ବରଗଡ଼:ଓଡ଼ିଶାର ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ସ୍କୁଲ୍ ବନ୍ଦ ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ବରଗଡ଼ ପାଇଁରେଡ୍ ୱାର୍ଣ୍ଣିଂଜାରି କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ବରଗଡ଼ ଜିଲ୍ଲାପାଳଆଦିତ୍ୟ ଗୋୟଲପ୍ରବଳ ବର୍ଷାର ଆଶଙ୍କାକୁ ନେଇ ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍କୁ ସୂଚନା ଦିଆଯାଇଛି।
IMDର ପୂର୍ବାନୁମାନ ଅନୁଯାୟୀ, ବରଗଡ଼ରେଅତି ପ୍ରବଳ ବର୍ଷାହେବାର ଆଶଙ୍କା ରହିଛି। ଏଭଳି ପାଣିପାଗ ସ୍ଥିତିରେ ଛାତ୍ରଛାତ୍ରୀ ଓ ସ୍କୁଲ୍ କର୍ମଚାରୀଙ୍କ ଯାତାୟାତରେ ସମସ୍ୟା ଏବଂ ସୁରକ୍ଷାଜନିତ ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲ୍ ବନ୍ଦ ରଖାଯାଇଛି।
ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବରଗଡ଼ ବ୍ୟତୀତକଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ଜିଲ୍ଲା ପାଇଁ ମଧ୍ୟ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି।
ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାଛଡ଼ା ରାଜ୍ୟର ଅନ୍ୟ କେତେକ ଜିଲ୍ଲାକୁ ୟେଲୋ ଆଲର୍ଟ ଅଧୀନରେ ରଖାଯାଇଛି।
ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ଭାବେ ବାହାରକୁ ନଯିବା ସହ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ସତର୍କତା ଓ ନିର୍ଦ୍ଦେଶକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...