ଭୁବନେଶ୍ୱରର ଶ୍ରୀୟା ସ୍କୋୟାରଏବଂ ‘ଏସ୍ କମ୍ପ୍ଲେକ୍ସ’ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଘଟଣା ଘଟିଛି। କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ଧରି ରାସ୍ତାକଡ଼ ଫାଷ୍ଟଫୁଡ୍ ଓ ପାଣିପୁରି ଷ୍ଟଲ୍ଗୁଡ଼ିକ ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ଦୋକାନର ଢାଞ୍ଚା ଭାଙ୍ଗିବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଆତଙ୍କ ସୃଷ୍ଟି କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଖବର ପାଇ ଖାରବେଳ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା। ପୋଲିସ ସାକ୍ଷୀମାନଙ୍କୁ ପଚରାଉଚରା କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ଆହତ ବ୍ୟବସାୟୀ ବିଶ୍ୱନାଥ ସାହୁଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୯.୩୦ ବେଳେ ଚାରି ଜଣ ବ୍ୟକ୍ତି ତିନୋଟି ଖଣ୍ଡା ଓ ଦୁଇଟି ଭୁଜାଲି ଧରି ଆସିଥିଲେ। ସେମାନେ ତାଙ୍କ ମାମୁଙ୍କୁ ଜଂଘ, ପେଟ ଏବଂ ହାତରେ ଆକ୍ରମଣ କରିଥିଲେ।
ବିଶ୍ୱନାଥ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ଖାଦ୍ୟ ଖାଇବା ପରେ ଟଙ୍କା ଦେବାକୁ ମନା କରିଥିଲେ। ଟଙ୍କା ମାଗିବାରୁ ସେମାନେ ରାଗିଯାଇ ପରେ ଆସି ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାଳିସାହିର ବାପି ଓରଫ ଚନ୍ଦନ ସାହୁ ବୋଲି ସେ ଦାବି କରିଛନ୍ତି।
ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୪ ରୁ ୫ଟା ମଧ୍ୟରେ ଟଙ୍କା ଦେବାକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ରାତିରେ ସେମାନେ ପୁଣି ଫେରି ଆସି ଆକ୍ରମଣ କରିଥିଲେ।
ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ଆକ୍ରମଣରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି।
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...