ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ। ଏହାପୂର୍ବରୁ ଓଡ଼ିଶା ରାଜନୀତିରେ ବଢ଼ିଲାଣି ଚର୍ଚ୍ଚା। ମହାନ ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ସମାନ୍ତରାଳ ରାଜନୈତିକ ମୋବିଲାଇଜେସନ୍। ବିଜେଡିଠାରୁ ଦୂରେଇଥିବା କିଛି ପୂର୍ବତନ ନେତା ନୂଆ ସଂଗଠନ ଗଢ଼ି ଗାଁ ଗାଁରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି।
ଏହି ନୂଆ ରାଜନୈତିକ ଗତିବିଧି ପଞ୍ଚାୟତ ନିର୍ବାଚନରେ ବିଜେଡିର ପାରମ୍ପରିକ ଭୋଟ୍ ଉପରେ ପ୍ରଭାବ ପକାଇବ କି? ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା।
ବିଜେଡିଠାରୁ ଦୂରେଇଥିବା ଦକ୍ଷିଣ ଓଡ଼ିଶାର ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ‘ବିଜୁ ସ୍ୱାଭିମାନ ମଞ୍ଚ’ (BSM) ଗଠନ କରିଛନ୍ତି। ସଂଗଠନ ପକ୍ଷରୁ ଏବେ ଗ୍ରାସରୁଟ୍ ସ୍ତରରେ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି।
ନିକଟରେ ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ଅଞ୍ଚଳରେ BSMର ଏକ ବୈଠକ ହୋଇଥିଲା। ଏଥିରେ ୯ଟି ବ୍ଲକ୍ର କର୍ମୀ ଯୋଗ ଦେଇଥିବା ଜଣାପଡ଼ିଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ସଂଗଠନ ତା’ର ପ୍ରସ୍ତୁତି ଚଳାଇଥିବା କୁହାଯାଉଛି।
ଦକ୍ଷିଣ ଓଡ଼ିଶାରେ ଭାସ୍କର ରାଓଙ୍କ ପୂର୍ବ ରାଜନୈତିକ ପ୍ରଭାବ ବିଜେଡିକୁ ଶକ୍ତିଶାଳୀ କରିଥିବାରୁ ତାଙ୍କ ନୂଆ ପଦକ୍ଷେପକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ନଜର ରହିଛି।
ଏହା ବ୍ୟତୀତ ବିଜୁ ପଟ୍ଟନାୟକଙ୍କ ଅନୁଗାମୀଙ୍କ ଅଂଶଗ୍ରହଣରେ ଗଠିତ ‘ଓଡ଼ିଶା ନାଗରିକ ମଞ୍ଚ’ ମଧ୍ୟ ଗାଁ ଗାଁକୁ ଯାଇ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରସ୍ତୁତ ହେଉଛି।
ଏହି ପଦକ୍ଷେପ ସହ ପୂର୍ବତନ ବିଜେଡି ନେତା ବିଜୟ ମହାପାତ୍ର, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ରବି ପାଣି ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ନେତା ଜଡ଼ିତ ଥିବା ଜଣାପଡ଼ିଛି।
ବିଜୁ ସ୍ୱାଭିମାନ ମଞ୍ଚର କର୍ମୀମାନେ ରାୟଗଡ଼ାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଦାବି କରୁଥିବା ଭାସ୍କର ରାଓ କହିଛନ୍ତି। ପ୍ରାୟ ସମସ୍ତ ସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ମଞ୍ଚ ପ୍ରସ୍ତୁତ ହେଉଥିବା ସେ ସଙ୍କେତ ଦେଇଛନ୍ତି।
ଅନ୍ୟପକ୍ଷରେ, ବିଜୁଙ୍କ ନାମ କୌଣସି ଗୋଟିଏ ରାଜନୈତିକ ଦଳରେ ସୀମିତ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜୁ ପଟ୍ଟନାୟକ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ଥିବାରୁ ତାଙ୍କ ନାମରେ ଯେକୌଣସି ସଂଗଠନ ଗଠନ କରାଯାଇପାରେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ବିଜୁ ପଟ୍ଟନାୟକଙ୍କ ନାମକୁ ନେଇ ଏକାଧିକ ସଂଗଠନର ଗ୍ରାସରୁଟ୍ ଅଭିଯାନ ଆରମ୍ଭ ହେବା ପରେ ବିଜେଡିର ପାରମ୍ପରିକ ଭୋଟ୍ ବ୍ୟାଙ୍କ୍ ଉପରେ ଏହାର ପ୍ରଭାବ ପଡ଼ିବ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ।
ବିଜେଡି ନିଜ ଭୋଟ୍ ବ୍ୟାଙ୍କ୍ରେ କୌଣସି ସଂଗଠନ ପ୍ରଭାବ ପକାଇପାରିବ ନାହିଁ ବୋଲି ଦାବି କରୁଥିବା ବେଳେ ବିଜୁଙ୍କ ନାମକୁ ନେଇ ଗଢ଼ିଉଠୁଥିବା ଏହି ସମାନ୍ତରାଳ ରାଜନୈତିକ ଧାରା ଆଗାମୀ ନିର୍ବାଚନରେ କେତେ ପ୍ରଭାବ ପକାଇବ, ତାହା ଉପରେ ଏବେ ନଜର ରହିଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଆମେରିକାର Federal Bureau of Investigation (FBI) ମଞ୍...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...