ବିଧାୟକଙ୍କ ନାଁରେ ସରପଞ୍ଚଙ୍କ ଏତଲା, ଅଶାଳୀନ ବ୍ୟବହାର ଓ ସୁନା ଚେନ୍ ଛିଣ୍ଡାଇବା ଅଭିଯୋଗ

ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଓ ୧୦ ଜଣ ପଞ୍ଚାୟତ ସମିତି ସଦସ୍ୟଙ୍କ ନାଁରେ ଏତଲା ଦେଇଛନ୍ତି ବାଜିତପୁର ସରପଞ୍ଚ ତୁଳସୀ ଜେନା। ବୈଠକ ସମୟରେ ଅଶାଳୀନ ଭାଷା, ଜାତିଆଣ ଆକ୍ଷେପ, ଧସ୍ତାଧସ୍ତି ଏବଂ ସୁନା ଚେନ୍ ଛିଣ୍ଡାଇ ନେବା ଭଳି ଅଭିଯୋଗ ସେ ଆଣିଛନ୍ତି। ତେବେ ବିଧାୟକ ଓ ବିଡିଓ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛନ୍ତି।
bhograi
bhograi

ଭୋଗରାଇ:ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଏବଂ ୧୦ ଜଣ ପଞ୍ଚାୟତ ସମିତି ସଦସ୍ୟଙ୍କ ନାଁରେ ଏତଲା ଦେଇଛନ୍ତି ବାଜିତପୁର ସରପଞ୍ଚ ତୁଳସୀ ଜେନା। ବ୍ଲକ ସମ୍ମିଳନୀ କକ୍ଷରେ ବୈଠକ ଚାଲିଥିବା ବେଳେ ତାଙ୍କ ପ୍ରତି ଅଶାଳୀନ ଭାଷା ଓ ଜାତିଆଣ ଆକ୍ଷେପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସରପଞ୍ଚଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଇଙ୍ଗିତରେ କିଛି ଲୋକ ତାଙ୍କ ସହ ଧସ୍ତାଧସ୍ତି କରିଥିଲେ। ଏପରିକି ତାଙ୍କ ବେକରୁ ପ୍ରାୟ ୨୦ ଗ୍ରାମ ଓଜନର ସୁନା ଚେନ୍ ଛିଣ୍ଡାଇ ନିଆଯାଇଥିବା ମଧ୍ୟ ସେ ଅଭିଯୋଗରେ ଦର୍ଶାଇଛନ୍ତି।

ସୂଚନା ଅନୁସାରେ, ଭୋଗରାଇ ବ୍ଲକ ପରିସରରେ ବିଧାୟକଙ୍କ ପକ୍ଷରୁ ଏକ ଉନ୍ନୟନ ସମୀକ୍ଷା ବୈଠକ ଡକାଯାଇଥିଲା। ବୈଠକରେ ବିଡିଓ ପ୍ରଶାନ୍ତ ମହାରଣା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କିଛି ପଞ୍ଚାୟତ ସମିତି ସଦସ୍ୟଙ୍କୁ ବୈଠକକୁ ଡକାଯାଇନଥିବାକୁ ନେଇ ସେମାନେ ପ୍ରଶ୍ନ କରିଥିଲେ। ଏହାପରେ ବୈଠକସ୍ଥଳରେ ହୋହଲ୍ଲା ହୋଇଥିବା ଜଣାପଡ଼ିଛି।

ତେବେ ସରପଞ୍ଚଙ୍କ ଅଭିଯୋଗକୁ ଭୋଗରାଇ ବିଡିଓ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ତାଙ୍କ ଉପସ୍ଥିତିରେ ବିଧାୟକ କୌଣସି ଅଶାଳୀନ ବ୍ୟବହାର କିମ୍ବା କଟୁ ମନ୍ତବ୍ୟ ଦେଇନଥିବା ସେ କହିଛନ୍ତି। ସେହିପରି ଧସ୍ତାଧସ୍ତି କିମ୍ବା ସୁନା ଚେନ୍ ଚୋରି ହୋଇନଥିବା ମଧ୍ୟ ବିଡିଓ କହିଛନ୍ତି।

ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିବା ଦର୍ଶାଇ ସେ ହୋହଲ୍ଲା କରିଥିବା ଯୁବକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

LIVE TV
LIVE
Latest News
Fauzi First Look: ଜନ୍ମଦିନରେ ଧମାକା କଲେ Prabhas, ‘ରେବେଲ୍ ସୋଲଜର’ ଅବତାରରେ ନଜର; ରିଲିଜ୍ ଡେଟ୍ ଘୋଷଣା

Fauzi First Look: ଜନ୍ମଦିନରେ ଧମାକା କଲେ...

‘India’s biggest rebel soldier’...

ଭାରତୀୟ ତ୍ୱଚାରେ କାହିଁକି ଭଲ ହେଉନି ଆକ୍ନେ? ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍‌ଙ୍କ ବଡ଼ ଖୁଲାସା

ଭାରତୀୟ ତ୍ୱଚାରେ କାହିଁକି ଭଲ ହେଉନି ଆକ୍ନେ?...

ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...

୪୦ ବର୍ଷ ପରେ ଫ୍ୟାନ୍ସଙ୍କ ସହ ‘Jailer 2’ ଦେଖିଲେ ରଜନୀକାନ୍ତ, ଥିଏଟରରେ ଧମାକା

୪୦ ବର୍ଷ ପରେ ଫ୍ୟାନ୍ସଙ୍କ ସହ ‘Jailer...

ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...

ହସ୍ପିଟାଲରେ ‘ସିଙ୍ଗଲ୍-ୟୁଜ୍’ ମେଡିକାଲ ଉପକରଣ ପୁଣି ବ୍ୟବହାର ମନା, କେନ୍ଦ୍ରର କଡ଼ା ନିର୍ଦ୍ଦେଶ

ହସ୍ପିଟାଲରେ ‘ସିଙ୍ଗଲ୍-ୟୁଜ୍’ ମେଡିକାଲ ଉପକରଣ ପୁଣି ବ୍ୟବହାର...

ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...

Rise & Fall 2: Ultimate Ruler ହେଲେ Gautam Gulati, Towerର ନାଁ ବଦଳାଇଲେ ‘Gautam City’

Rise & Fall 2: Ultimate Ruler...

Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା ଅପେକ୍ଷା, ରିପୋର୍ଟ ପାଇଁ ବି ଲମ୍ବା ଧାଡ଼ି!

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା...

ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...

SMA ଔଷଧକୁ ନେଇ ବିବାଦ: ଅଭିଭାବକଙ୍କ ଚିନ୍ତା ଡାକ୍ତରମାନେ ଦୂର କରିଛନ୍ତି — ମନ୍ତ୍ରୀ

SMA ଔଷଧକୁ ନେଇ ବିବାଦ: ଅଭିଭାବକଙ୍କ ଚିନ୍ତା...

SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...

Bigg Boss 20: ScoutOP ଓ Love Gillଙ୍କ ଘନିଷ୍ଠତାକୁ ନେଇ ପ୍ରଶ୍ନ ଉଠାଇଲେ Rohit Shetty, କହିଲେ- ‘ଏହା ଠିକ୍ ଲାଗୁନାହିଁ’

Bigg Boss 20: ScoutOP ଓ Love...

‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+