ବିଦାୟ ନେଲେ ମାଆ… ଆସନ୍ତା ବର୍ଷକୁ ଅପେକ୍ଷା, ବାଜା-ବାଣ-ରୋଷଣୀରେ ମା’ଙ୍କ ମେଲାଣି

ସରିଲା ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ମାଆ ଦୁର୍ଗାଙ୍କୁ ମେଲାଣି ଦେଲେ ଭକ୍ତ।
Durga Puja visarjan procession in Bhubaneswar
Durga Puja visarjan procession in Bhubaneswar

ଭୁବନେଶ୍ୱର: ସରିଲା ଶାରଦୀୟ ଦୁର୍ଗାପୂଜା। ଭକ୍ତଙ୍କ ମନରେ ଭକ୍ତି ଓ ଭାବବିହ୍ୱଳତା ଭରି ଧରାପୃଷ୍ଠରୁ ମେଲାଣି ନେଲେ ମାଆ ଦୁର୍ଗା। ବାଜା, ବାଣ ଓ ରୋଷଣୀ ସହ ମାଆଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ। ଏବେ ଭକ୍ତଙ୍କ ଅପେକ୍ଷା ଆସନ୍ତା ବର୍ଷର ଶାରଦୀୟ ଦୁର୍ଗାପୂଜାକୁ।

ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ମେଲଣ ପଡ଼ିଆରେ ୧୮ଟି ମେଢ ଏକାଠି ହେବା ପରେ ବାହାରିଥିଲା ବିଶାଳ ବିସର୍ଜନ ଶୋଭାଯାତ୍ରା। ପାରମ୍ପରିକ ବାଦ୍ୟ, ଲୋକନୃତ୍ୟ, ଘଣ୍ଟ ଓ ଶଙ୍ଖନାଦରେ ପ୍ରକମ୍ପିତ ହୋଇଥିଲା ପରିବେଶ।

ଶୋଭାଯାତ୍ରାରେ ପୂଜା କମିଟିର ସଦସ୍ୟ ଓ ଭକ୍ତମାନେ ମାଆଙ୍କ ମେଢକୁ ବିସର୍ଜନ ସ୍ଥଳ ଅଭିମୁଖେ ନେଇଥିଲେ। ମାଆଙ୍କୁ ଶେଷ ଥର ପାଇଁ ମନଭରି ଦର୍ଶନ କରିବା ସହ ଆଶୀର୍ବାଦ ନେବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ବିସର୍ଜନ ଶୋଭାଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ ସହ ଯାତାୟାତ ନିୟନ୍ତ୍ରଣ କରାଯାଇଥିଲା।

ମାଆଙ୍କ ବିସର୍ଜନ ସହ ଶେଷ ହୋଇଛି ଏ ବର୍ଷର ଦୁର୍ଗାପୂଜା। ଭକ୍ତଙ୍କ ମୁହଁରେ ଥିଲା ଗୋଟିଏ ଆଶା—“ମାଆ ପୁଣି ଆସିବେ, ଆସନ୍ତା ବର୍ଷ ପୁଣି ହେବ ମାଆଙ୍କ ଆଗମନ।”

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+