ନୂଆଦିଲ୍ଲୀ: ବିଜେପିର ଜାତୀୟ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଦଳର ଜାତୀୟ ସଭାପତି ନିତିନ ନବୀନ ସୋମବାର ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି। ଏହି ନୂଆ ଟିମ୍ରେ ଅନେକ ବରିଷ୍ଠ ନେତାଙ୍କୁ ପୁଣି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିବା ବେଳେ କିଛି ନୂଆ ମୁହଁଙ୍କୁ ମଧ୍ୟ ସାମିଲ କରାଯାଇଛି।
ନୂଆ ତାଲିକାରେ ଆରଏସଏସ୍ର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ମାଧବଙ୍କୁ ଜାତୀୟ ଉପସଭାପତି ଦାୟିତ୍ୱ ଦିଆଯାଇଛି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ କରାଯାଇଛି।
ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ମଧ୍ୟ ଜାତୀୟ ସାଧାରଣ ସମ୍ପାଦକ ହୋଇଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କୁ ଜାତୀୟ ଉପସଭାପତି କରାଯାଇଛି।
ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ବିଏଲ୍ ସନ୍ତୋଷ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ପଦରେ ରହିଛନ୍ତି। ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ମିଳିଛି।
ଓଡ଼ିଶାର ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଜାତୀୟ ଉପସଭାପତି ପଦରେ ନିଜ ସ୍ଥାନ ବଜାୟ ରଖିଛନ୍ତି।
ତାଙ୍କ ସହ ବସୁନ୍ଧରା ରାଜେ ସିନ୍ଧିଆ, ରେଖା ବର୍ମା ଓ ତାରିକ୍ ମନସୁରଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ଜାତୀୟ ଉପସଭାପତି ପଦରେ ରହିଛନ୍ତି।
୧୩ ଜଣ ଜାତୀୟ ଉପସଭାପତିଙ୍କ ମଧ୍ୟରୁ ୫ ଜଣ ମହିଳା ରହିଛନ୍ତି। ଜାତୀୟ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ସ୍ମୃତି ଇରାନୀ ଏକମାତ୍ର ମହିଳା ଅଟନ୍ତି।
ବିଜେପିର ଡିଜିଟାଲ ଓ ସୋସିଆଲ ମିଡିଆ କାର୍ଯ୍ୟକଳାପର ଚର୍ଚ୍ଚିତ ମୁହଁ ଅମିତ ମାଲବୀୟଙ୍କ ନାଁ ନୂଆ ଜାତୀୟ ପଦାଧିକାରୀ ତାଲିକାରେ ନାହିଁ।
ଏହା ସହିତ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମ୍ ଘୋଷଣା କରାଯାଇଛି। ଦୀପକ ମହାସ୍କେଙ୍କୁ ଜାତୀୟ ସୋସିଆଲ ମିଡିଆ କନଭେନର ଏବଂ ପ୍ରୀତି ଗାନ୍ଧୀ, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଓ ଅରୁଣ ଯାଦବଙ୍କୁ କୋ-କନଭେନର କରାଯାଇଛି।
ନୂଆ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ର ଅଭିଜ୍ଞତା, ଉର୍ଜା ଓ ତୃଣମୂଳସ୍ତରର ସମ୍ପର୍କକୁ ପ୍ରଶଂସା କରିଛନ୍ତି। ନୂଆ ଟିମ୍ ଦଳକୁ ଆହୁରି ମଜବୁତ କରିବା ସହ ଜନସେବା ଓ ‘ବିକଶିତ ଭାରତ’ର ଲକ୍ଷ୍ୟ ଦିଗରେ କାମ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ହେଉଥିବା ଯୁକ୍ତ ସାମରିକ...
ଭୁବନେଶ୍ୱରରେ ଘଟିଥିବା ଏହି ଘଟଣାରେ ଅନଲାଇନ୍‌ ପରିଚୟ...
ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଓଡ଼ିଶାରେ ଆଜିଠାରୁ ବର...
ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏବେ ବି ମଧ୍ୟମ ଧର...
ପାନ ମସଲା ପ୍ୟାକେଜିଂକୁ ନେଇ FSSAI ଏକ ବଡ଼ ନିଷ୍ପତ୍ତି ନେ...
ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହ...
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରାଜପୁର ରୋଡ୍ରେ ଜଣେ ଅବସରପ୍ର...
ପୁରୀ ଜିଲ୍ଲା ଚାରିଛକ ଥାନା ଅଧୀନ ଦୁର୍ଗେଶ୍ୱର ବାହାରଣା ଗା...
ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଭାରତରେ ଲୋକପ୍ର...
ମାଛ ଧରିବାକୁ ଯାଇ ହୋଇଥିଲା ବିବାଦ ସୂଚନା ଅନୁସାରେ, ଚି...
ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବାକୁ ଯାଉଛି। ଭା...
ଆମେରିକାରେ ମେଟା ପ୍ଲାଟଫର୍ମସ୍ ବିରୋଧରେ ଶିଶୁ ଓ କିଶୋରଙ୍କ...