଏମ୍ଙ୍କ ସହ ଆଲୋଚନା ହୋଇଛି। ଓଡ୍ରାଫ୍ ଟିମ୍ ରାସ୍ତା ଅବରୋଧ ହଟାଇବା କାମରେ ଲାଗିଥିବା ବେଳେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ ହେବାକୁ ଆହୁରି କିଛି ସମୟ ଲାଗିପାରେ।
ସେ ଆହୁରି କହିଛନ୍ତି ଯେ, ତାଙ୍କ ସରକାରୀ ନିବାସ, ଗେଟ୍, ବାଉଣ୍ଡାରୀ ୱାଲ୍ ଓ ଅନେକ ଗଛ ମଧ୍ୟ ଝଡ଼ରେ କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତିର ତଦାରଖ କରିବା ପାଇଁ ସେ ପାଦେ ପାଦେ ଘୁରି କାମ ନିରୀକ୍ଷଣ କରିଥିବା କହିଛନ୍ତି।
ଖବର ଲେଖାଯାଉଥିବା ସମୟରେ ଝାରସୁଗୁଡ଼ାରୁ ଓଡ୍ରାଫ୍ ଟିମ୍ ବଣାଇ ପହଞ୍ଚି ଉଦ୍ଧାର, ରାସ୍ତା ସଫା ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିଲା।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...