ଜୟପୁର: ରାଜସ୍ଥାନରେ ହେବାକୁ ଥିବା ଜାତୀୟ ସାଂସ୍କୃତିକ ଓ ବୌଦ୍ଧିକ ସମ୍ମିଳନୀ ‘ଲୋକମନ୍ଥନ ୨୦୨୬’ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ନଭେମ୍ବର ୧୯ ତାରିଖରେ ଜୟପୁରର ଜବାହର କଳା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଭୂମି ପୂଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ମଧ୍ୟ ଉପସ୍ଥିତ ଥିଲେ।
ଲୋକମନ୍ଥନର ପଞ୍ଚମ ଜାତୀୟ ସଂସ୍କରଣ ଡିସେମ୍ବର ୪, ୫ ଓ ୬ ତାରିଖରେ ଜବାହର କଳା କେନ୍ଦ୍ରରେ ଆୟୋଜିତ ହେବ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୨,୦୦୦ରୁ ଅଧିକ ଚୟନିତ ପ୍ରତିନିଧି, ଲୋକକଳାକାର, ଗବେଷକ, ବିଦ୍ୱାନ ଓ ପାରମ୍ପରିକ ଜ୍ଞାନର ବିଶେଷଜ୍ଞ ଯୋଗଦେବା ଆଶା କରାଯାଉଛି।
ଏହି ସମ୍ମିଳନୀରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏଥିରେ ସାମିଲ ହେବେ।
‘ହମ୍ ଭାରତ କେ ଲୋଗ୍’ ବା ‘ଆମେ ଭାରତର ଲୋକ’ ଥିମ୍କୁ ଆଧାର କରି ଏହି ସମ୍ମିଳନୀ ଆୟୋଜିତ ହେବ। ଏଥିରେ ୬ଟି ପ୍ରମୁଖ ବିଷୟକୁ ନେଇ ୨୪ଟି ସମାନ୍ତରାଳ ଅଧିବେଶନ ରହିବ। ଭାରତୀୟ ସମାଜ, ବିଜ୍ଞାନ, କଳା, ମୌଖିକ ପରମ୍ପରା, ପାରମ୍ପରିକ କ୍ରୀଡ଼ା ଓ ଲୋକଜ୍ଞାନ ଭଳି ବିଷୟରେ ଆଲୋଚନା ହେବ।
ଏହି ମଞ୍ଚରେ କେବଳ ଭାଷଣ ନୁହେଁ, ବରଂ ଲୋକପରମ୍ପରା ସହ ଜଡ଼ିତ ବ୍ୟକ୍ତି, ଗବେଷକ, ବୈଜ୍ଞାନିକ ଓ ନୀତି ନିର୍ଦ୍ଧାରକଙ୍କ ମଧ୍ୟରେ ମତ ବିନିମୟ ହେବ। ଯୁବପିଢ଼ି ଓ ମହିଳାମାନଙ୍କୁ ମଧ୍ୟ ନିଜ ମତ ରଖିବାର ସୁଯୋଗ ମିଳିବ।
ଲୋକମନ୍ଥନର ବାର୍ତ୍ତାକୁ ରାଜସ୍ଥାନର ଗାଁଗୁଡ଼ିକରେ ପହଞ୍ଚାଇବା ପାଇଁ ତିନିଟି ପର୍ଯ୍ୟାୟରେ ‘ଲୋକ ଦର୍ଶନ ଯାତ୍ରା’ ଆୟୋଜନ କରାଯାଇଥିଲା। ଏହି ଯାତ୍ରା ପ୍ରାୟ ୮,୦୦୦ କିଲୋମିଟର ଅତିକ୍ରମ କରି ରାଜ୍ୟର ସମସ୍ତ ୪୧ଟି ଜିଲ୍ଲା ଓ ଶତାଧିକ ଗାଁରେ ପହଞ୍ଚିଥିଲା। ଏହା ମାଧ୍ୟମରେ ଲୋକଗୀତ, ଲୋକନୃତ୍ୟ, ହସ୍ତଶିଳ୍ପ ପ୍ରଦର୍ଶନୀ, ମହିଳା ସମ୍ମିଳନୀ ଓ ଯୁବ ସଂଳାପ ଭଳି କାର୍ଯ୍ୟକ୍ରମ ହୋଇଥିଲା।
ରାଜସ୍ଥାନର ଲୋକସଂସ୍କୃତି, ପାରମ୍ପରିକ ଜ୍ଞାନ ଓ କଳାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
ନୂଆ ଟ୍ରେନ୍‌ରେ ଯାତ୍ରା କରିବାର ଉତ୍ସାହ ଅଲଗା। ବିଶେ...
ନୂଆଦିଲ୍ଲୀ: ଦ୍ରୁତ ଯାତ୍ରା ସହ ଆଧୁନିକ ସୁବିଧା, କିନ୍ତୁ ଟ...
ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିବା ସହ...
ତୁର୍କୀର ଆଣ୍ଟାଲ୍ୟାରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀ...
ଭାରତ ଓ ଚେକ୍ ରିପବ୍ଲିକ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ...
ନୂଆଦିଲ୍ଲୀ: ଅବସର ପରେ PF ଟଙ୍କା ଉଠାଇବା ନିୟମରେ ଆସିପାରେ...
ନୂଆଦିଲ୍ଲୀ: ସୁନା କିଣିବାକୁ ଅପେକ୍ଷା କରୁଥିବା ଲୋକଙ୍କ ପା...
ନୂଆଦିଲ୍ଲୀ: PF ଖାତାଧାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭ...