ଭୋଗରାଇ:ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଏବଂ ୧୦ ଜଣ ପଞ୍ଚାୟତ ସମିତି ସଦସ୍ୟଙ୍କ ନାଁରେ ଏତଲା ଦେଇଛନ୍ତି ବାଜିତପୁର ସରପଞ୍ଚ ତୁଳସୀ ଜେନା। ବ୍ଲକ ସମ୍ମିଳନୀ କକ୍ଷରେ ବୈଠକ ଚାଲିଥିବା ବେଳେ ତାଙ୍କ ପ୍ରତି ଅଶାଳୀନ ଭାଷା ଓ ଜାତିଆଣ ଆକ୍ଷେପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ସରପଞ୍ଚଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ତାଙ୍କ ସହ ଧସ୍ତାଧସ୍ତି କରିଥିଲେ। ଏପରିକି ତାଙ୍କ ବେକରୁ ପ୍ରାୟ ୨୦ ଗ୍ରାମ ଓଜନର ସୁନା ଚେନ୍ ଛିଣ୍ଡାଇ ନିଆଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି।
ସୂଚନା ଅନୁସାରେ, ଭୋଗରାଇ ବ୍ଲକ ପରିସରରେ ବିଧାୟକଙ୍କ ପକ୍ଷରୁ ଏକ ଉନ୍ନୟନ ସମୀକ୍ଷା ବୈଠକ ଡକାଯାଇଥିଲା। ବୈଠକରେ ବିଡିଓ ପ୍ରଶାନ୍ତ ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିଛି ପଞ୍ଚାୟତ ସମିତି ସଦସ୍ୟଙ୍କୁ ବୈଠକକୁ ଡକାଯାଇନଥିବାକୁ ନେଇ ସେମାନେ ପ୍ରଶ୍ନ କରିଥିଲେ। ଏହାପରେ ବୈଠକସ୍ଥଳରେ ହୋହଲ୍ଲା ହୋଇଥିବା ଜଣାପଡ଼ିଛି।
ତେବେ ସରପଞ୍ଚଙ୍କ ଅଭିଯୋଗକୁ ଭୋଗରାଇ ବିଡିଓ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ତାଙ୍କ ଉପସ୍ଥିତିରେ ବିଧାୟକ କୌଣସି ଅଶାଳୀନ ବ୍ୟବହାର କିମ୍ବା କଟୁ ମନ୍ତବ୍ୟ ଦେଇନଥିବା ସେ କହିଛନ୍ତି। ସେହିପରି ଧସ୍ତାଧସ୍ତି କିମ୍ବା ସୁନା ଚେନ୍ ଚୋରି ହୋଇନଥିବା ମଧ୍ୟ ବିଡିଓ କହିଛନ୍ତି।
ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିବା ଦର୍ଶାଇ ସେ ହୋହଲ୍ଲା କରିଥିବା ଯୁବକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତେହରାନ୍/ବାଗଦାଦ୍: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ମଧ୍...
ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାର ଏ...
ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ରିଷଭ ପନ୍ତ ନିଜ...
ନୂଆଦିଲ୍ଲୀ: ଗ୍ଲାସଗୋରେ ଆୟୋଜିତ କମନୱେଲଥ ଗେମ୍ସ ୨୦୨୬ରେ ପ...
୨୦୨୬ ଫିଫା ବିଶ୍ୱକପ୍‌ ସମୟରେ ଫୁଟବଲ୍‌ର ସୁପରଷ...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଟ୍ରମ୍ପ ନ୍ୟାସନାଲ୍ ଗଲ୍ଫ...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ୱାଶିଂଟନ୍:ରୁଷିଆରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁ...
କମନୱେଲଥ ଗେମ୍ସରେ ଭାରତୀୟ ଜୁଡୋ ନୂଆ ଇତିହାସ ରଚିଛି। ୨୦୨୬...