ଭୁବନେଶ୍ୱରରେ ଆଜି ମା’ ଦୁର୍ଗାଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ପୋଲିସ ଚିହ୍ନଟ କରିଥିବା ଚାରିଟି ପ୍ରମୁଖ ଭସାଣି ସମିତି—ସହିଦନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଓ ପୁରୁଣା ଭୁବନେଶ୍ୱର—ର ଶୋଭାଯାତ୍ରା ପାଇଁ ଅଲଗା ରୁଟ୍ ନିର୍ଦ୍ଧାରଣ କରାଯାଇଛି।
କମିଶନରେଟ୍ ପୋଲିସ ଅନୁସାରେ, କଟକଣାଅପରାହ୍ନ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ କିମ୍ବା ଭସାଣି ଶୋଭାଯାତ୍ରା ସରିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହେବ, ସେହି ଅନୁସାରେ ଲାଗୁ ରହିବ।
ସହିଦନଗର ଭସାଣି ସମିତିର ମେଢ଼ଗୁଡ଼ିକ ସହିଦନଗରରୁ ବାହାରିରାମ ମନ୍ଦିର ଛକ, ମାଷ୍ଟରକ୍ୟାଣ୍ଟିନ୍ ଛକ ଦେଇ ରାଜମହଲ ଛକଆଡ଼କୁ ଯିବ।
ଭସାଣି ଶୋଭାଯାତ୍ରା ସମୟରେଜନପଥ ରୋଡ୍ରେ ଗାଡ଼ି ଚଳାଚଳ ବନ୍ଦରହିବ। ଏହି ରୁଟ୍ରେ ଯାତାୟାତ କରୁଥିବା ଲୋକେ ବିକଳ୍ପ ଭାବେ ସଚିବାଳୟ ମାର୍ଗ ଓ ଏହା ସହ ସଂଯୋଗ କରୁଥିବା ରାସ୍ତା ବ୍ୟବହାର କରିପାରିବେ।
ନୟାପଲ୍ଲୀ ଭସାଣି ସମିତିର ଶୋଭାଯାତ୍ରା ନୟାପଲ୍ଲୀରୁ ବାହାରିନୟାପଲ୍ଲୀ ଅଣ୍ଡରପାସ୍, CRP ଛକ, DAV ଛକ, ଗୋପବନ୍ଧୁ ଛକ ଓ ସିରିପୁର ଛକଦେଇ ଯିବ।
CRP ଛକରୁ କଟକ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ଭସାଣି ଶୋଭାଯାତ୍ରା ସମୟରେଏକାମ୍ର ପାର୍କ ରୋଡ୍ ଦେଇ ଜୟଦେବ ବିହାରଆଡ଼କୁ ଡାଇଭର୍ଟ କରାଯିବ। ତେଣୁ କଟକ ଆଡ଼କୁ ଯାଉଥିବା ଯାତ୍ରୀମାନେ ଏହି ବିକଳ୍ପ ରୁଟ୍ ଅନୁସରଣ କରିବାକୁ ପୋଲିସ ପରାମର୍ଶ ଦେଇଛି।
ଚନ୍ଦ୍ରଶେଖରପୁର ଭସାଣି ସମିତିର ମେଢ଼ଗୁଡ଼ିକଦାମଣା ଛକରୁ NALCO ଛକଆଡ଼କୁ ଯିବ। ଏହି ରୁଟ୍ରେ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରାଯିବ।
ନନ୍ଦନକାନନ ଛକ ଆଡ଼ୁ ଜୟଦେବ ଛକ ଦିଗକୁ ଯାଉଥିବା ଗାଡ଼ିଗୁଡ଼ିକୁKIIT ଛକ କିମ୍ବା କଳାରାହାଙ୍ଗ ଛକଦେଇ ବିକଳ୍ପ ରୁଟ୍ ନେବାକୁ କୁହାଯାଇଛି।
ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆସୁଥିବାଭାରୀ ଯାନ ଓ ବସ୍ଗୁଡ଼ିକୁ ସର୍ଭିସ୍ ରୋଡ୍ରେ ଚଳାଚଳ ପାଇଁ ଅନୁମତି ନାହିଁ। ସେମାନଙ୍କୁ ଫ୍ଲାଏଓଭର ବ୍ୟବହାର କରିବାକୁ ପଡ଼ିବ।
ଭସାଣି ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଓ ସହରରେ ଟ୍ରାଫିକ୍ ଚାପ କମାଇବା ପାଇଁ ଏହି କଟକଣା ଲାଗୁ କରାଯାଇଛି। ତେଣୁ ଆଜି ଭୁବନେଶ୍ୱରରେ ବାହାରୁଥିବା ଲୋକେ ଯାତ୍ରା ପୂର୍ବରୁ ରୁଟ୍ ଯାଞ୍ଚ କରି ବିକଳ୍ପ ରାସ୍ତା ବାଛିବା ଉଚିତ।
ଭସାଣି ଶୋଭାଯାତ୍ରା ସମୟରେDJ ଓ ବାଣ ବ୍ୟବହାର ଉପରେ କଟକଣାରହିଛି। ତେବେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ବ୍ୟାଣ୍ଡ୍ ପରିବେଷଣକୁ ଅନୁମତି ଦିଆଯାଇଛି। ଏଥର ଭସାଣି ଯାତ୍ରାରେ ଶୃଙ୍ଖଳା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ବ୍ୟବସ୍ଥା କରାଯାଇଛି।
ସହରର ବିଭିନ୍ନ ପୂଜା କମିଟିର ମେଢ଼ ନିର୍ଦ୍ଧାରିତ ରୁଟ୍ରେ ଯାଇ ଚିହ୍ନଟ ଭସାଣି ସ୍ଥଳରେ ବିସର୍ଜନ କରାଯିବ। ଭସାଣି ସମୟରେ ଟ୍ରାଫିକ୍ ପୋଲିସର ନିର୍ଦ୍ଦେଶ ମାନିବା ଏବଂ ଅନାବଶ୍ୟକ ଭିଡ଼ ଏଡ଼ାଇବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
ପୁରୁଷଙ୍କୁ କାହିଁକି ହୋଇପାରେ ବ୍ରେଷ୍ଟ କ୍ୟାନସର? ପୁରୁ...
ଧନୁଷଙ୍କ ରାଜନୀତିକ ପ୍ରବେଶ ନେଇ କାହିଁକି ବଢ଼ିଲା ଚର୍ଚ୍ଚା...
ଉତ୍ତରାଖଣ୍ଡର ଟେହରି ଗଡ଼ୱାଲ ଅଞ୍ଚଳରେ ଆୟୋଜିତ କୁଞ୍ଜାପୁରୀ...
ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ରାଜନୈତି...
ରଜନୀକାନ୍ତଙ୍କ ଅଭିନୀତ ଆକ୍ସନ୍ ଡ୍ରାମା ‘ଜେଲର ୨&rs...
ଅକ୍ଟୋବର ୨୧, ବୁଧବାର ଦେଶର ରାଜନୀତି, ନ୍ୟାୟ ବ୍ୟବସ୍ଥା ଓ...
ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ପ୍ରେମ ଓ ବିବାହ...
କ୍ୟାନସର ଔଷଧର ଅଧିକ ଟ୍ରେଡ୍ ମାର୍ଜିନ୍କୁ ନିୟନ୍ତ୍ରଣ କରିବ...