ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଲୁଟ ଘଟଣା ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତଜାମୁକୋଳି ଅଞ୍ଚଳରେଜଣେ ବ୍ୟକ୍ତିଙ୍କ ଘରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେଶିବଶଙ୍କର ବେହେରାଙ୍କ ଘରେଲୁଟ ହୋଇଥିଲା। ଲୁଟେରାମାନେ ଘରୁ ସୁନା ଅଳଙ୍କାର ସହ ଦାମୀ ବ୍ରାଣ୍ଡର ଘଡ଼ି ନେଇ ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଲୁଟ ହୋଇଥିବା ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ୨୦ ଲକ୍ଷ ଟଙ୍କାହେବ ବୋଲି କୁହାଯାଇଛି।
ଘଟଣାର ଖବର ପାଇ ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳୁ ସାଇଣ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି।
ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିବା କିଛି ବଞ୍ଜାରା ଲୋକ ଏହି ଲୁଟରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି।
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...