ଭୁବନେଶ୍ୱରରେ କୁଆଖାଇ ନଦୀକୁ ଡେଇଁ ଜଣେ ୨୩ ବର୍ଷୀୟ ଯୁବକ ନିଖୋଜ ହୋଇଛନ୍ତି। ଶନିବାର ରାତିରେ ଟଙ୍କପାଣି ରୋଡ୍ ବ୍ରିଜ୍ରୁ ସେ କୁଆଖାଇ ନଦୀକୁ ଡେଇଁଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବକଙ୍କ ନାଁ ଭବାନୀ ଶଙ୍କର ଖଟେଇ। ସେ ଭୁବନେଶ୍ୱର ପୁରୁଣା ଟାଉନ୍ ଅଞ୍ଚଳର ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଓ ବାଲିଅନ୍ତାରୁ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା।
ରାତିରେ ଖୋଜାଖୋଜି ବନ୍ଦ ରଖାଯାଇଥିବା ବେଳେ ରବିବାର ସକାଳୁ ପୁଣି ଅଭିଯାନ ଆରମ୍ଭ ହୋଇଛି। ଅଗ୍ନିଶମ କର୍ମଚାରୀମାନେ ନଦୀ ଭିତରେ ଖୋଜିବା ସହ ନିକଟସ୍ଥ ନଦୀକୂଳ ଅଞ୍ଚଳରେ ମଧ୍ୟ ତଲାସୀ କରୁଛନ୍ତି।
ଲଗାଣ ବର୍ଷା ପରେ କୁଆଖାଇ ନଦୀରେ ପାଣିର ପ୍ରବାହ ଅଧିକ ଥିବାରୁ ଯୁବକ ଜଣକ ପାଣି ସ୍ରୋତରେ ଭାସିଯାଇଥିବା ଆଶଙ୍କା କରାଯାଉଛି। ଘଟଣାର ୧୨ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ଭବାନୀ ଶଙ୍କରଙ୍କ କୌଣସି ସନ୍ଧାନ ମିଳିନାହିଁ।
ଅନ୍ୟପକ୍ଷରେ, ଘଟଣା ପରେ ଟଙ୍କପାଣି ରୋଡ୍ ବ୍ରିଜ୍ ଉପରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ଏହା ଫଳରେ ବ୍ରିଜ୍ ଉପରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇ ଯାତାୟାତ ପ୍ରଭାବିତ ହୋଇଥିଲା।
ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବିଭାଗର ଟିମ୍ଗୁଡ଼ିକ ନଦୀ ଓ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି ଜାରି ରଖିଛନ୍ତି।
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଭାରତୀୟ ଟି-୨୦ ଦଳରେ ଓପନିଂ ଯୋଡ଼ିକୁ ନେଇ ପରୀକ୍ଷା ଜାରି ର...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ଆମେରିକାର Federal Bureau of Investigation (FBI) ମଞ୍...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...