ଭଦ୍ରକ ଜିଲ୍ଲାରେ ପୁଣି ବନ୍ୟା ସ୍ଥିତି। ବୈତରଣୀ ନଦୀର ଜଳସ୍ତର ପୁଣି ବଢ଼ିବାରୁ ମାତ୍ର ୫୦ ଦିନ ମଧ୍ୟରେ ଭଦ୍ରକ ପଞ୍ଚମ ଥର ପାଇଁ ବନ୍ୟାର ସମ୍ମୁଖୀନ ହୋଇଛି। ବିଶେଷକରି ଚାନ୍ଦବାଲି ବ୍ଲକ୍ର ଅନେକ ଅଞ୍ଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଆଖୁଆପଦାରେ ବୈତରଣୀର ଜଳସ୍ତର କିଛିଟା ହ୍ରାସ ପାଇବା ଆରମ୍ଭ କରିଥିଲେ ମଧ୍ୟ ଚାନ୍ଦବାଲିରେ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ଆରଡ଼ି, ଓଳଗ, ନନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତ ଅଧୀନରେ ଥିବା ଅନେକ ଗାଁ ଏବେ ବି ବନ୍ୟାଜଳ ଘେରରେ ରହିଛି। ରାସ୍ତା ଉପରେ ପ୍ରଖର ସ୍ରୋତରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥ-୨୦ର ବୋଡ଼କ ଓ ସାଥିବାଙ୍କୁଡ଼ା ନିକଟରେ ପୁଣି ଘାଇ ସୃଷ୍ଟି ହୋଇଛି। ପ୍ରଖର ବନ୍ୟାସ୍ରୋତରେ ରାସ୍ତାର କିଛି ଅଂଶରୁ ବାଲି ଓ ଗୋଡ଼ି ବୋହିଯାଇଛି। ଉଲ୍ଲେଖଯୋଗ୍ୟ, ମାତ୍ର ପାଞ୍ଚ ଦିନ ପୂର୍ବରୁ ଏହି ରାସ୍ତାର କିଛି ଅଂଶ ମରାମତି କରାଯାଇଥିଲା।
ନଦୀବନ୍ଧ ନିକଟରେ ରଖାଯାଇଥିବା ବାଲିବସ୍ତା ମଧ୍ୟ ପ୍ରଖର ସ୍ରୋତରେ ପ୍ରଭାବିତ ହୋଇଛି। ଏହାକୁ ନେଇ ନଦୀବନ୍ଧ ଓ ରାସ୍ତା ଯୋଗାଯୋଗର ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି।
ବାରମ୍ବାର ବନ୍ୟା ଆସିବା ଯୋଗୁଁ ଚାନ୍ଦବାଲି ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଲୋକଙ୍କ ଦୈନନ୍ଦିନ ଯାତାୟାତ ଓ ଜୀବନଯାପନ ପ୍ରଭାବିତ ହେଉଛି।
ସ୍ଥାନୀୟ ଲୋକମାନେ ବାରମ୍ବାର ବନ୍ୟା ଯୋଗୁଁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା କହିବା ସହ ରାସ୍ତା ଓ ନଦୀବନ୍ଧର ସ୍ଥିତି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ବର୍ଷା କିଛିଟା କମିଥିଲେ ମଧ୍ୟ ବନ୍ୟାର ପରବର୍ତ୍ତୀ ପ୍ରଭାବରୁ ଓଡ଼ିଶାର ଅନେକ ଅଞ୍ଚଳର ଲୋକେ ଏବେ ବି ମୁକୁଳି ପାରିନାହାନ୍ତି।
ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ରାମ ଜନ୍ମଭୂମି ଟ୍ରଷ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ପଞ୍ଜାବର ଜେଲ୍‌ଗୁଡ଼ିକରେ ନିଶାସକ୍ତିର ଚିତ୍ର ଚିନ୍ତା...
ଦାର୍ଜିଲିଂର ଐତିହାସିକ ଟୟ ଟ୍ରେନ୍‌ ଲୋକୋସେଡ୍‌...
ରକ୍ଷାବନ୍ଧନର ଖୁସି ମୁହୂର୍ତ୍ତ ଉତ୍ତରପ୍ରଦେଶର ଝାନ୍ସୀରେ ଶ...