ବାରିପଦା:ଦ୍ରୁତଗାମୀ କାର୍ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି ଦୁଇଜଣ କଲେଜ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ-୧୮ର ବୈଗନବାଡ଼ିଆ ଛକ ନିକଟରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, BB Collegeର ଦୁଇଜଣ ଛାତ୍ରୀ କଲେଜ ସାରି ସାଇକେଲ୍ରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି ଉଭୟଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇ ଛାତ୍ରୀ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଉଭୟ ଛାତ୍ରୀଙ୍କୁ ଉଦ୍ଧାର କରିପଣ୍ଡିତ ରଘୁନାଥ ମୁର୍ମୁ (PRM) ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଦୁର୍ଘଟଣା ଘଟାଇଥିବା କାର୍ରେ ଏକ ପରିବାର ଯାତ୍ରା କରୁଥିବା ସୂଚନା ମିଳିଛି। କାର୍ରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଶିଶୁ ଥିବା ବେଳେ ସେମାନେ ସୁରକ୍ଷିତ ଥିବା କୁହାଯାଇଛି।
ଖବର ପାଇକୁଳିଆଣା ପୁଲିସଘଟଣାସ୍ଥଳରେ ପହଞ୍ଚି କାର୍ଟିକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ, କାର୍ର ଗତି ଓ ଅନ୍ୟାନ୍ୟ ପରିସ୍ଥିତି ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
ବିରାଟ କୋହଲି ୨୦୨୭ ମସିହାର ODI ବିଶ୍ୱକପ୍‌ ଖେଳିବେ...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ଦୁବାଇରେ ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପ୍‌ର...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ମହମ୍ମଦ ଶାମିଙ୍କୁ ଭାରତୀୟ କ୍ରିକେଟ୍ ଦଳ ଅଣଦେଖା କରିନାହିଁ...
ଇଷ୍ଟ ଜୋନ୍‌ ଦୀର୍ଘ ୧୩ ବର୍ଷ ପରେ ଦୁଲୀପ୍‌ ଟ୍ର...