ବଙ୍ଗୋପସାଗରରେ ସକ୍ରିୟ ସୁସ୍ପଷ୍ଟ ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ଗତ ଦୁଇ ଦିନ ଧରି ହେଉଥିବା ବର୍ଷା ଯୋଗୁଁ ଭୁବନେଶ୍ୱର ସମେତ ବିଭିନ୍ନ ସହର ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ୱତନ୍ତ୍ର ଜରୁରୀକାଳୀନ ଟିମ୍ ଗଠନ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ସର୍ବାଧିକ୧୧୨.୩ ମିଲିମିଟରବର୍ଷା ରେକର୍ଡ ହୋଇଛି। ଏହା ପରେ ଚାନ୍ଦବାଲିରେ୬୪.୬ ମି.ମି., ପୁରୀରେ୫୫.୭ ମି.ମି., ବାଲେଶ୍ୱରରେ୪୧.୪ ମି.ମି., ପାରାଦୀପରେ୩୦.୨ ମି.ମି.ଏବଂ କେନ୍ଦୁଝରରେ୨୯.୨ ମି.ମି.ବର୍ଷା ରେକର୍ଡ ହୋଇଛି।
ଅନ୍ୟପକ୍ଷରେ ଝାରସୁଗୁଡ଼ାରେ୩.୨ ମି.ମି.ଏବଂ ଗଞ୍ଜାମର ଗୋପାଳପୁରରେ୨.୧ ମି.ମି.ବର୍ଷା ହୋଇଥିବାରୁ ଏହି ଅଞ୍ଚଳରେ ବର୍ଷାର ପରିମାଣ ତୁଳନାମୂଳକ କମ୍ ରହିଛି।
ଲଘୁଚାପର ପ୍ରଭାବକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି।
ନୂଆପଡ଼ା, ବରଗଡ଼ ଏବଂ ସମ୍ବଲପୁରଜିଲ୍ଲା ପାଇଁରେଡ୍ ଆଲର୍ଟଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ହଠାତ୍ ବନ୍ୟା ଏବଂ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।
ସେହିପରିଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ କଳାହାଣ୍ଡିଜିଲ୍ଲା ପାଇଁଅରେଞ୍ଜ ଆଲର୍ଟଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ବ୍ୟତୀତ ରାଜ୍ୟର ଆଉ ୧୧ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଲଘୁଚାପର ପ୍ରଭାବରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ। ତେଣୁ ନଦୀ କୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି।
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...