ଭକ୍ତଚରଣ ଦାସଙ୍କ କହିବା ଅନୁସାରେ, କଂଗ୍ରେସର ଏକ ପ୍ରତିନିଧି ଦଳ କୋଟିଆ ଗସ୍ତ କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲା। ସେଠାରେ ବ୍ୟାଙ୍କିଂ ସୁବିଧା, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଭଳି ମୌଳିକ ସେବାର ଅଭାବ ଥିବା ସେ ଅଭିଯୋଗ କରିଛନ୍ତି।
ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଉଠାଇବା ପାଇଁ ପ୍ରାୟ ୨୨ କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିବା ମଧ୍ୟ ସେ କହିଛନ୍ତି। ଏଥିସହ ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଚେକ୍ପୋଷ୍ଟ ଓ ବିଭିନ୍ନ ସରକାରୀ ଯୋଜନାର ଉପସ୍ଥିତିକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି।
କୋଟିଆର ସାମଗ୍ରିକ ବିକାଶ ଓ ସୀମାନ୍ତ ଅଞ୍ଚଳରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ନିମ୍ନଲିଖିତ ଦାବି ରଖିଛି।
୧.ସ୍ୱତନ୍ତ୍ର ବିକାଶ ବୋର୍ଡ:କୋଟିଆର ସାମଗ୍ରିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ବିକାଶ ବୋର୍ଡ ଗଠନ ସହ ବିଶେଷ ପ୍ୟାକେଜ୍ ଘୋଷଣା।
୨.ସୀମାନ୍ତ ଗ୍ରାମରେ ପୋଲିସ ମୁତୟନ:ସମ୍ବେଦନଶୀଳ ସୀମାନ୍ତ ଗ୍ରାମଗୁଡ଼ିକରେ ପର୍ଯ୍ୟାପ୍ତ ପୋଲିସ ବଳ ନିୟୋଜନ।
୩.ବ୍ୟାଙ୍କିଂ ସୁବିଧା:ସ୍ଥାୟୀ ବ୍ୟାଙ୍କିଂ ବ୍ୟବସ୍ଥା କରିବା ସହ ସରକାରୀ ଅର୍ଥ ଓ ଯୋଜନାର ଲାଭ ଲୋକଙ୍କ ନିକଟରେ ଠିକ୍ ଭାବେ ପହଞ୍ଚାଇବା।
୪.ଭତ୍ତା ଓ ଛାତ୍ରବୃତ୍ତିର ସମୀକ୍ଷା:ପେନ୍ସନ୍ ଏବଂ ଛାତ୍ରବୃତ୍ତି ସମ୍ପର୍କିତ ସମସ୍ୟାର ସମୀକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଦେବା।
୫.ପରିଚୟପତ୍ର ଓ ଭୋଟର ତାଲିକା ଯାଞ୍ଚ:ପରିଚୟପତ୍ର ଏବଂ ଭୋଟର ତାଲିକାର ନିରପେକ୍ଷ ଯାଞ୍ଚ କରିବା।
୬.ଆଇନଗତ ପଦକ୍ଷେପ:କୋଟିଆ ସୀମା ବିବାଦର ସମାଧାନ ପାଇଁ ଆଇନଗତ ଓ ସାମ୍ବିଧାନିକ ପ୍ରୟାସକୁ ଅଧିକ ସୁଦୃଢ଼ କରିବା।
୭.ପ୍ରତ୍ୟେକ ଗ୍ରାମ ପାଇଁ ଅଲଗା ଯୋଜନା:କୋଟିଆର ପ୍ରତ୍ୟେକ ଗ୍ରାମର ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ବିକାଶ ଯୋଜନା ପ୍ରସ୍ତୁତ କରି ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା।
କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନରୁ ସୀମା ବିବାଦ ରହିଆସିଛି। ଏହି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା, ସରକାରୀ ଯୋଜନାର ଲାଭ ଓ ଉନ୍ନତ ଜୀବନଯାପନ ସୁଯୋଗ ଯୋଗାଇଦେବା ଉପରେ କଂଗ୍ରେସ ଗୁରୁତ୍ୱ ଦେଇଛି।
ଏହି ୭ଟି ଦାବି ଉପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ନଜର ରହିଛି।
ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...
ୱାର୍ସା/ନୂଆଦିଲ୍ଲୀ: ଚୀନ୍ ସହ ସମ୍ପର୍କରେ ଫାଟ ସୃଷ୍ଟି ହେଉ...
ବୈଷ୍ଣବୀଙ୍କ ଘାତକ ବୋଲିଂ ଭଦୋଦରାରେ ଖେଳାଯାଇଥିବା ତୃତୀ...
୧୨୦ ଆସନ ବିଶିଷ୍ଟ ସଂସଦରେ ମ୍ୟାଜିକ୍ ନମ୍ବର ୬୧ ଇସ୍ରାଏ...
ବିଜେପି ଯୁବମୋର୍ଚ୍ଚା (BJYM)ର ଜାତୀୟ କାର୍ଯ୍ୟକାରିଣୀ କମି...
ନାଗପୁର: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ନାଗପୁର ଡ...
ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ଚମକିଲେ ମୁଶୀର ରଣଜୀ ଟ୍ରଫ...
କ’ଣ ଏହି Temple ଡିଭାଇସ୍? Temple ହେଉଛି ଏକ ନ...